• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବଢିଲା ଧାନର ଏମଏସପି

by Voice of Victims
June 20, 2024
in ଦେଶ ବିଦେଶ, ମୁଖ୍ୟ ଖବର
ବଢିଲା ଧାନର ଏମଏସପି

ନୂଆଦିଲ୍ଲୀ: କୃଷକଙ୍କ ପାଇଁ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ୧୪ଟି ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ, ଏମଏସପି ବୃଦ୍ଧି କରିଛନ୍ତି ସରକାର । ଏ ନେଇ କେନ୍ଦ୍ର କ୍ୟାବିନେଟ ବଡ ନିଷ୍ପତ୍ତି ନେଇଛି । ଧାନର ଏମଏସପି ବି ବଢିଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ କେନ୍ଦ୍ର ସରକାର ଆଉ ୧୧୭ ଟଙ୍କା ବଢାଇ ୨୩ ଶହ ଟଙ୍କା କରିଛନ୍ତି । କେନ୍ଦ୍ର ସରକାର ଧାନ ସମେତ ୧୪ ପ୍ରକାର ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍‌ପି) ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସାଧାରଣ ଧାନର ଏମ୍‌ଏସ୍‌ପି କ୍ବିଣ୍ଟାଲ ପିଛା ୧୧୭ ଟଙ୍କା ବୃଦ୍ଧି ପାଇ ୨୩୦୦ ଟଙ୍କା ହୋଇଥିବା ବେଳେ ଗ୍ରେଡ୍‌ ଏ ଧାନର ଏମ୍ଏସ୍‌ପି ୨୩୨୦ ଟଙ୍କା କରାଯାଇଛି। କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଏମ୍ଏସ୍‌ପି ବୃଦ୍ଧି କରାଯାଇଥିବାରୁ ଚାଷୀମାନଙ୍କୁ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ମିଳିବ। ପୂର୍ବ ଋତୁ ତୁଳନାରେ ଏହା ୩୫ ହଜାର କୋଟି ଟଙ୍କା ଅଧିକ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ ବାଜରା ଏମ୍ଏସ୍‌ପି ୧୨୫ ଟଙ୍କା ବୃଦ୍ଧି ପାଇ ୨୬୨୫ ଟଙ୍କା, ମାଣ୍ଡିଆ ୪୪୪ ଟଙ୍କା ବୃଦ୍ଧି ପାଇ ୪୨୯୦ ଟଙ୍କା ଓ ମକା ଏମ୍ଏସ୍‌ପି ୧୩୫ ଟଙ୍କା ବୃଦ୍ଧି ପାଇ ୨୨୨୫ ଟଙ୍କାରେ ପହଞ୍ଚିଛି। ହରଡ଼ ଡାଲି ଏମ୍ଏସ୍‌ପି କ୍ବିଣ୍ଟାଲ ପିଛା ୫୫୦ ଟଙ୍କା ବୃଦ୍ଧି ପାଇ ୭୫୫୦ ଟଙ୍କା ହୋଇଥିବା ବେଳେ ମୁଗ ଡାଲି ୧୨୪ ଟଙ୍କା ବୃଦ୍ଧି ପାଇ ୮୬୮୨ ଟଙ୍କା ଧାର୍ୟ୍ୟ କରାଯାଇଛି। ବିରି ଏମ୍ଏସ୍‌ପି କ୍ବିଣ୍ଟାଲ ପିଛା ୪୫୦ ଟଙ୍କା ବୃଦ୍ଧି ପାଇ ୭୪୦୦ ଟଙ୍କାରେ ପହଞ୍ଚିଛି। ଚିନାବାଦାମ ଏମ୍‌ଏସ୍‌ପି କ୍ବିଣ୍ଟାଲ ପିଛା ୪୦୬ ଟଙ୍କା ବୃଦ୍ଧି ପାଇ ୬୭୮୩ ଟଙ୍କା ହୋଇଥିବା ବେଳେ ସୂର୍ୟ୍ୟମୁଖୀ ମଞ୍ଜି ଦାମ୍ ୭୨୮୦ ଟଙ୍କା, ସୋୟାବିନ୍‌ର ୨୯୨ ଟଙ୍କା ବୃଦ୍ଧି ପାଇ ୪୮୯୨ ଟଙ୍କାରେ ପହଞ୍ଚିଛି।

Post Views: 38
Share200Tweet125Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In