• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ସାରା ରାଜ୍ୟରେ ସକ୍ରିୟ ହେଲା ମୌସୁମୀ

by Voice of Victims
June 23, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସାରା ରାଜ୍ୟରେ ସକ୍ରିୟ ହେଲା ମୌସୁମୀ

ଭୁବନେଶ୍ୱର: ସାରା ରାଜ୍ୟକୁ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ । ସ୍ୱାଭାବିକ ସମୟର ଦିନକ ପରେ ସବୁ ଜିଲ୍ଲାକୁ ମୌସୁମୀ ଛୁଇଁବା ସହ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ ୮ରେ ମାଲକାନାଗିରି ସମେତ ଦକ୍ଷିଣ ପ୍ରାନ୍ତର କିଛି ଜିଲ୍ଲାକୁ ଛୁଇଁଥିଲା । କିନ୍ତୁ ମୌସୁମୀ ପ୍ରଭାବରେ ଯେତିକି ବର୍ଷା ହେବା କଥା ସେତିକି ହୋଇ ନଥିଲା । କିଛି ଦିନ ପାଇଁ ମୌସୁମୀ ଆଗକୁ ମଧ୍ୟ ବଢ଼ି ପାରି ନଥିଲା । ହେଲେ ଆଜି ଭୁବନେଶ୍ୱରକୁ ମୌସୁମୀ ଛୁଇଁବା ସହ ସାରା ରାଜ୍ୟରେ ସକ୍ରିୟ ହୋଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ୨୬ରୁ ଏହାର ପରିମାଣ ବଢ଼ିବ । ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିସବୁ ଜିଲ୍ଲାଗୁଡ଼ିକ ହେଉଛି, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ । ଏହି ସବୁ ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ବର୍ଷା ହେବାର ଆଶଙ୍କା ରହିଛି । ଆସନ୍ତା ୨୭ ତାରିଖରେ ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆଜିଠାରୁ ଉପକୂଳ, ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ରହିବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର କହିଛି ।
ଅପରପକ୍ଷେ ରାଜ୍ୟର କେବଳ ୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଜୁନ୍ ମାସ ସରିବାକୁ ଆଉ ସପ୍ତାହେ ଅଛି । ରାଜ୍ୟକୁ ମୌସୁମୀ ମଧ୍ୟ ଆସି ସାରିଛି । କିନ୍ତୁ ବର୍ଷା ନାହିଁ । ରାଜ୍ୟରେ ଏହି ମାସରେ ନିଅଣ୍ଟିଆ ବର୍ଷା ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଜୁନ ୧ ରୁ ଆଜି (ଜୁନ୍ ୨୩) ପର୍ଯ୍ୟନ୍ତ ସାରା ରାଜ୍ୟରେ ୮୮.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଆଉ ଏହା ସ୍ୱାଭାବିକ ବର୍ଷା ତୁଳନାରେ ୩୯ ପ୍ରତିଶତ କମ୍ । ନିଅଣ୍ଟିଆ ବର୍ଷା ଯୋଗୁ ୪ ଜିଲ୍ଲାରେ ସ୍ଥିତି ଅତି ଉତ୍କଟ ରହିଛି । ଏହି ସବୁ ଜିଲ୍ଲାମାନଙ୍କରେ ୬୦ ପ୍ରତିଶତରୁ କମ୍ ବୃଷ୍ଟିପାତ ହୋଇଛି । ଏହି ଜିଲ୍ଲାଗୁଡ଼ିକ ହେଉଛି- ପୁରୀ, ବଲାଙ୍ଗିର, ବାଲେଶ୍ୱର ଓ ମୟୂରଭଞ୍ଜ । ପୁରୀରେ ସର୍ବାଧିକ ସ୍ୱାଭାବିକ ଠାରୁ ୭୦ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜରେ ୬୯, ବାଲେଶ୍ୱରରେ ୬୫ ଏବଂ ବଲାଙ୍ଗିରରେ ୬୨ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି ।୨୧ଟି ଜିଲ୍ଲାରେ ୨୦ ରୁ ୫୯ ପ୍ରତିଶତ ଯାଏଁ କମ୍ ବର୍ଷା ରହିଛି । ମାତ୍ର ୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଜିଲ୍ଲାଗୁଡ଼ିକ ହେଉଛି ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ, ଢେଙ୍କାନାଳ ଓ ଜଗତସିଂହପୁର । ଗତ ୨୪ ଘଣ୍ଟାରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟିରେ ସର୍ବାଧିକ ୫୬ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ନବରଙ୍ଗପୁର ସହରରେ ୩୨ ମିମି ବର୍ଷା ହୋଇଛି । ଫୁଲବାଣୀରେ ୫୧.୪ ମିମି ବର୍ଷା ହୋଇଥିବା ବେଳେ କୁଜଙ୍ଗରେ ୫୧ମିମି, ଭଞ୍ଜନଗରରେ ୫୦.୧ମିମି, ମାଲକାନଗିରିରେ ୪୮.୨ମିମି, କରଞ୍ଜିଆରେ ୪୮ମିମି, କନ୍ଧମାଳର ଟିକାବାଲିରେ ୪୭ମିମି, ଫିରିଙ୍ଗିଆରେ ୪୫.୨ମିମି, ବରଗଡ଼ର ଅତାବିରାରେ ୪୦ମିମି, ମାଲକାନଗିରିର ମାଥିଲିରେ ୩୮ମିମି, କନ୍ଧମାଳର ଖଜୁରୀପଡ଼ାରେ ୩୬ମିମି ଓ ଗଞ୍ଜାମର ବେଲଗୁଣ୍ଠାରେ ୩୨.୨ମିମି ବର୍ଷା ରେକର୍ଡ ହୋଇଛି ।

Post Views: 34
Share199Tweet124Send
Voice of Victims

Voice of Victims

Recent Posts

  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ
  • ଆଜି ଅଶୋକାଷ୍ଟମୀ, ଗଡ଼ିବ ଲିଙ୍ଗରାଜଙ୍କ ରୁକୁଣା ରଥ
  • ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ, ଛାରଖାର ହୋଇଗଲା ମହୋତ୍ସବ ଲାଗି ପଡ଼ିଥିବା ଷ୍ଟଲ୍
  • ଘଡଘଡି , ବିଜୁଳି ସାଙ୍ଗକୁ କୁଆପଥର ବର୍ଷା
  • କଳସଯାତ୍ରା ରୁ ଆରମ୍ଭ ହେଲା ଶ୍ରୀରାମ ନବମୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In