• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ରଥଯାତ୍ରାରେ ଶୃଙ୍ଖଳିତ ପରିବହନ ସେବା ପାଇଁ ସମନ୍ଵୟ ବୈଠକ

by Voice of Victims
June 19, 2024
in ମୁଖ୍ୟ ଖବର, ରାଜ୍ୟ
ରଥଯାତ୍ରାରେ ଶୃଙ୍ଖଳିତ ପରିବହନ ସେବା ପାଇଁ ସମନ୍ଵୟ ବୈଠକ

ଭୁବନେଶ୍ବର: ବଶ୍ୱିପ୍ରସିଦ୍ଧ ରଥଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ। ଶ୍ରଦ୍ଧାଳୁଙ୍କ ସୁଗମ ପରବହନକୁ ଆଖି ଆଗରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏକ ସମନ୍ଵୟ ବଠୈକ ଅନୁଷ୍ଠିତ ହାଇଛି। ପ୍ରାଧିକରଣର ମୁଖ୍ୟାଳୟରେ ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜାତୀୟ ରାଜପଥ କର୍ତ୍ତୁପକ୍ଷ, ପୋଲିସ କର୍ତ୍ତୁପକ୍ଷ, ପୁରୀ, କଟକ ଓ ଭୁବନେଶ୍ଵର ଆଞ୍ଚଳକି ପରିବହନ ଅଧିକାରୀ ଏବଂ ବସ୍ ମାଲିକ ସଙ୍ଘ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏତେ ସଂଖ୍ୟକ ଶ୍ରଦ୍ଧାଳୁ ଯେପରି ପୁରୀରେ ସବୁଧିାରେ ପହଞ୍ଚିବେ ଓ ଫେରିବେ ତାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ ଗୁରୁତ୍ୱପୂର୍ଣ୍ଧ ନିଷ୍ପତ୍ତିଗୁଡକି ଗ୍ରହଣ କରାଯାଇଛି। ପ୍ରତିବର୍ଷ ଭଳି ଚଳତି ଥର ମଧ୍ୟ ରଥଯାତ୍ରା, ବାହୁଡା ଯାତ୍ରା ଓ ସୁନାବେଶ ନିମନ୍ତେ ଅନ୍ୟରୁଟ୍ ଗାଡଗୁଡିକୁ ପୁରୀ ନିମନ୍ତେ ସ୍ୱତନ୍ତ୍ର ପରମିଟ୍ ପ୍ରଦାନ କରାଯବି। ଆଗ୍ରହୀ ବସ୍ ମାଲିକମାନେ ଏଥିନମନ୍ତେ ଆବେଦନ କରିବେ ଏବଂ ଏସଟଏି ମୁଖ୍ୟାଳୟରେ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାରେ ଏହାକୁ ଅନୁମୋଦନ ମିଳବି। ବିଶେଷକରି, କଟକ-ଭୁବନେଶ୍ଵରରୁ ଅଧିକ ସଂଖ୍ୟକ ବସ୍ ପୁରୀ ଚଳାଚଳ କରବା ଉପରେ ଗୁରୁତ୍ୱ ଦିଆଯିବ। ସେହିଭଳି ନିର୍ଦ୍ଧାରିତ ବସ୍ ଭଡାଠାରୁ କୌଣସି ବସ୍ ଯାତ୍ରୀଙ୍କଠାରୁ ଅଧିକ ଭଡା ଦାବି କରିବାର ଅଭିଯୋଗ ଜେଭଳି ନଆସେ ସେଦଗିରେ ବସ ମାଲିକ ସଙ୍ଘ ଧ୍ୟାନ ଦେବାକୁ ପରବିହନ ଆୟୁକ୍ତ କହିଛନ୍ତି। ଅଧିକ ଭଡା ଆଦାୟ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେବଳ ବସ୍ ନୁହେଁ, ମାଳତୀପାଟପୁର କିମ୍ବା ତାଳବଣିଆରୁ ବଡଦାଣ୍ଡକୁ ଯାଉଥିବା ଅଟୋ କିମ୍ବା ଅନ୍ୟାନ୍ୟ ଗାଡି ଯେପରି ମନଇଚ୍ଛା ଭଡା ଦାବି ନକରିବେ ସେ ଦିଗରେ ପୁରୀ ପୋଲିସ ଓ ପୁରୀ ଆରଟଓି ବିଶେଷ ଧ୍ୟାନ ଦେବାକୁ ନିଷ୍ପତ୍ତି ହୋଇଛି। ବସ୍ ରହଣିସ୍ଥାନରେ ଅସ୍ଥାୟୀ ବିଶ୍ରାମଗାର ସହ ପ୍ରଶାସନ ତରଫରୁ ଖାଦ୍ୟ, ପାନୀୟ ବଣ୍ଟନର ବ୍ୟବସ୍ଥା କରାଯିବ। ରାସ୍ତାଘାଟ ଆଲୋକିକରଣକୁ ସୁନିଶ୍ଚିତ କରାଯିବ। ବସଗୁଡକିରେ ଫାଷ୍ଟଏଡ୍ କିଟ୍ ଓ ପର୍ଯ୍ୟାପ୍ତ ପରିମାଣର ଓଆରଏସ ମହଜୁଦ୍ ରହିବ ଓ ତାହା ଏସଟିଏ ପକ୍ଷରୁ ଯୋଗାଇ ଦିଆଯିବ। ଏହାସହ ରଥଯାତ୍ରା ସମୟରେ ସ୍ପେଶାଲ ପରମିଟ ପାଇଥିବା ବସଗୁଡକିୁ ଟୋଲଗେଟରେ ଫି ଛାଡ ନେଇ ବସ୍ ମାଲିକମାନଙ୍କ ଦୀର୍ଘଦିନର ଏକ ଦାବିକୁ ମଧ୍ୟ ଆଜି ଏସଟିଏ ଗ୍ରହଣ କରିଛି। ଏସଂକ୍ରାନ୍ତ ବୈଠକରେ ଉପସ୍ଥିତ ଏନଏଚଆଇ କର୍ତ୍ତୁପକ୍ଷଙ୍କୁ ପଦକ୍ଷେପ ନେବାକୁ କୁହାଯାଇଛି। ବସ୍ ଷ୍ଟପ୍ ଗୁଡକିରେ ଯାତ୍ରୀମାନଙ୍କୁ ଯେଉଁଭଳି କେହି ହଇରାଣ ନ କରିବେ ସେ ଦଗିରେ ପୋଲିସର ସହାୟତା ଲୋଡାଯାଇଛି। ଅସାମାଜିକମାନଙ୍କ ଉପରେ କଡା ନଜର ରଖାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ୱତନ୍ତ୍ର ଟିମ ଗଠନ କରି ଯାତ୍ରୀଙ୍କ ସୁବିଧାକୁ ପୁରୀ, ଭୁବନେଶ୍ଵର, କଟକ ସମେତ ଅନ୍ୟାନ୍ୟ ସହରର ବସଷ୍ଟାଣ୍ଡରେ ତଦାରଖ କରାଯିବ। ଏହା ସହ ପୁରୀର ତାଳବଣିଆରେ ସିସିଟିଭି ମଧ୍ୟ ଲାଗିବ। ରାଜ୍ୟ ବାହାର ଯାତ୍ରୀବାହୀ ଗାଡଗୁଡିକ ମାଳତୀପାଟପୁରରେ ରହିବ।

