• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ପୋଡପିଠା ଓ ପାନ ଖାଇ, ଦୋଳି ଖେଳି, ରଜ ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

by Voice of Victims
June 14, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ପୋଡପିଠା ଓ ପାନ ଖାଇ, ଦୋଳି ଖେଳି, ରଜ ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ଭୁବନେଶ୍ବର: ସମୟ ଥିଲା ଅପରାହ୍ନ। ରାଜ୍ୟ ସଂଗ୍ରହାଳୟରେ ହଜାର ହଜାର ପୁଅ, ଝିଅ ଓ ଦର୍ଶକମାନଙ୍କ ଭିଡ। ପାରମ୍ପରିକ ଲୋକକଳା, ଲୋକନୃତ୍ୟ, ଲୋକବାଦ୍ୟରେ ଭରି ଉଠୁଥିଲା ସଂଗ୍ରହାଳୟ ପରିସର। ଏହି ସମୟରେ ଆସି ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ହୁଳହୁଳି, କରତାଳି ଓ ପାରମ୍ପରିକ ନୃତ୍ୟବାଦ୍ୟର ତାଳେତାଳେ ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ନେଇଯାଇଥିଲେ ସାଧାରଣ ଜନତା । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ରଜ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯୋଗଦେଇ ସାଧାରଣ ଲୋକଙ୍କ ସହିତ ପାଳନ କରିଥିଲେ ରଜ ମହୋତ୍ସବ। ଫୁଲ ଗଛରେ ପାଣି ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ଜଣେ ଖାଣ୍ଟି ଓଡିଆ ଘରର ପୁଅ ଭଳି ପୋଡ ପିଠା ଖାଇଥିଲେ, ରଜ ପାନ ଖାଇଥିଲେ। ପିଲାଙ୍କୁ ଦୋଳି ମଧ୍ୟ ଖେଳାଇଥିଲେ। ସେଠାରେ ରଜ ମହୋତ୍ସବ ପାଳିବା ପାଇଁ ଉପସ୍ଥିତ ଥିବା ଯୁବକ, ଯୁବତୀ ଓ ଜନତାଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ରଜ ମହୋତ୍ସବ ହେଉଛି ଓଡିଆ ସଂସ୍କୃତି ଓ ଅସ୍ମିତାର ଗଣପର୍ବ। ନୂଆ ସରକାର ଆସିବା ପରେ ସଂସ୍କୃତି ବିଭାଗ ପକ୍ଷରୁ ରଜ ପର୍ବ ପାଳନ କରିବା ଏକ ସୁନ୍ଦର ଉଦ୍ୟମ ବୋଲି ସେ କହିଥିଲେ। ଓଡିଆ ଘରେ ରଜ ପର୍ବ ପାଳନ ସମ୍ପର୍କରେ ବର୍ଣ୍ଣନା କରି ପୁଅ, ଝିଅମାନେ କିଭଳି ନୂଆ ବସ୍ତ୍ର ପରିଧାନ କରନ୍ତି, ସମସ୍ତେ କିପରି ମିଠା ପତ୍ରରେ ତିଆରି ରଜ ପାନର ମଜା ନିଅନ୍ତି, ମା’ମାନେ କିପରି ପୋଡ ପିଠା କରି ସମସ୍ତଙ୍କୁ ଖୁଆନ୍ତି, ଗାଁ ଗହଳିରେ କିପରି ଦୋଳି ଖେଳ ଓ ତାସ ଖେଳର ମଜା ନିଅନ୍ତି ସେ ସମ୍ପର୍କରେ ବିସ୍ତୃତ ରୂପରେଖ ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଠାରୁ ରଜ ପର୍ବ ବିଷୟରେ ଶୁଣି ସମସ୍ତେ ଅନୁଭବ କରିଥିଲେ ଯେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଜଣେ ଖାଣ୍ଟି ଓଡିଆ ଘରର ପୁଅ। ଏହାପରେ ତାଙ୍କ ନିଜ ଜନ୍ମମାଟି କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ କିପରି ସମସ୍ତେ ରଜ ପର୍ବରେ ସାମିଲ ହେବା ପାଇଁ ସହରରୁ ଗାଁକୁ ଯାଇଥାନ୍ତି ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଜିଲ୍ଲାର