• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

୧୮ତମ ଲୋକସଭାର ପ୍ରଥମ ଅଧିବେଶନ: ଆରମ୍ଭରୁ ହଟ୍ଟଗୋଳ, ହୋ-ହଲ୍ଲା

by Voice of Victims
June 24, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
୧୮ତମ ଲୋକସଭାର ପ୍ରଥମ ଅଧିବେଶନ: ଆରମ୍ଭରୁ ହଟ୍ଟଗୋଳ, ହୋ-ହଲ୍ଲା

ନୂଆଦିଲ୍ଲୀ: ୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ତେବେ ଲୋକସଭାରେ ପ୍ରଥମ କାର୍ଯ୍ୟଦିବସ ଆରମ୍ଭ ହେବା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ବିଧିବଦ୍ଧ ଭାବେ ଲୋକସଭାର ପ୍ରୋଟେମ୍ ସ୍ପିକର ବା ଅସ୍ଥାୟୀ ବାଚସ୍ପତି ଭାବେ ଶପଥ ପାଠ କରାଇଥିଲେ । ଏହାପରେ ଶ୍ରୀ ମହତାବ ନିର୍ଦ୍ଧାରିତ ସମୟ ସୁଦ୍ଧା ଲୋକସଭା ଗୃହରେ ଆସି ପହଞ୍ôଚଥିଲେ । ଗୃହରେ ଉପସ୍ଥିତ ସମସ୍ତ ନିର୍ବାଚିତ ସାଂସଦ ମଧ୍ୟ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ପୂର୍ବକ ସ୍ୱାଗତ କରିଥିଲେ । ପରେ ଶ୍ରୀ ମହତାବ ମଧ୍ୟ ସମସ୍ତଙ୍କ ଅଭିବାଦନ ଗ୍ରହଣ ପୂର୍ବକ ଧନ୍ୟବାଦ ଜଣାଇଥିଲେ । ପରେ ପରେ ଶ୍ରୀ ମହତାବ୍‌ଙ୍କ ଅଧ୍ୟକ୍ଷତାରେ ସଂସଦୀୟ କାର୍ଯ୍ୟକ୍ରମ ଧାର୍ଯ୍ୟ ସମୟ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥିଲା । ପ୍ରଥମ ସଂସଦୀୟ କାର୍ଯ୍ୟକ୍ରମ ଭାବେ ନବନିର୍ବାଚିତ ସାଂସଦଙ୍କ ଶପ୍ରଥ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ବ୍ୟକ୍ତି ଭାବେ ଶପଥ ଗ୍ରହଣ କରିଥିଲେ । ମୋଦୀଙ୍କ ପରେ ପରେ ଅନ୍ୟ ନବନିର୍ବାଚିତ ସାଂସଦମାନେ ମଧ୍ୟ ବିଧିବଦ୍ଧ ଭାବେ ଅସ୍ଥାୟୀ ବାଚସ୍ପତିଙ୍କ ପୌରହିତ୍ୟରେ ଶପଥଗ୍ରହଣ କରିଥିଲେ । ଅମିତ୍ ଶାହ, ରାଜନାଥ ସିଂହ, ନୀତୀନ ଗଡ଼କରୀ, ଶିବରାଜ ସିଂହ ଚୌହାନ୍‌ଙ୍କ ସମେତ ଅନ୍ୟ ସାଂସଦମାନେ ମଧ୍ୟ ଶପଥ ଗ୍ରହଣ କରିଥିଲେ । ତେବେ ପ୍ରଧାନମନ୍ତ୍ରୀ ମୋଦୀ ସାଂସଦ ଭାବେ ଶପଥ ଗ୍ରହଣ କରିବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରତିବାଦ ସ୍ୱରୂପ ନିଜ ହାତରେ ଦେଶର ସମ୍ବିଧାନ ପୁସ୍ତକର ଏକ କପିକୁ ଧରି ପ୍ରଦର୍ଶିତ କରିଥିଲେ ।