ଯାତ୍ରୀ ଓ ଯାତ୍ରୀବାହୀ ଗାଡମିାନଙ୍କ ସୁବଧିା ନମନ୍ତେ ରଥଯାତ୍ରା ସମୟରେ ପୁରୀରେ ଆରଟିଓ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବ। ଏହାସହ ଗାଡିମରାମତି ନିମନ୍ତେ ବିଭିନ୍ନ କମ୍ପାନୀଙ୍କ ସହଯୋଗ, କ୍ରେନ୍ ଓ ଆମ୍ବୁଲାନ୍ସ ସୁବଧିା ମଧ୍ୟ କରାଯିବ। ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯିବ। ଜାତୀୟ ରାଜପଥର ଗହଳି ଆଶଙ୍କା ଥିବା ସ୍ଥାନ ବିଶେଷକରି ପଳାଶୁଣି, ହଂସପାଳ ଭଳି ପଏଣ୍ଟ ଗୁଡକିରେ ସ୍ୱତନ୍ତ୍ର ଟିମ ଦାୟିତ୍ୱରେ ରହିବେ। ସମସ୍ତ ବଭିାଗ, ଗାଡିମାଲିକ ଓ କର୍ମଚାରୀଙ୍କ ସହଯୋଗରେ ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପରିବହନ ଆୟୁକ୍ତ କହିଛନ୍ତି। ଏହାସହ ରଥଯାତ୍ରା ସମୟରେ ବେପରୁଆ ଗାଡିଚାଳନାକୁ ରୋକିବାକୁ ଭୁବନେଶ୍ଵରଋ ପୁରୀ ମଧ୍ୟରେ ଇଣ୍ଟେଲିଜେଣ୍ଟ ଏନଫୋର୍ସ ସିଷ୍ଟମ କାର୍ଯ୍ୟକାରୀ ହେବ। ସମନ୍ଵୟ ବୈଠକକୁ ଅତରିିକ୍ତ ପରିବହନ କମିଶନର ଲାଲମୋହନ ସେଠୀ ପରିଚାଳନା କରିଥିବା ବେଳେ ଯୁଗ୍ମ ପରବିହନ କମିଶନର ପ୍ରଦୀପ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ।

Post Views: 32
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In