• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ବିଭିନ୍ନ ମହଲରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଶୁଭେଚ୍ଛା

by Voice of Victims
June 18, 2024
in ମୁଖ୍ୟ ଖବର, ରାଜ୍ୟ
ବିଭିନ୍ନ ମହଲରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଶୁଭେଚ୍ଛା

ଭୁବନେଶ୍ଵର: ଦୀର୍ଘ ୨୪ ବର୍ଷ ପରେ ଓଡିଶାରେ ନୂଆ ସରକାର ଗଠନ ହୋଇଛି। ଓଡିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ପୂର୍ଣ୍ଣ ଗରିଷ୍ଠତା ସହ କ୍ଷମତାକୁ ଆସିଛି। ନିର୍ବାଚନ ପୂର୍ବରୁ ବିଜେଡ଼ି-ବିଜେପି ମଧ୍ୟରେ ମେଣ୍ଟ ହେବା ଖବର ଚର୍ଚ୍ଚା ହେଉଥିବା ବେଳେ ଓଡିଶାର ବିଜେପି ସଭାପତି ମନମୋହନ ସାମଲ ଏହା ପ୍ରତି ଅନିଚ୍ଛା ପ୍ରକାଶ କରିଥିଲେ। ମେଣ୍ଟକୁ ସମର୍ଥନ ନକରି ବିଜେପି ରାଜ୍ୟରେ ଏକାକୀ ଲଢି ସରକାର ଗଠନ କରିପାରିବ ବୋଲି ଦାବି କରୁଥିଲେ। ହେଲେ ସେଥିପାଇଁ ତାଙ୍କୁ ବାରମ୍ବାର ଦିଲ୍ଲୀ ଡାକରା ମଧ୍ୟ ହେଉଥିଲା। କିନ୍ତୁ ଶେଷରେ ମନମୋହନଙ୍କ ନେତୃତ୍ଵରେ ବିଜେପି ରାଜ୍ୟରେ ଏକାକୀ ନିର୍ବାଚନ ଲଢି ସଫଳତା ପାଇଲା। ଏତେ ବଡ଼ ପରିବର୍ତ୍ତନ ସର୍ବ ଭାରତୀୟ ସ୍ତରରେ ଆଲୋଚନାର ବିଷୟ ପାଲଟିଲା। କିନ୍ତୁ ବିଜେପିର ସଫଳତା ଯୋଗୁଁ ନିଜ ନିର୍ବାଚନ ମଣ୍ଡଳୀରୁ ମନମୋହନଙ୍କ ପରାଜୟର ଖବର ଉଭାନ ହୋଇଗଲା। ସମସ୍ତେ ମନମୋହନଙ୍କ ନେତୃତ୍ଵକୁ ପ୍ରଶଂସା କରିବା ଆରମ୍ଭ କଲେ। ମନମୋହନଙ୍କ ଯୋଗୁଁ ଓଡିଶାରେ ବିଜେପି କ୍ଷମତାକୁ ଆସିଲା ବୋଲି ଚର୍ଚ୍ଚା ହେଲା। ତେଣୁ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଲା। ଏହିକ୍ରମରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ତାରକା ହୋଟେଲରେ ଆୟୋଜକ ଶିକ୍ଷାବିତ୍, ଉଦ୍ୟୋଗପତି ଶ୍ରୀନିବାସ ପଟ୍ଟନାୟକ ସମେତ ସବୁ ବର୍ଗର ଦଳୀୟ କର୍ମୀ, ମିଡ଼ିଆ ବନ୍ଧୁ, ଚିକିତ୍ସାବିତ୍ , ଶିକ୍ଷାବିତ୍, କଳାକାର,ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ଉଦ୍ୟୋଗପତି, ଶିଳ୍ପପତି ତଥା ଶୁଭେଚ୍ଛୁଙ୍କର ଏକ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୫ ଶହ ଲୋକଙ୍କର ସମାଗମ ହୋଇଥିଲା। ସମସ୍ତେ ମନମୋହନଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Post Views: 33
Share202Tweet126Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In