• About Us
  • Contact Us
Sunday, August 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ବାଲ୍‌ସାହିତ୍ୟ ପାଇଁ ମାନସ ଓ ଯୁବ ପୁରସ୍କାର ପାଇଁ ସଞ୍ଜୟ ମନୋନୀତ

by Voice of Victims
June 16, 2024
in ମୁଖ୍ୟ ଖବର, ରାଜ୍ୟ
ବାଲ୍‌ସାହିତ୍ୟ ପାଇଁ ମାନସ ଓ ଯୁବ ପୁରସ୍କାର ପାଇଁ ସଞ୍ଜୟ ମନୋନୀତ

ଭୁବନେଶ୍ବର: ୨୦୨୪ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରଦତ୍ତ ବାଲ୍ ସାହିତ୍ୟ ପୁରସ୍କାର ଓ ଯୁବ ପୁରସ୍କାର ଘୋଷଣା କରାଯାଇଛି। ବରିଷ୍ଠ ଶିଶୁ ସାହିତ୍ୟିକ ମାନସ ରଞ୍ଜନ ସାମଲ ବାଲ୍‌ସାହିତ୍ୟ ପୁରସ୍କାର ପାଇଁ ମନୋନୀତ ହୋଇଥିବାବେଳେ ଯୁବ କଥାକାର ସଞ୍ଜୟ କୁମାର ପଣ୍ଡା ଯୁବ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।  ଗୁଜରାଟର ନର୍ମଦା ଜିଲ୍ଲାରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ୟ୍ୟନିର୍ବାହୀ ବୈଠକରେ ଏହା ଘୋଷଣା କରାଯାଇଛି। ଶ୍ରୀ ସାମଲଙ୍କୁ ତାଙ୍କର ଶିଶୁ ଗଳ୍ପ ସଂକଳନ ‘ଗପ କଳିକା’ (୨୦୨୦ ପ୍ରକାଶିତ) ପାଇଁ ତଥା ଶ୍ରୀ ପଣ୍ଡାଙ୍କୁ ତାଙ୍କ ଗଳ୍ପ ସଂକଳନ ‘ହୁ ବାଇଆ’ (୨୦୨୧) ଏହି ସମ୍ମାନ ଆଣି ଦେଇଛି।
ଶିଶୁ ସାହିତ୍ୟିକ ମାନସ ରଞ୍ଜନ ସାମଲ ଗତ ୩୭ବର୍ଷ ଧରି ଶିଶୁ ଓ କିଶୋର ସାହିତ୍ୟ ପତ୍ରିକା ‘ଝୁମୁକା’ର ସମ୍ପାଦକ ଭାବେ କାର୍ୟ୍ୟ କରୁଛନ୍ତି।  ନିଜ ଲେଖା ସଂପର୍କରେ ତାଙ୍କର ମତ ହେଉଛି, ‘‘ଯେକୌଣସି ଭାଷାର ସାହିତ୍ୟ ପାଇଁ ଶିଶୁସାହିତ୍ୟ ହେଉଛି ସଂଜୀବନୀ ସଦୃଶ। ପିଲାଙ୍କ ପାଇଁ ଲେଖିବା ହେଉଛି ମୋ ଜୀବନର ବଡ଼ ଉପଲବ୍ଧି।’’ ସେହିପରି ୧୯୯୦ ମସିହାରେ ଅବିଭକ୍ତ ବାଲେଶ୍ବର ଜିଲ୍ଲାର ରକ୍ତତୀର୍ଥ ଇରମରେ ଜନ୍ମିତ ଯୁବ କଥାକାର ସଞ୍ଜୟ କୁମାର ପଣ୍ଡା ସୋର, ନଦୀଗାଁରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକତା କରନ୍ତି। ପୁରସ୍କାର ପାଇଁ ମନୋନୀତ ଗଳ୍ପ ସଂକଳନ ‘ହୁ ବାଇଆ’ ସମେତ ତାଙ୍କର ଆଉ ଦୁଇଟି ଗଳ୍ପ ସଂକଳନ ଓ ଗୋଟିଏ କବିତା ସଂକଳନ ପ୍ରକାଶିତ। ପୂବର୍ରୁ ସେ ପାଇଥିବା ପ୍ରମୁଖ ସମ୍ମାନ ଓ ସ୍ୱୀକୃତି ଭିତ‌ରେ ରହିଛି କଥା ନବପ୍ରତିଭା ପୁରସ୍କାର, ଟାଇମ୍ ପାସ୍ ଉଦୟରାଗ ସମ୍ମାନ, କାଦମ୍ବିନୀ ନବଉନ୍ମେଷ ପୁରସ୍କାର, ହାଜୀ ଅସ୍ରଫ୍ ଅଲ୍ଲୀ ଉଦୟ ପ୍ରତିଭା ସମ୍ମାନ ଓ ଫକୀରମୋହନ ବିଶ୍ବବିଦ୍ୟାଳୟ ଯୁବ ଗାଳ୍ପିକ ପୁରସ୍କାର। 

Post Views: 60
Share199Tweet124Send
Voice of Victims

Voice of Victims

Recent Posts

  • ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ
  • ଖୋଲିଲା ହୀରାକୁଦର ଆଉ ୪ ଗେଟ୍, ୧୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ଯୁବକଙ୍କୁ ଧକ୍କା ଦେଲା କଶ୍ମୀର ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ୍, ଯୁବକଙ୍କ ମୃତ୍ୟୁ
  • ଫୁକେଟ୍-ଦିଲ୍ଲୀ ବିମାନରେ ଭୟଙ୍କର ଟର୍ବୁଲାନ୍ସ ଘଟଣା, ପାଇଲଟଙ୍କ ଡୋପ୍ ଟେଷ୍ଟ ପଜେଟିଭ୍
  • ମୋଦିଙ୍କୁ ଫୋନ୍ କଲେ ଜେଡି ଭାନ୍ସ, ଆହୁରି ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In