• About Us
  • Contact Us
Friday, March 20, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

୫ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର

by Voice of Victims
July 10, 2024
in ମୁଖ୍ୟ ଖବର, ରାଜ୍ୟ
୫ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର

ଭୁବନେଶ୍ୱର: ବୁଧବାର ରାଜ୍ୟରେ ନବଗଠିତ ବିଜେପି ସରକାରଙ୍କ ଦ୍ୱିତୀୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମହୋନଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା । ତେବେ ବୈଠକ ପରେ ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକର ନିଷ୍ପତ୍ତି ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ଏହି କ୍ୟାବିନେଟ ବୈଠକରେ ୫ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଆଜିର କ୍ୟାବିନେଟ ବୈଠକରେ ସର୍ବନିମ୍ନ ମଜୁରୀ ସଂଶୋଧନ ଉପରେ ଆଲୋଚନା କରାଯାଇଛି । ତଦନୁଯାୟୀ ସର୍ବନିମ୍ନ ମଜୁରୀ ବୃଦ୍ଧି ନେଇ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚକୁଶଳୀଙ୍କ ମଜୁରୀ ବୃଦ୍ଧି ପାଇଛି । ଅଣକୁଶଳୀ ମଜୁରୀ ୩୫୨ରୁ ୪୫୦ଟଙ୍କାକୁ ବୃଦ୍ଧି ପାଇଛି ।ସେହିପରି କୁଶଳୀ ମଜୁରୀ ୩୯୨ରୁ ୫୦୦ ଟଙ୍କା, ଉଚ୍ଚକୁଶଳୀ ମଜୁରୀ ୫୦୨ରୁ ୬୦୦ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ଓଡ଼ିଆ ଅସ୍ମିତା ପାଇଁ ୨୦୦କୋଟିର କର୍ପସ ପାଣ୍ଠିକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ତଦନୁଯାୟୀ  ଓଡ଼ିଆ ଅସ୍ମିତା ଭବନ ନିର୍ମାଣ କରାଯିବ । ଏହାଛଡ଼ା ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା ହେବ । ତାଳପତ୍ର ପୋଥି ସଂଗ୍ରହାଳୟ, ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଓଡ଼ିଆଚେୟାର ପ୍ରତିଷ୍ଠା ହେବ । ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ ପାଇଁ ଚେଷ୍ଟା କରାଯିବ । କ୍ୟାବିନେଟ ବୈଠକର ନିଷ୍ପତ୍ତି ଅନୁଯାୟୀ ପିଏମ କିଷାନରେ ଆଉ ପ୍ରାୟ ୬ ଲକ୍ଷ ଚାଷୀ ସାମିଲ ହେବେ । ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ପିଏମ କିଷାନରେ ସାମିଲ କରାଯିବ । ଏଥିରେ କ୍ଷୁଦ୍ର, ମଧ୍ୟମ ଓ ସହରାଞ୍ଚଳ ଚାଷୀଙ୍କୁ ସାମିଲ କରାଯିବ ।

Post Views: 65
Share198Tweet124Send
Voice of Victims

Voice of Victims

Recent Posts

  • ମମତା ବାନାର୍ଜୀ ଜାରି କଲେ ଇସ୍ତାହାର: ମହିଳାମାନଙ୍କୁ ମାସିକ ୧୫୦୦, ବେକାରଙ୍କ ପାଇଁ ପକେଟ ଖର୍ଚ୍ଚ
  • ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ, ଆଧ୍ୟାତ୍ମକ ଆଲୋଚନା ସହ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା
  • କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କୁ ହତ୍ୟା ଧମକ, ଅଜଣା ନମ୍ବରରୁ ଆସିଥିଲା କଲ୍
  • ମାର୍ଚ୍ଚ ୨୫ରେ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି, ଦିନ ୧୨ଟା ୧୨ରୁ ୧ଟା ୪୫ ମଧ୍ୟରେ ହେବ ଗଣତିମଣତି
  • ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ନିୟମିତ ହେଲେ ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଟିଚର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In