ରଣପୁର, ୧୧/୦୬ (ଉସପ୍ର) : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଧିନସ୍ଥ ବୃନ୍ଦାବନ ପୁର ଶାସନରେ ଶିବ ବିବାହ ଓ ଶୀତଳ ଷଷ୍ଠୀ ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି | ସୋମବାର ସନ୍ଧ୍ୟାରେ ଦୈନନ୍ଦିନ ଦେବନୀତି ସମ୍ପର୍ଣ୍ଣ ହେବାପରେ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବlଲୁଙ୍କେଶ୍ୱର ଦେବଙ୍କୁ ବର ବେଶରେ ସୁସଜିତ ବିମାନରେ ବିଜେ କରାଯାଇ ବରଯାତ୍ରୀଙ୍କ ଗହଣରେ ଏକ ରୋଷଣୀରେ ଗ୍ରାମ ଦେଵୀଙ୍କ ମନ୍ଦିରକୁ ନିଆଯାଇଥିଲା l ବାଟ ବରଣ କରାଯାଇ ସେଠାରେ ବିବାହ ବେଦୀରେ ବିଜେ କରା ଯାଇଥିଲା l ବ୍ରାହ୍ମଣଙ୍କ ମନ୍ତ୍ର ପାଠ ମଧ୍ୟରେ ସମ୍ପୂର୍ଣ ମାନବୀୟ ଢଙ୍ଗରେ ମଙ୍ଗୁଳା କନ୍ୟା ପର୍ବତୀ, ଗ୍ରାମାଦେବୀ ମା ଜଗେଶ୍ୱରୀଙ୍କ ପାଣି ଗ୍ରହଣ କରିଥିଲେ l ବରଯାତ୍ରୀ ଓ ଗ୍ରାମବାସୀମାନଙ୍କୁ କନ୍ୟା ପକ୍ଷରୁ ଆପ୍ୟାୟିତ କରା ଯାଇଥିଲା l ଶିବରାମ ମିଶ୍ର ବର ପିତା ଓ ପ୍ରଶାନ୍ତ କୁମାର ମିଶ୍ର କନ୍ୟା ପିତା ଭାବେ ବିବାହ କାର୍ଯ୍ୟ ତୁଲାଇ ଥିଲେ l ମଙ୍ଗଳ ବାର ସନ୍ଧ୍ୟାରେ ଦେବ ଦମ୍ପତି ଗ୍ରାମ ଭ୍ରମଣ କରି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ l ଗୁରବାର ଦିନ ଚତୃଥୀ କର୍ମ ସହିତ ପ୍ରସାଦ ସେବନର ବ୍ୟବସ୍ଥା କରାଯାଉଛି l ଶିବ ବିବାହ କାର୍ଯ୍ୟକ୍ରମ ଦଶ ମଙ୍ଗୁଳା ପର୍ଯ୍ୟନ୍ତ ଚାଲିବ ବୋଲି ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି l ବାର ମାସରେ ତେର ପର୍ବ ପାଳିତ ହେଉଥିବା ବୃନ୍ଦାବନ ପୁର ଗ୍ରାମରେ ଶୀତଳସଷ୍ଠୀ ଏକ ପ୍ରମୁଖ ପର୍ବ l ପୂର୍ବ ବର୍ଷ ମାନଙ୍କ ପରି ଚଳିତ ବର୍ଷ ଏହି ପର୍ବରେ ବହୁ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ବିଭୁ କୃପା ଲାଭ କରିଥିଲେ l
