• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

କ୍ୟାଚ୍ ଦ ରେନ୍ – ୨୦୨୪ କାର୍ଯ୍ୟକ୍ରମ ସଂପର୍କରେ ଉନ୍ନୟନ କମିଶନରଙ୍କ ସମୀକ୍ଷା

by Voice of Victims
June 29, 2024
in ମୁଖ୍ୟ ଖବର, ରାଜ୍ୟ
କ୍ୟାଚ୍ ଦ ରେନ୍ – ୨୦୨୪ କାର୍ଯ୍ୟକ୍ରମ ସଂପର୍କରେ ଉନ୍ନୟନ କମିଶନରଙ୍କ ସମୀକ୍ଷା

ଭୁବନେଶ୍ବର: ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଜଳ ଶକ୍ତି ଅଭିଯାନ-୨୦୨୪ “କ୍ୟାଚ-ଦି-ରେନ୍” ପରିପ୍ରେକ୍ଷୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗତକାଲି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜଳ ସଂରକ୍ଷଣ କ୍ଷେତ୍ରରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଜଳଶକ୍ତି ଅଭିଯାନର ଥିମ୍ ରହିଛି ‘ନାରୀ ଶକ୍ତି ସେ ଜଳ ଶକ୍ତି’। ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି.ମାଥିଭାଥାନନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱଥୀ.ଏସ୍‌, ବିଏମସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିବାବେଳେ ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଅନ୍ୟ ସମସ୍ତ ମହାନଗର ନିଗମର କମିଶନରମାନେ ଉପସ୍ଥିତ ଥିଲେ। ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହୋଇଛି। ନଦୀ, ନାଳ ଓ ସମୁଦ୍ରକୁ ଭୂପୃଷ୍ଠରୁ ବର୍ଷା ଜଳ ବୋହିଯିବା ପୂର୍ବରୁ ଜଳର ବିବିଧ ଆବଶ୍ୟକତା ପୂରଣ ପାଇଁ ଭୂତଳ ଜଳ ଭରଣ ଏବଂ ବିଭିନ୍ନ ଉପାୟରେ ଜଳ ସଂରକ୍ଷଣ ବ୍ୟବସ୍ଥାରେ ସଞ୍ଚୟ କରିବାକୁ ଜଳଶକ୍ତି ଅଭିଯାନ ଜାରି ରହିଛି। ୨୦୧୯ ମସିହାରୁ ଏହି ଅଭିଯାନ ସମସ୍ତ ରାଜ୍ୟରେ କାର‌୍ୟ୍ୟକାରୀ ହେଉଛି। ଜଳଶକ୍ତି ଅଭିଯାନ-୫ମ ପର‌୍ୟ୍ୟାୟ ଗତ ୯ ମାର୍ଚ୍ଚ ୨୦୨୪ ରୁ ଆରମ୍ଭ ହୋଇ ଆଗାମୀ ନଭେମ୍ବର ୩୦ ତାରିଖ ପର‌୍ୟ୍ୟନ୍ତ ଚାଲୁ ରହିବ। ଜଳ ଶକ୍ତି ଅଭିଯାନ-୨୦୨୪ ପରିପ୍ରେକ୍ଷୀରେ ଗତକାଲି ଭାରତ ସରକାରଙ୍କର କ୍ୟାବିନେଟ ସଚିବ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ସହିତ ବୈଠକରେ ଆଲୋଚନା କରି ଜଳ ସଂରକ୍ଷଣ ସଂପର୍କରେ ବିଭିନ୍ନ କାର‌୍ୟ୍ୟକ୍ରମ ଗ୍ରହଣ ସମ୍ପର୍କରେ ଆଲୋଚନା କରିଥିଲେ। ଆଜିର ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଓଡ଼ିଶାରେ ଜଳଶକ୍ତି