ରିପୋର୍ଟ ଅନୁସାରେ ଆଜି ଲୋକସଭାରେ ସଂସଦୀୟ କାର୍ଯ୍ୟର ପ୍ରଥମ ଦିବସ ରହିଥିବା ବେଳେ ପ୍ରଥମରୁ ହିଁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଅସ୍ଥାୟୀ ବାଚସ୍ପତି ଭାବେ ବିଜେପି ନେତା ଭର୍ତ୍ତୃହରିଙ୍କୁ ନିୟୋଜିତ କରାଯିବାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ ଏବଂ ଶାସକ ଦଳ ଜାଣିଶୁଣି ପରମ୍ପରା ଭଙ୍ଗ କରିଛି ବୋଲି ଅଭିଯୋଗ କରିଥିଲେ । କଂଗ୍ରେସ ନେତା କେ. ସୁରେଶ ୮ଥର ସାଂସଦ ଭାବେ ସଂସଦକୁ ନିର୍ବାଚିତ ହୋଇଥିବା ବେଳେ ନିୟମ ଅନୁସାରେ ତାଙ୍କୁ ଅସ୍ଥାୟୀ ବାଚସ୍ପତି ନକରି ତାଙ୍କ ଠାରୁ କମ୍ ଅନୁଭବୀ ମହତାବ୍‌ଙ୍କୁ ଏହି ପଦରେ ଅଧିଷ୍ଠିତ କରାଯିବାକୁ ନେଇ ଗୃହରେ ବିରୋଧୀ ଦଳଗୁଡ଼ିକ ଆଜି ବ୍ୟାପକ ହଟ୍ଟଗୋଳ ଏବଂ ହୋହଲ୍ଲା କରିବା ମଧ୍ୟ ଦେଖିବାକୁ ମିଳିଥିଲା । ଏପରିକି ନବନିର୍ବାଚିତ ବିଜେପିର ନବ ନିର୍ବାଚିତ ସାଂସଦମାନେ ଆଜି ଯେତେବେଳେ ଲୋକସଭାରେ ଶପଥ ଗ୍ରହଣ କରୁଥିଲେ ବିରୋଧୀ ସାଂସଦମାନେ ବିଭିନ୍ନ ନାରାବାଜି ତଥା ସ୍ଲୋଗାନ୍‌ବାଜି କରିଥିଲେ । ବିଶେଷ କରି ନିଟ୍ (ୟୁଜି) ପରୀକ୍ଷା ସମେତ ଏନ୍‌ଟିଏ ଦ୍ୱାରା ପରିଚାଳିତ ପ୍ରାୟ ସମସ୍ତ ପରୀକ୍ଷାରେ ହୋଇଥିବା ଅନିୟମିତତାକୁୂ ନେଇ ବିରୋଧୀ ଗୃହରେ ହଙ୍ଗାମା ସୃଷ୍ଟି କରିଥିଲେ । ପରେ ବିରୋଧୀ ନେତାମାନେ ଗୃହ ବାହାରକୁ ଚାଲିଆସି ନାରାବାଜି ମଧ୍ୟ କରିବା ଦେଖିବାକୁ ମିଳିଥିଲା । ଫଳରେ ଗୃହ ଅଧ୍ୟକ୍ଷ ଶ୍ରୀ ମହତାବ୍ ଦିନକ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ପ୍ରକାଶ, ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମୋଟ୍ ୨୯୩ ଲୋକସଭା ଆସନ ହାତେଇବାରେ ସଫଳ ହୋଇଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ୨୩୪ ଆସନରେ ବିଜୟୀ ହୋଇଛି ।
ପ୍ରୋଟେମ୍ ସ୍ପିକରଙ୍କ ନିଯୁକ୍ତି ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ବିବାଦର ବିଷୟ ପାଲଟିଛି । ଏତଦ୍‌ବ୍ୟତୀତ ନିଟ୍‌(ୟୁଜି) ପରୀକ୍ଷାରେ ହୋଇଥିବା ବ୍ୟାପକ ଦୁର୍ନୀତି, ୟୁଜିସି ନେଟ୍‌, ସିଏସ୍‌ଆଇଆର ୟୁଜିସି ନେଟ୍‌, ଏବଂ ନିଟ୍ (ପିଜି) ପରୀକ୍ଷାକୁ ବାତିଲ ତଥା ସ୍ଥଗିତ କରାଯିବା ଭଳି ପ୍ରସଙ୍ଗକୁ ନେଇ ଯେଉଁଠି ଏବେ ଦେଶବ୍ୟାପୀ ଅଶାନ୍ତ ବାତାବରଣ ରହିଛି, ଏସବୁକୁ ନେଇ ବିରୋଧୀ ଦଳ, ଶାସକ ଦଳକୁ ଘେରିବାକୁ ନିଶ୍ଚିତ ରୂପେ ଚେଷ୍ଟା କରିବେ । ସେହିପରି ପଶ୍ଚିମବଙ୍ଗରେ ଘଟିଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣା, ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା, ଏକଜିଟ୍ ପୋଲ୍ ପରେ ସେୟାର ମୂଲ୍ୟରେ ହଠାତ୍ ବୃଦ୍ଧି ଏବଂ ନିର୍ବାଚନ ଫଳାଫଳ ଦିନ ସେୟାର ବଜାର ଭୁଶୁଡ଼ିବା, ମଣିପୁରର ସଦ୍ୟତମ ପରିସ୍ଥିତି ଓ ଗୁଜୁରାଟର ରାଜକୋଟ୍‌ରେ ଗେମିଂ ଜୋନ୍‌ରେ ଅଗ୍ନିକାଣ୍ଡ ଭଳି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଅକଳରେ ପକାଇବାକୁ ବିରୋଧୀ ଯୋଜନା କରିଥାଇପାରନ୍ତି । ତେବେ ଏସବୁ ପ୍ରସଙ୍ଗରେ ସଂସଦୀୟ କାର୍ଯ୍ୟଦିବସ ନିଶ୍ଚିତ ରୂପେ ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଛି ।
ପ୍ରକାଶ, ଆସନ୍ତା ୨୬ରେ ଅର୍ଥାତ୍ ବୁଧବାର ସଂସଦର ନିମ୍ନ ସଦନ ପାଇଁ ସ୍ଥାୟୀ ଅଧ୍ୟକ୍ଷ ଅର୍ଥାତ୍ ବାଚସ୍ପତି ନିର୍ବାଚନ ହେବ । ଏହାର ଦିନକ ପୂର୍ବରୁ ଅର୍ଥାତ୍ ମଙ୍ଗଳବାର ଦିନ ନାମାଙ୍କନ ପ୍ରକ୍ରିୟା କରାଯିବାର କାର୍ଯ୍ୟକ୍ରମ ରହିଛି । ନୂଆ ବାଚସ୍ପତି ଚୟନ ତଥା କାର୍ଯ୍ୟଭାର ଗ୍ରହଣ କରିବା ପର୍ଯ୍ୟନ୍ତ ପ୍ରୋଟେମ୍ ସ୍ପିକର ନିଯୁକ୍ତ ଶ୍ରୀ ମହତାବଙ୍କ ଅଧ୍ୟକ୍ଷତାରେ ସଂସଦୀୟ କାର୍ଯ୍ୟ ପରିଚାଳିତ ହେବ । ଏହାପରେ ଆସନ୍ତା ୨୭ ତାରିଖରେ ନୂଆ ବାଚସ୍ପତି ମନୋନୀତ ତଥା ଦାୟିତ୍ୱ ଗ୍ରହଣ ପରେ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ସହ ଧନ୍ୟବାଦ ପ୍ରସ୍ତାବ ତଥା ଆଲୋଚନା ଆଦି ଧାର୍ଯ୍ୟ ରହିଛି । ଗୁରୁତ୍ୱପୂର୍ଣ୍ଣ ସୂଚନାନୁସାରେ ଚଳିତ ଥର ଲୋକସଭା ବାଚସ୍ପତିଙ୍କ ସହ ଉପବାଚସ୍ପତି ମଧ୍ୟ ଚୟନ କରାଯିବ । ପୂର୍ବ ଅର୍ଥାତ୍ ୧୭ତମ ଲୋକସଭାରେ ଉପବାଚସ୍ପତି ଭାବେ କୌଣସି ନେତା ଦାୟିତ୍ୱ ନିର୍ବାହ କରିନଥିଲେ ।

Post Views: 39
Tags: First session of 18th Lok Sabha: Hustle
Share200Tweet125Send
Voice of Victims

Voice of Victims

Recent Posts

  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ
  • ଆଜି ଅଶୋକାଷ୍ଟମୀ, ଗଡ଼ିବ ଲିଙ୍ଗରାଜଙ୍କ ରୁକୁଣା ରଥ
  • ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ, ଛାରଖାର ହୋଇଗଲା ମହୋତ୍ସବ ଲାଗି ପଡ଼ିଥିବା ଷ୍ଟଲ୍
  • ଘଡଘଡି , ବିଜୁଳି ସାଙ୍ଗକୁ କୁଆପଥର ବର୍ଷା
  • କଳସଯାତ୍ରା ରୁ ଆରମ୍ଭ ହେଲା ଶ୍ରୀରାମ ନବମୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In