• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଧ୍ୟାତ୍ମିକ

ଗଜାନନ ବେଶରେ ଦର୍ଶନ ଦେଲେ ବିଶ୍ୱନିୟନ୍ତା

by Voice of Victims
June 22, 2024
in ଆଧ୍ୟାତ୍ମିକ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଗଜାନନ ବେଶରେ ଦର୍ଶନ ଦେଲେ ବିଶ୍ୱନିୟନ୍ତା

ଭୁବନେଶ୍ବର: ପୁରୀଠାରେ ମହା ଆଡ଼ମ୍ବର ସହ ପାଳିତ ହୋଇଯାଇଛି ଶ୍ରୀଜିଉଙ୍କ ସ୍ନାନଯାତ୍ରା । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଆଜି ସଂପୂର୍ଣ୍ଣ ନୀତିବିଧି ସହକାରେ ଅନୁଷ୍ଠିତ ହୋଇଛି ଦେବସ୍ନାନ ପୁର୍ଣିମା । ରତ୍ନ ସିଂହାସନରେ ଦର୍ଶନ ଦେଉଥିବା ଚତୁର୍ଦ୍ଧାମୂର୍ତ୍ତି ଆଜି ଅଗଣିତ ଭକ୍ତଙ୍କୁ ସ୍ନାନବେଦିରୁ ଦର୍ଶନ ଦେଇଛନ୍ତି । ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନ ପୂର୍ଣ୍ଣିମା ବା ମହତି ଜ୍ୟେଷ୍ଠା ସ୍ନାନ ଉତ୍ସବ । ଆଜି ସ୍ନାନ ଯାତ୍ରାରେ ମହାପ୍ରଭୁ ସ୍ନାନ କରିଥିଲେ । ସମଗ୍ର ବିଶ୍ୱରେ ମହାପ୍ରଭୁ ହେଲେ ଏମିତି ଠାକୁର ଯାହାଙ୍କର ସ୍ନାନକୁ ନେଇ ଯାତ୍ରା ହୋଇଥାଏ । ସବୁଦିନ ସ୍ନାନ କରନ୍ତି ମହାପ୍ରଭୁ ଓ ଆଜି ଭି ସ୍ନାନ କରିଥିଲେ । ହେଲେ ସବୁଦିନ ଯେଉଁ ସ୍ନାନ କରନ୍ତି ତାକୁ ବିମ୍ବ ସ୍ନାନ କରାଯାଏ । ଅର୍ଥାତ୍ ମହାପ୍ରଭୁଙ୍କ ସମ୍ମୁଖରେ ଏକ ଦର୍ପଣ ରଖାଯାଏ ଏବଂ ସେଥିରେ ତାଙ୍କ ପ୍ରତିବିମ୍ବ ପଡ଼ିଲେ ସେହି ଦର୍ପଣକୁ ସ୍ନାନ କରାଯାଏ । କିନ୍ତୁ ଆଜି ମହାପ୍ରଭୁ ଯେଉଁ ସ୍ନାନ କରିଛନ୍ତି ତାକୁ ପ୍ରତ୍ୟେକ୍ଷ ସ୍ନାନ କୁହାଯାଏ ।
ଏହି ସ୍ନାନ ଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଥିଲା ଏକ ଆଧ୍ୟାତ୍ମିକ ପରିବେଶ । ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ୱେ ଲୋକାରଣ୍ୟ ହୋଇଥିଲା ବଡ଼ଦାଣ୍ଡ । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାଇ ମାତ୍ର କିଛି ସମୟର ବିଳମ୍ବରେ ପହଣ୍ଡି ଆରମ୍ଭ ହୋଇଥିଲା । ଲକ୍ଷାଧିକ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଥିଲା ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣମୀ ତଥା ଜଗତର ନାଥ ଜଗନ୍ନାଥଙ୍କ ଜନ୍ମ ତିଥି । ଏଥି ସହ ଦୁର୍ଲ୍ଲଭ ହାତୀବେଶରେ ପ୍ରଭୁଙ୍କୁ ଦର୍ଶନ କରିଥିଲେ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁ । ଜ୍ୟେଷ୍ଠ ପୂର୍ଣ୍ଣମୀ ବା ନିଜ ଜନ୍ମତିଥିରେ ରତ୍ନବେଦୀରୁ ଓହ୍ଲାଇ ଆସି