• About Us
  • Contact Us
Tuesday, May 12, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ବଡ ଠାକୁରଙ୍କ ଆଡପ ମଣ୍ଡପ ବିଜେ ବେଳେ ଅଘଟଣ ମାମଲା, ରିପୋର୍ଟ ଦାଖଲ କଲେ ଆଇନ ମନ୍ତ୍ରୀ

by Voice of Victims
July 10, 2024
in ମୁଖ୍ୟ ଖବର, ରାଜ୍ୟ
ବଡ ଠାକୁରଙ୍କ ଆଡପ ମଣ୍ଡପ ବିଜେ ବେଳେ ଅଘଟଣ ମାମଲା, ରିପୋର୍ଟ ଦାଖଲ କଲେ ଆଇନ ମନ୍ତ୍ରୀ

ଭୁବନେଶ୍ବର: ପୁରୀରେ ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ଲାଗି ସାରା ବିଶ୍ଵର କୋଣ ଅନୁକୋଣରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲୋକଙ୍କ ସୂଅ ଛୁଟିଛି। ଏହି ସମୟରେ ପୁରୀ ବଡ ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। କିନ୍ତୁ ଭକ୍ତିମୟ ପରିବେଶ ମଧ୍ୟରେ ଗତକାଲି ବଡ ଠାକୁରଙ୍କ ଆଡ଼ପ ମଣ୍ଡପ ବିଜେ ବେଳେ ବଡ ଅଘଟଣ ଘଟିଥିଲା। ଏଥିରେ ପ୍ରଭୃ ବଳଭଦ୍ର ଆଡପ ମଣ୍ଡପକୁ ବିଜେ କରୁଥିବା ବେଳେ ଚାରମାଳ ଉପରେ ଖସିପଡିଥିଲେ। ସେବାୟତଙ୍କ ଉପରେ ପ୍ରଭୃ ମାଡିବସିବାରୁ କେତେକ ଆହତ ହୋଇଥିବାର ସୂଚନା ମିଳିଥିଲା। ସେମାନଙ୍କୁ ଆମ୍ବୁଲାନସ ଯୋଗେ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଉକ୍ତ ଅଘଟଣ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ତଦାରଖ କରିବା ପାଇଁ ଅନୁରୋଧ କରିଥିଲେ। ଏହାପରେ ଆଇନ୍ ମନ୍ତ୍ରୀ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହା ଲୀଳାମୟଙ୍କ ଲୀଳା। ଆଗକୁ ରଥଯାତ୍ରା ପ୍ରକ୍ରିୟାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଓଡ଼ିଶା ସରକାର ପଦକ୍ଷେପ ନେବେ। ଆହତ ସେବାୟତଙ୍କ ଚିକିତ୍ସା ଯୋଗାଇ ଦିଆଯାଇଛି। ଏହି ଅଘଟଣରେ ୭ରୁ ଊର୍ଦ୍ଧ୍ବ ସେବାୟତ ଆହତ ହୋଇଥିଲେ।

Post Views: 45
Tags: Bad Thakur's Adop Mandap Vijje case
Share199Tweet125Send
Voice of Victims

Voice of Victims

Recent Posts

  • ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା
  • ମୌସୁମୀ ପାଇଁ ପାଗ ଅନୁକୂଳ, ସପ୍ତାହ ଶେଷ ସୁଦ୍ଧା ଛୁଇଁବ ଦକ୍ଷିଣ ବଙ୍ଗୋପସାଗର
  • ଓଡ଼ିଶା ଆସିବେ ନୀତିନ ନବୀନ
  • ବାଲିଅନ୍ତା ହତ୍ୟା ମାମଲାରେ ଆଉ ଜଣେ ଗିରଫ, ୧୨ରେ ପହଞ୍ଚିଲା ଗିରଫଦାରୀ
  • NEET (UG) ୨୦୨୬ ପରୀକ୍ଷା ବାତିଲ, ଆଉ ଥରେ ହେବ ପରୀକ୍ଷା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In