ରଣପୁର (ଭିଓଭି) : ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅଞ୍ଚଳରେ ଅଘଟଣ । ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ବନ୍ଧା ହେଲେ ରସିକିଆ ଯୁବକ । ଏହାକୁ ନେଇ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନାନୁସାରେ ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ଗୋଡ଼ିମଡ଼ା ଗାଁରେ ଘଟିଛି ଏଭଳି ଅଘଟଣ । ୯ ତାରିଖ ସନ୍ଧ୍ୟା ୭ଟା ସମୟରେ ଗୋଡ଼ିମଡ଼ା ଗ୍ରାମର ଭଗବାନ ନାୟକଙ୍କ ପୁଅ ରବିନ୍ଦ୍ର ନାୟକ ଉକ୍ତ ଗ୍ରାମରେ ହାଡ଼ ଭଙ୍ଗା ପାଇଁ ଦେଶି ଚିକିତ୍ସା କରୁଥିବା ଜୈନିକ ବ୍ୟକ୍ତିଙ୍କ ଘରକୁ ରବିନ୍ଦ୍ର ଚିକିତ୍ସା ବାହାନାରେ ଯାଇଥିଲେ । ତାଙ୍କ ଘରେ ଥିବା ନାବାଳିକା ଝିଅକୁ ଦୁଷ୍କର୍ମ କରିଥିଲେ । ଏହି ଘଟଣାକୁ ନେଇ ଝିଅର ମାଆ ଥାନାର ଦ୍ୱାରସ୍ଥ ହୋଇଥିଲେ । ରଣପୁର ଥାନାରେ କେସ ନଂ-୨୧୪ ରେ ଏକ ମାମଲା ରୁଜୁ କରାଯାଇଥିଲା । ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ଉକ୍ତ ଘଟଣାର ତଦାରଖ କରିଥିଲେ । ଏଥି ନିମନ୍ତେ ଦୁଇ ଗୋଟି ଟିମ ଗଠନ କରାଯାଇଥିଲା । ଆଇୟୁସିଏଡବ୍ଲ୍ୟୁ ଡିଏସପି ହେମନ୍ତ ରାଓ ଉକ୍ତ ଘଟଣାର ତଦନ୍ତ କରିଥିଲେ । ପୁଲିସର ତର୍ଜମା ଓ ଡାକ୍ତରୀ ମାଇନା ରିପୋର୍ଟକୁ ଆଧାର କରି ପୁଲିସ ରବିନ୍ଦ୍ର ନାୟକଙ୍କୁ ଗିରଫ କରିଛି । ଅଭିଯୁକ୍ତକୁ କୋର୍ଟ ଫରୱାର୍ଡ କରାଯାଇଛି । ୧୫ ଦିନ ମଧ୍ୟରେ ଚାର୍ଜସିଟ ପ୍ରଦାନ କରାଯିବ ବୋଲି ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ।
