• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଶିକ୍ଷକଙ୍କ ବଦଳି ପ୍ରକ୍ରିୟା ସାରିବାକୁ ସି. ବି. ଟି. ଶିକ୍ଷକ ସଂଘର ଦାବି, ନହେଲେ ଆନ୍ଦୋଳନ ଚେତାବନୀ

by Voice of Victims
July 11, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଶିକ୍ଷକଙ୍କ ବଦଳି ପ୍ରକ୍ରିୟା ସାରିବାକୁ ସି. ବି. ଟି. ଶିକ୍ଷକ ସଂଘର ଦାବି, ନହେଲେ ଆନ୍ଦୋଳନ ଚେତାବନୀ

ଭୁବନେଶ୍ବର: ଶିକ୍ଷାବର୍ଷରେ ଓଡିଶାର ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକମାନଙ୍କ ବଦଳି ପ୍ରକ୍ରିୟାକୁ ଶୀଘ୍ର ଶେଷ କରିବା ପାଇଁ ଓଡିଶା ସରକାରୀ ହାଇସ୍କୁଲ ସି. ବି. ଟି. ଶିକ୍ଷକ ସଂଘ ଦାବି କରିଛି। ଏହାସହ ବଦଳି ପ୍ରକ୍ରିୟା ସପ୍ତାହେ ଭିତରେ ଶେଷ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ ଚେତାବନୀ ଦେଇଛି। ପ୍ରକାଶ ଥାଉକି ୨୦୨୩ ମସିହା ଅକ୍ଟୋବର ମାସରୁ ବଦଳି ପ୍ରକ୍ରିୟା ଆରମ୍ଭ ହେବାଠାରୁ ପ୍ରାୟ ୧୦ ମାସ ବିତିଯାଇଥିଲେ ମଧ୍ୟ ଶିକ୍ଷା ବିଭାଗରୁ ଟ୍ରାନ୍ସଫର୍ ଅର୍ଡର ବାହାରି ପାରୁନି। ବିଭାଗର ବଦଳି କ୍ୟାଲେଣ୍ଡର୍ ଅନୁଯାଇ ୨୦୨୪ ମସିହା ଫେବ୍ରୁଆରି ୨୦ ତାରିଖ ସୁଦ୍ଧା ବଦଳି ପ୍ରକ୍ରିୟା ସାରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ସେ ସବୁ ପାଣିର ଗାର ପାଲଟିଛି। ଏମିତିକି ଗୁରୁତର ରୋଗାକ୍ରାନ୍ତ ଶିକ୍ଷକ/ ଶିକ୍ଷୟିତ୍ରୀ ମେଡିକାଲ ଗ୍ରାଉଣ୍ଡରେ ବଦଳି ପାଇଁ ଆବେଦନ କରିଥିଲେ ମାତ୍ର ଟ୍ରାନ୍ସଫର ଅର୍ଡର ବାହାରିବା ପୂର୍ବରୁ କତିପୟ ଶିକ୍ଷକ ଚିରଦିନ ପାଇଁ ଆଖି ବୁଜି ଦେଲେ ମାତ୍ର ବଦଳି ହୋଇ ଶେଷ ସମୟରେ ପରିବାର ସହ ସମୟ ଟିକିଏ ବିତାଇ ପାରିଲେ ନାହିଁ।ସେଇଭଳି ବିଭିନ୍ନ ଗ୍ରାଉଣ୍ଡରେ ବଦଳି ଆବେଦନ କରି ଟ୍ରାନ୍ସଫର ଅର୍ଡର ଅପେକ୍ଷାରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ମାନସିକ ଯନ୍ତ୍ରଣା ଭୋଗୁଥିବାରୁ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଅନଲାଇନ ଜନ ଶୁଣାଣି ପୋର୍ଟାଲ ତଥା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଉପସ୍ଥାପନ କରିବା ସଙ୍ଗେ ସଙ୍ଗେ ଶିକ୍ଷାମନ୍ତ୍ରୀଙ୍କ ସହ ସାକ୍ଷାତ କରି CBT ସଂଘ ବଦଳି ପ୍ରକ୍ରିୟାକୁ ଶୀଘ୍ର ସାରିବାକୁ ନିବେଦନ କରି ସାରିଛି। ମାତ୍ର ପ୍ରକ୍ରିୟାରେ କୌଣସି ଅଗ୍ରଗତି ନଘଟିବାରୁ ପୁଣି ଥରେ ବିଭାଗ ତଥା ମୁଖ୍ୟମନ୍ତ୍ରୀଙ୍କ ସମେତ ଶିକ୍ଷାମନ୍ତ୍ରୀଙ୍କୁ ମଧ୍ୟ ଦାବି ପତ୍ର ପ୍ରଦାନ କରି ସଂଘର ଉପଦେଷ୍ଟା ଶୁଭ୍ରଜିତ ପ୍ରତିହାରୀ, ସମ୍ପାଦକ ଦେବରାଜ ସାହୁ ପ୍ରମୁଖ ବଦଳି ପ୍ରକ୍ରିୟା ତୁରନ୍ତ ଶେଷ କରିବାକୁ ଦାବି କରିଛନ୍ତି।

Post Views: 34
Tags: C. to complete the teacher replacement process. B. T. Teachers union demands
Share198Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In