• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଶ୍ରୀକ୍ଷେତ୍ର ବଡଦାଣ୍ଡରେ ବିଜେ ହେଲେ ବିଶ୍ୱ ନିୟନ୍ତା: ରଥ ଟଣା ବେଳେ ଅଘଟଣ, ଜଣେ ମୃତ ୨୦୦ ରୁ ଅଧିକ ଆହତ

by Voice of Victims
July 7, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଶ୍ରୀକ୍ଷେତ୍ର ବଡଦାଣ୍ଡରେ ବିଜେ ହେଲେ ବିଶ୍ୱ ନିୟନ୍ତା: ରଥ ଟଣା ବେଳେ ଅଘଟଣ, ଜଣେ ମୃତ ୨୦୦ ରୁ ଅଧିକ ଆହତ

ପୁରୀ(ଭିଓଭି): ଆଜି ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଚାରି ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିବାର ଆକଳନ କରା ଯାଉଛି । ନେତ୍ରୋତ୍ସବ, ନବଯୌøବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ରଥଯାତ୍ରା ଗୋଟିଏ ଦିନରେ ପଡୁଥିବାରୁ ମହାପ୍ରଭୁଙ୍କ ନୀତିକାନ୍ତିରେ ବହୁ ବିଳମ୍ବ ହେବାର ଆଶଙ୍କା ଉପୁଜୁଥିଲା । ମାତ୍ର ନିର୍ଦ୍ଧାରିତ ସମୟର ଦୁଇ ଘଂଟା ପୂର୍ବରୁ ସମସ୍ତ ନୀତିକାନ୍ତି ଶେଷ ହୋଇ ପହଣ୍ଡି ଆରମ୍ଭ ହୋଇଯାଇଥିଲା । ଶୁଦର୍ଶନ, ବଳଭଦ୍ର, ଶୁଭଦ୍ର ଏବଂ ଜଗନ୍ନାଥ ଚତୁର୍ଦ୍ଧା ମୂର୍ତୀଙ୍କୁ ଧାଡି ପହଣ୍ଡିରେ ଆଣି ରଥରେ ବିଜେ କରାଯିବା ପରେ ଚଳନ୍ତି ପ୍ରତିମା ରାମକୃଷ୍ଣ, ମଦନ ମୋହନ, ଶ୍ରୀଦେବୀ ଏବଂ ଭୂଦେବୀଙ୍କୁ ରଥରେ ବିଜେ କରାଯାଇଥିଲା । ଅପରାହ୍ନ ପ୍ରାୟ ୪ଟା ୩୦ ବେଳକୁ ଚାରମାଳ ଖୋଲା ଯାଇ ପୂର୍ବ ନିଦ୍ଧାରିତ ସମୟ ଅପରାହ୍ନ ୫ଟା ରେ ରଥଟଣା ଆରମ୍ଭ ହୋଇ ଥିଲା । ଭକ୍ତମାନେ ବଳଭଦ୍ରଙ୍କ ରଥକୁ ରଥ ଖଳାରୁ ଟାଣି ଟାଣି ଆଣି ମରିଚିକୋଟ ଛକ ପାଖରେ ହେବା ବେଳକୁ ସଂନ୍ଧ୍ୟା ହୋଇ ଯିବାରୁ ଆଜି ପାଇଁ ରଥଟଣା ବନ୍ଦ ରହିଲା ଏବଂ ଆସନ୍ତା କାଲି ସକାଳୁ ରଥଟଣା ହୋଇ ତିନି ରଥ ଗୁଣ୍ଡିଚା ମନ୍ଦିରରେ ପହଁଚିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ମରିଚିକୋଟ ଛକ ପାଖରେ ଅଟକି ରହିଥିବା ବେଳେ ମା’ ଶୁଭଦ୍ରାଙ୍କ ଦର୍ପଦଳନ ରଥ ତାଙ୍କ ପଛକୁ ଏବଂ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ତାଙ୍କ ପଛକୁ ଶ୍ରୀମନ୍ଦିର ପାଖରେ ଅଟକି ରହିଛନ୍ତି । ପ୍ରଥମ ଥର ପାଇଁ ରଥଯାତ୍ରାରେ ସାମିଲ ହେଲେ ଭାରତର ରାଷ୍ଟ୍ରପତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରଥ ଯାତ୍ରାରେ ସାମିଲ ହୋଇ ଭକ୍ତଙ୍କ ମେଳରେ ଏକକାର ହୋଇ ଖାଲି ପାଦରେ ଚାଲି ଚାଲି ମା’ ଶୁଭଦ୍ରାଙ୍କ ରଥ ଟାଣିଛନ୍ତି । ବଡଦାଣ୍ଡରେ ରାଷ୍ଟ୍ରପତି ଙ୍କ ଲାଗି ଉଦ୍ଦିଷ୍ଟ ଦର୍ଶନ ସ୍ଥଳରେ ପହଁଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ତାଙ୍କୁ ମହାପ୍ରଭୁଙ୍କ ପାଟ ବସ୍ତ୍ରରେ ସମ୍ବର୍ଦ୍ଧନା ଦିଆଯାଇଥିଲା ଗଜପତି ମହାରାଜା ଛେରାପହଁରା କରିବାକୁ ଆସିବା ସମୟରେ ରାଷ୍ଟ୍ରପତି ତାଙ୍କୁ ସାକ୍ଷାତ କରି ଦର୍ଶନ କରିଥିଲେ । ସେହି ସମୟରେ ଗଜପତି ମହାରାଜା ନିଜ ବେକରୁ ପଦ୍ମଫୁଲର ଏକ ମାଳ କାଢ଼ି ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ । ରାଷ୍ଟ୍ରପତିଙ୍କ ସହ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ଓଡିଶା ମନ୍ତ୍ରୀମଣ୍ଡଳର ବହୁ ସଦସ୍ୟ ଉପସ୍ଥିତ ରହି ମହାପ୍ରଭୁଙ୍କ ରଥଯାତ୍ରା ଦର୍ଶନ କରିଥିଲେ । ନିମନ୍ତ୍ରଣ ପାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ରଥଯାତ୍ରାରେ ସାମିଲ ହୋଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ତଥା ରାଜନେତା ମାନଙ୍କ ପାଇଁ ଉଦ୍ଦିଷ୍ଟ ମଂଚରେ ସମସ୍ତେ ବସିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରେ ପହଁଚିବା କ୍ଷଣି ସେଠାରେ ଉପସ୍ଥିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟମାନେ ଆସନରୁ ଉଠି ତାଙ୍କୁ ହାତ ଯୋଡି ନମସ୍କାର ହୋଇ ଅଭିବାଦନ ଜଣାଇବା ଦେଖିବାକୁ ମିଳିଥିଲା । ରଥ ଟଣା ବେଳେ ଅଘଟଣ ପାଗ ଭଲ ଥିବାରୁ ପୁରୀରେ ପୂର୍ବଦିନ ଠାରୁ ଭକ୍ତଙ୍କ ଆଗମନ ଲାଗି ରହିଥିଲା । ସକାଳୁ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଥିଲା । ଚାହୁଁ ଚାହୁଁ ସମଗ୍ର ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଯାଇ ଥିଲା । କିନ୍ତୁ ପବନ କମ୍ ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଥିଲା । ଦମକଳ ବାହୀନି, ପିଡବ୍ଲ୍ୟୁଡି ଏବଂ ବିଭିନ୍ନ ସ୍ୱେଛାସେବୀ ସଂଗଠନ ତରଫରୁ ପର୍ଯ୍ୟାପ୍ତ ମାତ୍ରାରେ ଜଳ ସିଂଚନ କରା ଯାଉଥିଲେ ମଧ୍ୟ ଅସହ୍ୟ ଗୁଳୁଗୁଳି ଏବଂ ଠେଲାପେଲାରେ ବହୁ ଭକ୍ତ ଆହତ ହୋଇ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଆମ୍ବୁଲାନ୍ସ ସହାୟତାରେ ଡାକ୍ତରଖାନାରେ ଭର୍ତି ହେଉଥିବାର ଦେଖିବାକୁ ମିଳିଥିଲା । ପ୍ରାୟ ଦୁଇ ଶହରୁ ଅଧିକ ଭକ୍ତ ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିବାର ଜାଣିବାକୁ ମିଳିଛି । ବଳଭଦ୍ରଙ୍କ ତାଳଧ୍ୱଜ ରଥ ସମ୍ମୁଖରେ ରଥଟଣା ବେଳେ ମରିଚିକୋଟ ଛକ ନିକଟ ହିନ୍ଦି ସ୍କୁଲ ନିକଟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇ ଜଣେ ଭକ୍ତଙ୍କର ମୃତ୍ୟୁ ହୋଇଥିବାର ଜଣା ଯାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳି ପାରିନାହିଁ ।

Post Views: 25
Tags: Shrekshetra Badadand is the world ruler: accident while pulling the chariot
Share201Tweet126Send
Voice of Victims

Voice of Victims

Recent Posts

  • ଭାରତୀୟ ରେଳର ବଡ଼ ଉପହାର: ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା
  • ବଢ଼ିବନି ବିଧାୟକଙ୍କ ଦରମା, ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ
  • ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର, ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ
  • ଭୁବନେଶ୍ୱର-କଟକରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ସହ କୁଆପଥର ବୃଷ୍ଟି
  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In