• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଏଣିକି ବିଧାନସଭାର ସମସ୍ତ କାର୍ଯ୍ୟ କାଗଜମୁକ୍ତ ହେବ, ଆରମ୍ଭ ହେଲା ଇ-ବିଧାନ ତାଲିମ ଶିବିର

by Voice of Victims
June 30, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଏଣିକି ବିଧାନସଭାର ସମସ୍ତ କାର୍ଯ୍ୟ କାଗଜମୁକ୍ତ ହେବ, ଆରମ୍ଭ ହେଲା ଇ-ବିଧାନ ତାଲିମ ଶିବିର

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ସ୍ୱରୂପ ବଦଳିଛି ଓ କାର୍ଯ୍ୟଧାରାରେ ବ୍ୟାପକ ପରିବର୍ତ୍ତନ ସମ୍ଭବ ହୋଇପାରିଛି। ସମସ୍ତ କାର୍ଯ୍ୟର ଡିଜିଟାଇଜେସନ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଧାନସଭାର କାର୍ଯ୍ୟକୁ କାଗଜବିହୀନ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି। ଏହା ଫଳ ସ୍ୱରୂପ ଜାତୀୟ ଇନ୍‌ଫର୍‌ମେଟିକ୍‌ ସେଣ୍ଟର (ଏନ୍‌ଆଇସି) ପକ୍ଷରୁ ରାଜ୍ୟ ବିଧାନସଭାରେ ନେଭା ନାମରେ ଇ-ବିଧାନ ପ୍ରକଳ୍ପ ଆରମ୍ଭ ହୋଇଛି । ଓଡ଼ିଶା ବିଧାନସଭା ସିଏସ୍‌ଆଇ-ଇ-ଗଭର୍ଣ୍ଣାନ୍ସ ଉତ୍କର୍ଷ ସମ୍ମାନରେ ସମ୍ମାନିତ ହୋଇଛି ବୋଲି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ପ୍ରକାଶ କରିଛନ୍ତି। ଓଡ଼ିଶା ବିଧାନସଭା ପରିସରରେ ରାଜ୍ୟସ୍ତରୀୟ ଇ-ବିଧାନ ତାଲିମ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଲେ ଯେ ବିଧାନସଭାର ସମସ୍ତ କାର୍ଯ୍ୟ କାଗଜମୁକ୍ତ ହେବା ଦ୍ୱାରା ପରିବେଶ ସନ୍ତୁଳନ ରକ୍ଷାରେ ଏହା ସହାୟକ ହେବ। ପୂର୍ବ ବିଧାନସଭାରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଚଳିତ ବିଧାନସଭାରେ ଏହା ସଂପୂର୍ଣ୍ଣ ହେବ । ବିଧାନସଭାର ସମସ୍ତ କାର୍ଯ୍ୟଧାରା, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ସମସ୍ତ ବିଲ୍‌ ଓ ଆନୁଷଙ୍ଗିକ କାର୍ଯ୍ୟକଳାପ ନେଭା ମାଧ୍ୟମରେ ସହଜ ଓ ସରଳ ହୋଇପାରିବ। କୃତି୍ରମ ବୁଦ୍ଧିମତ୍ତାର ପରିସର ଯେପରି ବ୍ୟାପକ ହେବାରେ ଲାଗିଛି। ଏହି ପ୍ରକଳ୍ପକୁ ଆମକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସାରିବାକୁ ପଡ଼ିବ, ନହେଲେ ବୈଷୟିକ ଦୃଷ୍ଟିରୁ ଆମେ ପଛରେ ପଡ଼ିଯିବା। ଆଗାମୀ ଦିନରେ ନେଭା କାର୍ଯ୍ୟକ୍ରମକୁ କାଗଜମୁକ୍ତ କରାଯିବା ଫଳରେ ଜୀବନ୍ତ ସଦନ, ଜୀବନ୍ତ ପ୍ରଜାତନ୍ତ୍ରର ଆଭିମୁଖ୍ୟ ହାସଲ ହୋଇପାରିବ ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଥିଲେ। ଏହି ଅବସରରେ ବିଧାନସଭାର ସଚିବ ଶ୍ରୀ ଦାଶରଥି ଶତପଥୀ କହିଲେ ଯେ ଗଣତାନ୍ତ୍ରିକ ପଦ୍ଧତିରେ ଚାଲୁଥିବା ବିଧାନସଭାର କାର୍ଯ୍ୟଧାରା କାଗଜମୁକ୍ତ ହୋଇପାରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହା ଫଳରେ ସମସ୍ତ କାର୍ଯ୍ୟ ସମୟସାପେକ୍ଷ ଓ ସ୍ୱଚ୍ଛ ହୋଇପାରିବ। ନେଭା ପ୍ରକଳ୍ପର ମୂଳ ଲକ୍ଷ୍ୟ ହେଉଛି କାଗଜମୁକ୍ତ ଯୋଜନାକୁ କାର୍ଯ୍ୟକାରୀ କରିବା। ଆମର ଜିଲ୍ଲାସ୍ତରରେ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀମାନଙ୍କର ଭୂମିକା ଏ କ୍ଷେତ୍ରରେ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରି ରାଜ୍ୟ ଉନ୍‌ଫର୍‌ମେଟିକ୍‌ ଅଫିସର ଡ. ଅଶୋକ କୁମାର ହୋତା କହିଲେ ଯେ ନେଭା ଆପ୍ଲିକେସନ୍‌ ହେଉଛି ବିଧାନସଭାରେ କାଗଜମୁକ୍ତ କାର୍ଯ୍ୟକ୍ରମର ଏକ ଅଭିଯାନ। ଏହି ଯୋଜନା ମାଧ୍ୟମରେ ଜିଲ୍ଲାସ୍ତରଠାରୁ ଆରମ୍ଭ କରି ସମସ୍ତ ବିଧାୟକମାନଙ୍କୁ ଆବଶ୍ୟକ ସୂଚନା ଯୋଗାଇ ଦିଆଯାଇପାରିବ। ଏହି ଅବସରରେ ବାଚସ୍ପତି ସମାପ୍ତ ହୋଇଥିବା ନିର୍ବାଚନ କାର୍ଯ୍ୟରେ ସଫଳତାର ସହ ଦାୟିତ୍ୱ ତୁଲାଇଥିବା ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀମାନଙ୍କ ସମ୍ବର୍ଦ୍ଧିତ କରିଥିଲେ। ବିଧାନସଭା ଦାୟିତ୍ୱରେ ଥିବା ଏନ୍‌ଆଇସିର ବରିଷ୍ଠ ବୈଷୟିକ ନିର୍ଦ୍ଦେଶିକା ସରିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Post Views: 38
Tags: Now all the proceedings of the assembly will be paperless
Share198Tweet124Send
Voice of Victims

Voice of Victims

Recent Posts

  • ଭାରତୀୟ ରେଳର ବଡ଼ ଉପହାର: ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା
  • ବଢ଼ିବନି ବିଧାୟକଙ୍କ ଦରମା, ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ
  • ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର, ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ
  • ଭୁବନେଶ୍ୱର-କଟକରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ସହ କୁଆପଥର ବୃଷ୍ଟି
  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In