ସହରସବୁ ଖାଲି ହୋଇଯାଏ। ସମସ୍ତେ ଗାଁକୁ ଯାଇ ରଜ ପାଳନ କରନ୍ତି। ସେ ପୁଣି କହିଥିଲେ ଯେ ଆପଣମାନଙ୍କ ସହିତ ରଜ ପର୍ବରେ ସାମିଲ ହୋଇ ସେ ବହୁତ ଖୁସି ଅନୁଭବ କରୁଛନ୍ତି। ଏହି ରଜ ଉତ୍ସବ ପ୍ରମାଣ କରୁଛି ଯେ ଆମେ ଓଡିଆ ଅସ୍ମିତା, ଅସ୍ତିତ୍ୱ, ସଂସ୍କୃତି ଓ ପରମ୍ପରାକୁ ଭୁଲିନାହୁଁ। ସେ କହିଥିଲେ ଯେ ତାଙ୍କର ନୂଆ ସରକାର ଓଡିଆ ଅସ୍ମିତା ଓ ସଂସ୍କୃତି ଉପରେ ଗୁରୁତ୍ୱ ଦେଉଛି। ଏହାକୁ ଆଗାମୀ ଦିନରେ ଆହୁରି ଉଜ୍ଜିବୀତ କରାଯିବ ବୋଲି ସେ କହିଥିଲେ। ବ୍ୟାସ କବି ଫକିର ମୋହନ ସେନାପତିଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ତୈଳଚିତ୍ରରେ ମୁଖ୍ୟମନ୍ତ୍ରୀ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଓଡିଆ ଅସ୍ମିତା ଓ ସଂସ୍କୃତିର ଏହି ଗଣପର୍ବକୁ ନୂଆ ସରକାର ଆସିବା ପରେ ପ୍ରଥମ ଥର ପାଇଁ ଯେପରି ଚିତାକର୍ଷକ ଭାବରେ ଆୟୋଜନ କରାଯାଇଛି ସେଥିପାଇଁ ସଂସ୍କୃତି ବିଭାଗକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ। ସଂସ୍କୃତି ବିଭାଗ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଜନଜାତି ଜୀବନ ଶୈଳି ଉପରେ ଆଧାରିତ ‘Soul of the Soil’ ନାମକ ଏକ କଫି ଟେବୁଲ୍ ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଂଗ୍ରହାଳୟ ପରିସରରେ ପିଲାମାନଙ୍କ ପାଇଁ ଏକ ଯନ୍ତ୍ରଚାଳିତ ଡାଇନୋସର ପ୍ରତିମୂର୍ତ୍ତୀକୁ ସୁଇଚ୍ ଟିପି ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବିଭାଗ ପକ୍ଷରୁ ଆୟୋଜିତ ଗୋଟିପୁଅ, ସମ୍ବଲପୁରୀ ଓ ଓଡିଶୀ ନୃତ୍ୟକୁ ଦେଖିଥିଲେ। କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ ରାଉତରାୟ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ଜନତା ଦେଲେ ସମ୍ବର୍ଦ୍ଧନା, ପିଲାଙ୍କ ଠାରୁ ଫୁଲ ନେଲେ, ସେଲ୍‌ଫି ଉଠାଇଲେ। ସଂଗ୍ରହାଳୟକୁ ଯିବା ରାସ୍ତାର ଉଭୟ ପାର୍ଶ୍ୱରେ ଛୋଟ ପିଲାଙ୍କ ଠାରୁ ଆରମ୍ଭକରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସ୍ଥାନେ ସ୍ଥାନେ ଗାଡି ଅଟକାଇ ସେ ପିଲାଙ୍କ ଠାରୁ ଫୁଲ ତୋଡା ଗ୍ରହଣ କରିଥିଲେ। ପିଲାଙ୍କ ସହ ସେଲ୍‌ଫି ମଧ୍ୟ ଉଠାଇଥିଲେ। ଜଣେ ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ସେ ଯେଉଁଭଳି ସରଳ ଭାବରେ ସମସ୍ତଙ୍କ ସହ ମିଶୁଛନ୍ତି, କଥା ହେଉଛନ୍ତି, ସୁଖଦୁଃଖ ଶୁଣୁଛନ୍ତି, ଏହାଦ୍ୱାରା ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ଗଢିଉଠୁଥିବା ତାଙ୍କ ପରିଚୟ ଆହୁରି ସୁଦୃଢ ହେଉଛି।

Post Views: 37
Tags: Chief Minister Mohan Majhi ate potpitha and drinkplayed doli
Share202Tweet126Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In