ଭୁବନେଶ୍ବର (ଭିଓଭି): ବାଲିପାଟଣା ସ୍ଥିତ ସାଇକୃପା ସାଇନ୍ସ ସେଣ୍ଟରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ଗୋରୁହାଟ ପଡ଼ିଆ ନିକଟରେ ଥିବା ମା କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି । ବନମାଳିପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ କଲ୍ୟାଣ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଉତ୍ତର ବିଶ୍ଵବିଦ୍ୟାଳୟର ସହକାରୀ ପ୍ରଫେସର ଡଃ ତ୍ରୀନାଥ ମଲ୍ଲିକ, ମୁଖ୍ୟବକ୍ତା ଭାବେ ଶିଶୁ ଅନନ୍ତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ ନିମାଇଁ ଚରଣ ଜେନା , ସମ୍ମାନିତ ଅତିଥି ଭାବେ ଇଂରାଜୀ ଅଧ୍ୟାପକ ରମେଶ ଚନ୍ଦ୍ର ସାହୁ , ସାଇକୃପା ସାଇନ୍ସ ସେଣ୍ଟରର ପରିଚାଳନା ନିର୍ଦ୍ଦେଶିକ ବିଶ୍ଵ ରଞ୍ଜନ ଦାସ , ପୂର୍ବତନ ବାଲିଅନ୍ତା ବ୍ଳକ ଅଧ୍ୟକ୍ଷ ଦିଲୀପ କୁମାର ସେଠୀ ପ୍ରମୁଖ ଯୋଗଦେଇ ଶିକ୍ଷା ଜଗତରେ ଏପରି କୋଚିଂ ସେଣ୍ଟରର ଭୂମିକା ଜରୁରୀ ବୋଲି ମତପ୍ରକାଶ କରିଥିଲେ। ସେହିପରି ମୁଖ୍ୟବକ୍ତା ଡଃ ନିମାଇଁ ଚରଣ ଜେନା ସାଇକୃପା ସାଇନ୍ସ ସେଣ୍ଟରକୁ ଏକ ମଣିଷ ତିଆରି କାରଖାନା ବୋଲି ନିଜ ବକ୍ତବ୍ୟରେ ଅଭିହିତ କରିଥିଲେ । ଏହି ଅବସରରେ ଅନୁଷ୍ଠାନରୁ ଗତ ୫ ବର୍ଷରେ +୨ ପରୀକ୍ଷାରେ ସଫଳତା ଆଣିଥିବା ଶ୍ରେଷ୍ଠତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରାଯାଇଥିଲା। ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ସାମ୍ବାଦିକ ମାନଙ୍କୁ ମଧ୍ୟ ସମ୍ବୋଧିତ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ଅଧ୍ୟାପକ ରଶ୍ମି ରଂଜନ ବାରିକ ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
