• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଏଥର ହୋଇପାରେ ଛାତ୍ର ସଂସଦ ନିର୍ବାଚନ

by Voice of Victims
June 25, 2024
in ମୁଖ୍ୟ ଖବର, ରାଜ୍ୟ
ଏଥର ହୋଇପାରେ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ବର: ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଛି। ପ୍ରଥମ ଥର ପାଇଁ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର କ୍ଷମତାକୁ ଆସିଛି। ତେବେ ବିରୋଧୀ ଦଳରେ ଥିବାବେଳେ ଏହାକୁ ନେଇ ଭାଜପା ଓ କଂଗ୍ରେସ ତୀବ୍ର ବିରୋଧ କରି ଆସୁଥିଲେ। ଏବେ କ୍ଷମତା କଡ଼ ଲେଉଟାଇଛି ଏବଂ ଶାସନ ଡୋର ମୋହନ ମାଝିଙ୍କ ପାଖକୁ ଆସିଛି। ନିକଟରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବୟାନ ସାମ୍ନାକୁ ଆସିଛି। ଯେଉଁଥିରେ ସେ କହିଛନ୍ତି, ‘ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହୋଇପାରେ’। ଏନେଇ ଗଣମାଧ୍ୟମକୁ ସୂଚନା ମଧ୍ୟ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ‘ନିର୍ବାଚନ ମାଧ୍ୟମରେ କ୍ୟାମ୍ପସରେ ଛାତ୍ର ସଂସଦ ଗଠନ କରାଯିବା ଦରକାର। ଯେକୌଣସି ଦଳର ସମର୍ଥିତ ପ୍ରାର୍ଥୀ ଜିତନ୍ତୁ ନା କାହିଁକି, ଏହାଦ୍ୱାରା ନୂଆ ଯୁବ ନେତୃତ୍ୱ ସୃଷ୍ଟି ହୋଇଥା’ନ୍ତି। ତେଣୁ ରାଜ୍ୟ ସରକାର ଏ ବିଷୟକୁ ଗୁରୁତ୍ୱର ସହ ବିଚାର କରୁଛନ୍ତି। ଶୃଙ୍ଖଳାର ସହ କିଭଳି ନିର୍ବାଚନ ହେବ ସେନେଇ ନୀତିଗତ ନିଷ୍ପତ୍ତି ହେବା ପରେ ଜଣାଇ ଦିଆଯିବ’ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି। ଅର୍ଥାତ୍‌ ମନ୍ତ୍ରୀଙ୍କ ବୟାନରୁ ସ୍ପଷ୍ଟ ହେଉଛି ଯେ, ସରକାର ଛାତ୍ର ସଂସଦ ନିର୍ବାଚନ କରାଇବା ଦିଗରେ ତତ୍ପର ଅଛନ୍ତି। ସୂଚନାଥାଉ କି, ରାଜ୍ୟରେ ଶେଷଥର ପାଇଁ ୨୦୧୭ରେ ନିର୍ବାଚନ ହୋଇଥିଲା। ଯେଉଁଥିରେ ବିସିଜେଡି ୯୫ ପ୍ରତିଶତ କ୍ୟାମ୍ପସରେ ବିଜୟ ହୋଇଥିବା ଦାବି କରିଥିବା ବେଳେ ଏବିଭିପି ୬୦ ପ୍ରତିଶତ ଓ ଏନଏସୟୁଆଇ ୬୪ ପ୍ରତିଶତ କ୍ୟାମ୍ପସରେ ବିଜୟ ଲାଭ କରିଥିବା ଦାବି କରିଥିଲେ । ତେବେ ସବୁବର୍ଷ ପରି ଗତବର୍ଷ ମଧ୍ୟ ଛାତ୍ର ନିର୍ବାଚନ ପାଇଁ ଦାବି କରାଯାଇଥିଲା। ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ୨୦୨୩-୨୪ ଶିକ୍ଷାବର୍ଷର କ୍ୟାଲେଣ୍ଡରରେ ନିର୍ବାଚନ ନେଇ କୌଣସି ସୂଚନା ଜାରି କରାଯାଇ ନ ଥିଲା। ଯାହାକୁ ନେଇ ଛାତ୍ର ସଂଗଠନ ଦ୍ୱାରା ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ଏଥିସହ ବିଭିନ୍ନ କଲେଜରେ ଅସନ୍ତୋଷ ଦେଖା ଦେଇଥିଲା। ଫଳସ୍ବରପ ଛାତ୍ରନେତାମାନେ ପୂର୍ବତନ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଘରକୁ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ବି କୌଣସି ଫଳାଫଳ ଦେଖିବାକୁ ମିଳି ନ ଥିଲା। କିନ୍ତୁ ଏବେ ଭାଜପା ସରକାର ଆସିବା ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ସମ୍ଭବତଃ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

Post Views: 28
Share199Tweet124Send
Voice of Victims

Voice of Victims

Recent Posts

  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ
  • ଆଜି ଅଶୋକାଷ୍ଟମୀ, ଗଡ଼ିବ ଲିଙ୍ଗରାଜଙ୍କ ରୁକୁଣା ରଥ
  • ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ, ଛାରଖାର ହୋଇଗଲା ମହୋତ୍ସବ ଲାଗି ପଡ଼ିଥିବା ଷ୍ଟଲ୍
  • ଘଡଘଡି , ବିଜୁଳି ସାଙ୍ଗକୁ କୁଆପଥର ବର୍ଷା
  • କଳସଯାତ୍ରା ରୁ ଆରମ୍ଭ ହେଲା ଶ୍ରୀରାମ ନବମୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In