• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

୭ରେ ଶପଥ ନେବେ ହେମନ୍ତ

by Voice of Victims
July 4, 2024
in ଦେଶ ବିଦେଶ, ମୁଖ୍ୟ ଖବର
୭ରେ ଶପଥ ନେବେ ହେମନ୍ତ

ନୂଆଦିଲ୍ଲୀ:  ହେମନ୍ତ ସୋରେନ ଜୁଲାଇ ୭ରେ ସେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହ ଅନେକ ମନ୍ତ୍ରୀ ମଧ୍ୟ ଶପଥ ନେବେ ବୋଲି କୁହାଯାଉଛି। ସରକାର ଗଠନର ସମସ୍ତ ପ୍ରକ୍ରିୟା ପୁରା ହୋଇଥିବା ଜଣାପଡ଼ିଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ପକ୍ଷରୁ ବୁଧବାର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ହେମନ୍ତଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ମେଣ୍ଟ ଦଳର ସମସ୍ତ ନେତା ଏବଂ ବିଧାୟକମାନେ ଉପସ୍ଥିତ ଥିଲେ। ସର୍ବସମ୍ମତିକ୍ରମେ ହେମନ୍ତଙ୍କୁ ବିଧାୟକ କରାଯିବା ନେଇ ସ୍ଥିର ହୋଇଥିଲା। ହେମନ୍ତଙ୍କୁ ବିଧାୟକଦଳ ନେତା ଭାବେ ଚୟନ ମଧ୍ୟ କରାଯାଇଥିଲା। ଏହାପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ନିଜ ପଦରୁ ଇସ୍ତଫା ଦେଇଥିଲେ। ସୂଚନାଯୋଗ୍ୟ, ଜମି ଦୁର୍ନୀତି ମାମଲାରେ ହେମନ୍ତଙ୍କୁ ଗତ ଫେବୃୟାରୀରେ ଗିରଫ କରାଯାଇଥିଲା। ଏହି ମାମଲାରେ ତାଙ୍କୁ ଜାମିନ ମିଳିବା ପରେ ଗତ ଜୁନ ୨୮ରେ ସେ ଜେଲରୁ ମୁକୁଳିଥିଲେ। ଜାନୁଆରୀ ୩୧ରେ ଇଡି ହେମନ୍ତ ସୋରେନଙ୍କୁ ଜମି ଦୁର୍ନୀତି ମାମଲାରେ ଗିରଫ କରିଥିଲା। ଗିରଫର କିଛି ମିନିଟ ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର ବରିଷ୍ଠ ନେତା ତଥା ଦଳର ପ୍ରତିଷ୍ଠାତା ଶିବୁ ସୋରେନଙ୍କ ଅତ୍ୟନ୍ତ ଖାସ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ୫ ମାସ ଜେଲରେ ରହିବା ପରେ ହେମନ୍ତ ସୋରେନ ଜାମିନରେ ମୁକୁଳିଛନ୍ତି। ସେ ଜେଲରୁ ମୁକୁଳିଥିବାରୁ ୫ ମାସ ଧରି ଚାଲିଥିବା ଚମ୍ପାଇ ସରକାରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

Post Views: 27
Share198Tweet124Send
Voice of Victims

Voice of Victims

Recent Posts

  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ
  • ଆଜି ଅଶୋକାଷ୍ଟମୀ, ଗଡ଼ିବ ଲିଙ୍ଗରାଜଙ୍କ ରୁକୁଣା ରଥ
  • ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ, ଛାରଖାର ହୋଇଗଲା ମହୋତ୍ସବ ଲାଗି ପଡ଼ିଥିବା ଷ୍ଟଲ୍
  • ଘଡଘଡି , ବିଜୁଳି ସାଙ୍ଗକୁ କୁଆପଥର ବର୍ଷା
  • କଳସଯାତ୍ରା ରୁ ଆରମ୍ଭ ହେଲା ଶ୍ରୀରାମ ନବମୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In