• About Us
  • Contact Us
Monday, February 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଘୁଞ୍ଚିଲା ନିଟ ୟୁଜି କାଉନସେଲିଂ

by Voice of Victims
July 6, 2024
in ଦେଶ ବିଦେଶ, ମୁଖ୍ୟ ଖବର
ଘୁଞ୍ଚିଲା ନିଟ ୟୁଜି କାଉନସେଲିଂ

ନୂଆଦିଲ୍ଲୀ: ନିଟ ୟୁଜି କାଉନସେଲିଂକୁ ଘୁଞ୍ଚାଇଲେ କର୍ତ୍ତୃପକ୍ଷ । ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ କାଉନସେଲିଂକୁ ଘୁଞ୍ଚାଇବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।  ଅଲ ଇଣ୍ଡିଆ କୋଟା ପାଇଁ ଆଜିଠାରୁ କାଉନସେଲିଂ ହେବାର ଥିଲା ।ଏଥର ପ୍ରଥମରୁ ହିଁ ବିବାଦରେ ରହିଆସିଛି ନିଟ୍ ପରୀକ୍ଷା । ଏଥର ପରୀକ୍ଷାରେ ୧୫୬୩ ଛାତ୍ରଙ୍କୁ ଗ୍ରେସ୍ ମାର୍କ ଦିଆଯାଇଥିଲା । ପରେ ଏହି ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିବା ପରେ, ଜୁନ୍ ୨୩ରେ ପୁଣିଥରେ ପରୀକ୍ଷା କରାଯାଇଥିଲା । ୧୫୬୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ସେତେବେଳେ କେବଳ ୮୧୩ ଜଣ ଛାତ୍ରଛାତ୍ରୀ ପୁଣିଥରେ ପରୀକ୍ଷା ଦେଇଥିଲେ । ଆଉ ପୁନଃ ପରୀକ୍ଷାରେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କର ଆଜି କାଉନସେଲିଂ ହେବାର ଥିଲା । ଯାହାକୁ କି ସ୍ଥଗିତ କରିଦିଆଯାଇଛି । ଅନ୍ୟପକ୍ଷରେ ନିଟ୍‌ ପେପର ଲିକ୍‌ ଅଭିଯୋଗ ମଧ୍ୟରେ ସ୍ଥଗିତ ରହିଥିବା ନିଟ୍‌-ପିଜି ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଅଗଷ୍ଟ ୧୧ ତାରିଖରେ ନିଟ୍‌ ପିଜି ପରୀକ୍ଷା ଅନୁଷ୍ଠିତ ହେବ।ପୋଷ୍ଟଗ୍ରାଜ୍ୟୁଏଟ ମେଡିକାଲ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ ବୋଲି ନ୍ୟାଶନାଲ ବୋର୍ଡ ଅଫ ଏକଜାମିନେସନ୍ସ (ଏନବିଇ) ପକ୍ଷରୁ ଘୋଷଣା କରାଯାଇଛି।ନିଟ୍‌ର ୟୁଜି ପରୀକ୍ଷାରେ ଅନିୟମିତତା ଯୋଗୁ ଜୁନ ୨୨ରେ ଅନୁଷ୍ଠିତ ହେବାକୁ ଥିବା ନିଟ୍‌ ପିଜି ପରୀକ୍ଷାକୁ ସ୍ଥଗିତ କରି ଦିଆଯାଇଥିଲା। ଏହି ସମୟରେ କେନ୍ଦ୍ର ସରକାର କହିଥିଲେ ଯେ ପରବର୍ତ୍ତୀ ଅବସ୍ଥାରେ ତାରିଖ ଘୋଷଣା କରାଯିବ। ସେହି ଅନୁସାରେ ପରୀକ୍ଷା ତାରିଖ ଘୋଷଣା କରାଯାଇଛି।

Post Views: 31
Share198Tweet124Send
Voice of Victims

Voice of Victims

Recent Posts

  • କେନ୍ଦ୍ରୀୟ ବଜେଟ୍ ଓଡ଼ିଶା ପାଇଁ ବିକାଶର ନୂତନ ଦ୍ୱାର ଖୋଲିବ: ଧର୍ମେନ୍ଦ୍ର ପ୍ରଧାନ
  • ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଏହି ୧୦ ଟି ଟ୍ରେନର ଟିକେଟ୍ ଭଡ଼ା ହେବ ଶସ୍ତା
  • କାର୍ ଦୁର୍ଘଟଣାରେ ପରିବାରର ୨ ମୃତ, ୪ ଲକ୍ଷ ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ବିଜେଡିରୁ ନିଲମ୍ବିତ ହେଲେ କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷ, ଦଳବିରୋଧ କାର୍ଯ୍ୟ ପାଇଁ ନିଲମ୍ବିତ
  • ଋଷିଆରେ ୪ ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ, ସମସ୍ତେ ଡାକ୍ତରଖାନାରେ ଭର୍ତ୍ତି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In