ସ୍ନାନବେଦିରୁ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ ଚତୁର୍ଦ୍ଧାମୂରତି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଡୋର ଲାଗି,ପୁଷ୍ପାଞ୍ଜଳି ସକାଳ ୫ଟା ୧୫ରେ ହୋଇଥିଲା । ପରେ ୫ଟା ୨୦ରେ ପହଣ୍ଡି ଆରମ୍ଭ ହୋଇଥିଲା । ସକାଳ ୭ଟା ୪୫ରେ ସରିଥିଲା ପହଣ୍ଡି । ଧାଡ଼ି ପହଣ୍ଡିରେ ଚକ୍ରରାଜ ସୁଦର୍ଶନ, ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ସାଆନ୍ତ ପ୍ରଭୁ ଶ୍ରୀ ଜଗନ୍ନାଥ ପହଣ୍ଡି ହୋଇ ସ୍ନାନ ମଣ୍ଡପରେ ଅଧିଷ୍ଠିତ ହୋଇଥିଲେ । ଏହା ପରେ ମଦନମୋହନ ବିଜେ ହୋଇ ୧ଟା ୧୦ ରେ ଜଳଲାଗି ପୂଜା ହୋଇଥିଲା । ଶ୍ରୀଜଗନ୍ନାଥଙ୍କୁ ୩୫ଗରା, ଶ୍ରୀବଳଭଦ୍ରଙ୍କୁ ୩୩ଗରା, ଦେବୀ ସୁଭଦ୍ରାଙ୍କୁ ୨୨ଗରା ଏବଂ ସୁଦର୍ଶନଙ୍କୁ ୧୮ଗରା ଜଳରେ ସ୍ନାନ କରାଯାଇଥିଲା । ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ସ୍ନାନ ମଣ୍ଡପରେ ୨ଟା ୩୫ରୁ ୩ଟା ୧୦ ମଧ୍ୟରେ ଛେରାପହଁରା କରିବା ପରେ ଶ୍ରୀଜୀଉଙ୍କର ଧୂପ ଭୋଗ ଅନୁଷ୍ଠିତ ହୋଇଥିଲା । ଏହା ପରେ ୩ଟା ୨୦ ରୁ ୪ଟା ୩୦ ମଧ୍ୟରେ ପୁଷ୍ପାଳକ, ସିଂହାରୀ, ମେକାପ ସେବାୟତ ମାନଙ୍କ ଦ୍ୱାରା ଶ୍ରୀଜିଉଙ୍କୁ ହାତୀ ବେଶରେ ସୁସଜ୍ଜିତ କରାଯାଇଥିଲା । ଶୁଭ୍ର ରଙ୍ଗର ଗଜବେଶରେ ମହାପ୍ରଭୁ ଓ ହଳଦିଆ ରଙ୍ଗର ଗଜବେଶରେ ବଡ଼ଠାକୁର ଦର୍ଶନ ଦେଇଥିଲେ । ମହାପ୍ରଭୁଙ୍କ ଏହି ଅପୂର୍ବ ବେଶ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରିଥିଲେ । ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ୱେ ଭକ୍ତମାନେ ଏହି ବେଶ ଦର୍ଶନ କରି ବହୁତ ଖୁସି ଅନୁଭବ କରିଥିଲେ ।ସକାଳେ ସ୍ନାନମଣ୍ଡପ ତଳେ ଓ ହାତୀବେଶ ଓ ଭୋଗ ସରିବା ପରେ ଭକ୍ତ ଶ୍ରଦ୍ଧାଳୁ ୩ରୁ ୪ ଘଣ୍ଟା ସ୍ନାନମଣ୍ଡପ ଉପରେ ଶ୍ରୀବିଗ୍ରହଙ୍କୁ ଅତି ନିକଟରୁ ଦର୍ଶନ କରିଥିଲେ । ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମାର୍କେଟ ଛକରୁ ବ୍ୟାରିକେଡ଼ ଏବଂ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରୁ ଜିକଜ୍ୟକ୍ ବ୍ୟାରିକେଡର ବ୍ୟବସ୍ଥା କରାଯାଇଥିଲା । ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ଅଗ୍ନିଶମ ବିଭାଗ ପକ୍ଷରୁ ଜଳ ସିଞ୍ଚନର ବ୍ୟବସ୍ଥା ହୋଇଥିଲା । କିଏ ହନୁମାନ ବେଶ ହୋଇ ତ ଆଉ କିଏ ଓଡ଼ିଶୀ ନୃତ୍ୟ କରି ନିଜକୁ ସମର୍ପଣ କରୁଥିଲେ । ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ୬୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ଆଦ୍ୟ ଯାତ୍ରା ହୋଇଥିବା ବେଳେ, ଏହାକୁ ଦେଖିବା ପାଇଁ ସମ୍ପୁର୍ଣ୍ଣ ଶ୍ରୀକ୍ଷେତ୍ର ହୋଇଉଠିଥିଲା ଲୋକାରଣ୍ୟ । ମହାପ୍ରଭୁଙ୍କର ସ୍ନାନଯାତ୍ରା ଓ ହାତୀ ବେଶ ଦେଖିବାର ସୌଭାଗ୍ୟ ଅର୍ଜନ କରିଥିଲେ ଅଗଣିତ ଭକ୍ତ ।
ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ଶ୍ରୀଜିଉମାନଙ୍କ ପାଇଁ ଶ୍ରୀମନ୍ଦିରର ଦେବଯାନ ମାର୍ଗରେ ଥିବା ସୁନା କୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଇଥିଲା । ଏହି ସୁନା କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହାନ ସିଂହଙ୍କ ମଧ୍ୟରେ ଅବସ୍ଥିତ । ବର୍ଷ ସାରା ସିଂହ ହିଁ ଏହି କୂଅକୁ ସୁରକ୍ଷିତ ରଖିଥାନ୍ତି । କୂଅର ବ୍ୟବହାର ବର୍ଷ ସାରା ନଥିବାରୁ ଜନପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣ ତୁଠ ପାଣି ବୋଲି ଗ୍ରହଣ କରାଯାଏ । ପ୍ରତ୍ୟେକ ଦିନ ସ୍ନାନ ଲୀଳାରେ ବୈଦିକ ବିଧିରେ ସ୍ନାନ ଜଳ ଅଭିମନ୍ତ୍ରିତ ହେଉଥିବା ବେଳେ ସ୍ଥାନ କାଳରେ ତାନ୍ତ୍ରିକ ବିଧିରେ ତେରଟି ପଦାର୍ଥ ମିଶ୍ରଣ କରାଯାଏ । ଯଥା ଅଷ୍ଟବନ୍ଧ, କୃଷ୍ଣ – ଅଗରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡା, ଆମଳକି, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରିତ କରାଯାଏ । ଏହି ମହୌଷଧୀ ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଏ । ଆଜି ବେଶ ଓଲାଗି ପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଭିତର କାଠ ପାଖେ ଅଣସର ପିଣ୍ଡିରେ ବିଜେ କରିବା ପରେ ତାଟି ବନ୍ଧା ଯାଇଥିଲା ଓ ପଟିମୂର୍ତ୍ତି ସ୍ଥାପନା କରାଯାଇଥିଲା । ତାପରେ ଏହି ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ପୂର୍ଣ୍ଣିମାଠୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଜ୍ୱରରେ ପଡନ୍ତି । ଏହି ୧୫ ଦିନ କାଳ ଭକ୍ତ ମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନରୁ ବଞ୍ଚିତ ହୁଅନ୍ତି । କିନ୍ତୁ ଏବର୍ଷ ୧୩ ଦିନ ଧରି ମହାପ୍ରଭୁ ଜ୍ୱର ଗ୍ରସ୍ତ ହେବେ । ଏହି ସମୟରେ ଭକ୍ତମାନେ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥଙ୍କୁ ଦର୍ଶନ କରିବେ ।

Post Views: 35
Share199Tweet125Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In