ଅଭିଯାନର ବିଭିନ୍ନ କାର‌୍ୟ୍ୟକ୍ରମ କିପରି ଚାଲିଛି ଓ ଚଳିତ ବର୍ଷାଋତୁ ତଥା ଆଗାମୀ ଦିନରେ କିପରି ପଦକ୍ଷେପ ରହିବ, ସେଥି ନିମନ୍ତେ ବିଭିନ୍ନ ବିଭାଗ ତରଫରୁ କାର‌୍ୟ୍ୟ ଯୋଜନା ପ୍ରସ୍ତୁତ ସଂପର୍କରେ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା। ଜଳ ସମ୍ପଦ ବିଭାଗ ସମେତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ , କ୍ରୀଡା ଓ ଯୁବ ସେବା , ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ପୁର୍ତ୍ତ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା, ମହିଳା ଓ ଶିଶୁ ବିକାଶ , ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଚଳିତ ବର୍ଷ କିପରି ଜଳ ସଂରକ୍ଷଣ କାର‌୍ୟ୍ୟକ୍ରମ କରାଯିବା ପାଇଁ କାର‌୍ୟ୍ୟ ଯୋଜନା ରହିଛି, ସେ ସଂପର୍କରେ ଉପସ୍ଥାପନା କରାଯାଇଥିଲା। ଜିଲ୍ଲାପାଳମାନେ ଜିଲ୍ଲାରେ ଥିବା ଜଳାଶୟଗୁଡିକରୁ ଜବରଦଖଲ ହଟାଇବା, ପଞ୍ଚାୟତ ଘର, ସ୍ୱାସ୍ଥ୍ୟ କେନ୍ଦ୍ର, ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, କମ୍ୟୁନିଟି ସେଣ୍ଟର ଓ ଅନ୍ୟାନ୍ୟ ସରକାରୀ ଅନୁଷ୍ଠାନଗୁଡିକରେ ଜଳ ପରିଚାଳନା କାର୍ଯ୍ୟ କରାଯିବା, କ୍ଷୁଦ୍ର ନଦୀ ଓ ନାଳ ଗୁଡିକର ପୁନରୁଦ୍ଧାର, ଜଳ ଭଣ୍ଡାର ଓ ନଦୀ ଅବବାହିକା ଅଞ୍ଚଳରେ ଜଳ ପରିଚାଳନା ବ୍ୟବସ୍ଥା , ବନୀକରଣ, ଜଳଛାୟା ଉନ୍ନୟନ ପ୍ରକଳ୍ପ ଜରିଆରେ ଜଳ ସଂରକ୍ଷଣ, ସରକାରୀ କୋଠାଗୁଡିକରେ ବର୍ଷା ଜଳ ଅମଳ ବ୍ୟବସ୍ଥା , ବର୍ଷାଜଳ ସଂରକ୍ଷଣ ନିମନ୍ତେ ପଞ୍ଚାୟତ ଜନ ପ୍ରତିନିଧି, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ସମସ୍ତ ସହଯୋଗୀ ଅନୁଷ୍ଠାନର ସହଯୋଗ ନେବାକୁ ପରାମର୍ଶ ଦିଆଯାଇଛି।

Post Views: 88
Share198Tweet124Send
Voice of Victims

Voice of Victims

Recent Posts

  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ
  • ଆଜି ଅଶୋକାଷ୍ଟମୀ, ଗଡ଼ିବ ଲିଙ୍ଗରାଜଙ୍କ ରୁକୁଣା ରଥ
  • ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ, ଛାରଖାର ହୋଇଗଲା ମହୋତ୍ସବ ଲାଗି ପଡ଼ିଥିବା ଷ୍ଟଲ୍
  • ଘଡଘଡି , ବିଜୁଳି ସାଙ୍ଗକୁ କୁଆପଥର ବର୍ଷା
  • କଳସଯାତ୍ରା ରୁ ଆରମ୍ଭ ହେଲା ଶ୍ରୀରାମ ନବମୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In