• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ନବ ନିର୍ବାଚିତ ବିଜେପି ସାଂସଦ ଓ ବିଧାୟକଙ୍କୁ ଦିଆଗଲା ସମ୍ବର୍ଦ୍ଧନା

by Voice of Victims
June 30, 2024
in ମୁଖ୍ୟ ଖବର, ରାଜ୍ୟ
ନବ ନିର୍ବାଚିତ ବିଜେପି ସାଂସଦ ଓ ବିଧାୟକଙ୍କୁ ଦିଆଗଲା ସମ୍ବର୍ଦ୍ଧନା

ଭୁବନେଶ୍ୱର: ଓଡ଼ିଶାର ସାଢ଼େ ୪ କୋଟି ଜନତାଙ୍କ ଆଶୀର୍ବାଦରେ ବିଜେପି ରାଜ୍ୟରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡିଶାରେ ବିଜେପିକୁ ଏହି ସଫଳତା ମିଳିପାରିଛି। ରାଜ୍ୟବାସୀ ଏଥର ୭୮ ଜଣ ବିଧାୟକ ଏବଂ ୨୦ ଜଣ ସାଂସଦଙ୍କୁ ନିର୍ବାଚିତ କରି ବିଧାନସଭା ଏବଂ ଲୋକସଭାକୁ ପ୍ରତିନିଧିଭାବେ ପଠାଇଛନ୍ତି। ବିଜେପି ସରକାର ଓଡିଶା ଲୋକଙ୍କ ସହ ଜୀବନ୍ତ ସମ୍ପର୍କ ରଖିବ। ଲୋକଙ୍କ ସମସ୍ୟାର ସମାଧାନକୁ ପ୍ରାଥମିକତା ଦିଆଯିବ। ନିର୍ବାଚନ ପୂର୍ବରୁ ଦିିଆଯାଇଥିବା ବାର୍ତା “ଆମେ ଶୋଇବା ନାହିଁ କି କାହାକୁ ଶୋଇବାକୁ ଦେବା ନାହିଁ”କୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି କାର୍ଯ୍ୟକର୍ତା। ଗତ ୨୫ ବର୍ଷରେ ଯାହା ହୋଇନି ଆସନ୍ତା ୫ବର୍ଷରେ ପରିଶ୍ରମ କରି ବିଜେପି ସରକାର ତାହା ସମ୍ଭବ କରି ଦେଖାଇବ ବୋଲି ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ନୂତନ ବିଧାୟକ ଓ ସାଂସଦମାନଙ୍କୁ “ସମ୍ବର୍ଦ୍ଧନା ସଭା”ରେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।

“ମୁଁ ଏକ ବିନ୍ଦୁ, ସିନ୍ଧୁ ସପନ ଦେଖିଛି। ସେହି ବିନ୍ଦୁମାନଙ୍କର ସ୍ୱପ୍ନ ଆଜି ସିନ୍ଧୁର ରୂପ ନେଇଛି। ଏହି ସିନ୍ଧୁର ମହାପ୍ରବାହର କୁଳରେ ବସି ସେହି ବିନ୍ଦୁମାନଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରୁଛି” ବୋଲି ଏହି ସମ୍ବର୍ଦ୍ଧନା ସଭାରେ କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ମହାପ୍ରଭୁ ଶୀଜଗନ୍ନାଥଙ୍କ ଆର୍ଶବାଦରୁ ବିଜେପି ପୂର୍ଣ୍ଣସଂଖ୍ୟା ଗରିଷ୍ଠତା ହାସଲ କରି ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଠନ କରିଛି। ଏହି ବିଜୟ ପଛରେ ଅନେକ ପିଢୀର ବଳିଦାନ ଓ ବର୍ତମାନ କାର୍ଯ୍ୟକର୍ତାଙ୍କ କଠିନ ପରିଶ୍ରମ ରହିଛି। ମୋ ଭଳି ଜଣେ ସାଧାରଣ କାର୍ଯ୍ୟକର୍ତା, ଛୋଟିଆ ଶିଶୁ ମନ୍ଦିରର ଶିକ୍ଷକରୁ ପୁଣି ସରପଂଚର ସଂଘର୍ଷ ରାସ୍ତାରେ ଚାଲୁଚାଲୁ ମୁଖ୍ୟମନ୍ତ୍ରୀ ଆସନରେ ମୋତେ ରାଜ୍ୟବାସୀ ବସାଇଛନ୍ତି।

ଓଡ଼ିଆ ଲୋକଙ୍କ ଜନାଦେଶକୁ ପାଳନ କରିବାର ଆମେ କେବଳ ମାଧ୍ୟମ ହେବୁ। ବିଜେପି ସରକାର ମହିଳା, କୃଷକ, ଯୁବକ , ଆଦିବାସୀ, ଦଳିତ ଓ ପଛୁଆ ବର୍ଗକୁ ପ୍ରାଥମିକତା ଦେବ।ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅର୍ଥାତ୍ ସେପ୍ଟେମ୍ବର ୧୭ରୁ ସୁଭଦ୍ରା ଯୋଜନା ଲାଗୁ ହେବ। ଏହି ଯୋଜନାରେ ରାଜ୍ୟର ସବୁ ମହିଳାଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଭାଉଚର ଯୋଗାଇ୍ ଦିଆଯିବ। ଚାଷୀମାନଙ୍କୁ ବିନା କଟନୀ ଛଟନୀରେ ବୋନସ୍ ଦିଆଯିବ। ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବ। ଯୁବପିଢ଼ୀର ରୋଜଗାର ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ଏହା ଛଡ଼ା ଗାଁର ଗରିବ, ଖଟିଖିଆ, ମଜୁରିଆଙ୍କୁ ସମ୍ମାନର ସହ ବଂଚିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଥିଲେ।

ଆଜି ପ୍ରଦର୍ଶନୀ ପଡିଆଠାରେ ଅନୁଷ୍ଠିତ ସ୍ୱାଗତ ଓ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଓଡ଼ିଶାରେ ବିଜେପି ସରକାରର ଶ୍ରେୟ ମହାପ୍ରଭୁ ଶ୍ରୀଜଗନ୍ନାଥ, ସାଢେ ୪ କୋଟି ଓଡ଼ିଆ ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କ ନିକଟରେ ସମର୍ପିତ । ହଜାର ହଜାର ବର୍ଷ ପୂର୍ବେ ଲଢେଇ କରିଥିବା କଳିଙ୍ଗ ଯୁଦ୍ଧର ସଂଗ୍ରାମୀଗଣ, ସଂଗ୍ରାମୀ ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ବାଜି ରାଉତ, ହରେକୃଷ୍ଣ ମହତାବ, ମଧୁସୂଦନ ଦାସ, ଗଙ୍ଗାଧର ମେହେର, ପଣ୍ଡିତ ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ ଫକୀରମୋହନ ସେନାପତିଙ୍କ ନିକଟରେ ସମର୍ପିତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ନେତୃତ୍ୱରେ ଏକ ଜାତୀୟ ଦଳ ଓଡ଼ିଶାରେ ‘ଓଡ଼ିଆ ଅସ୍ମିତା’ ପରି ଆଞ୍ଚଳିକ ଆବେଗକୁ ପ୍ରସଙ୍ଗ କରିଥିବାରୁ କୃତଜ୍ଞତା ଜଣାଉଛି।

ଲଗାତାର ତୃତୀୟ ଥର ପାଇଁ ଶ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟୀତ୍ୱ ନେବା ପରେ ଆଜି ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଉପସ୍ଥିତ ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ଏକାଠି ହୋଇ ଶୁଣିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟର ଉପ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ବୃକ୍ଷଚାରା, ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ। ରାଜ୍ୟ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ, ସାଂସଦ ଓ ବିଧାୟକମାନଙ୍କୁ ପାର୍ଟୀ ତରଫରୁ ବୃକ୍ଷଚାରା, ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କାରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି, ସୀମାଚଂଳ ଖଟେଇ, ସାରଦା ପ୍ରସାଦ ଶତପଥୀ, ପୂର୍ଣ୍ଣିମା କେରକେଟା, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ ପ୍ରମୁଖ ମଂଚ ପରିଚାଳନା କରିଥିଲେ।

Post Views: 25
Share198Tweet124Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In