• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଘୋଷଣା କଲେ ମୋଦୀ ସରକାର :୨୫ ଜୁନ୍ ଏଣିକି ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳିତ ହେବ

by Voice of Victims
July 12, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଘୋଷଣା କଲେ ମୋଦୀ ସରକାର :୨୫ ଜୁନ୍ ଏଣିକି ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳିତ ହେବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀ କେନ୍ଦ୍ର ସରକାର ଆଜି ଏକ ବଡ଼ ନିଷ୍ପତ୍ତି ଗ୍ରହଣ ପୂର୍ବକ ଜୁନ୍ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ଘୋଷଣା କରିଛନ୍ତି । ଅର୍ଥାତ୍ ଏଣିକି ପ୍ରତିବର୍ଷ ଜୁନ୍ ୨୫ ତାରିଖକୁ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ । ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ମଧ୍ୟ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ ଏସମ୍ପର୍କରେ ସୂଚନା ଦେଇଛନ୍ତି । ଶାହ ନିଜ ପୋଷ୍ଟରେ ଲେଖିଛନ୍ତି, ୧୯୭୫ ଜୁନ୍ ୨୫ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି (ଏମର୍ଜେନ୍ସି) ଲାଗୁ ହୋଇଥିଲା । କୌଣସି କାରଣ ବିନା ନିଜ କ୍ଷମତାର ଅପବ୍ୟବହାର କରିବା ପୂର୍ବକ ଦେଶରେ ଏମର୍ଜେନ୍ସି ଲାଗୁ କରାଯିବା ଉଭୟ ସମ୍ବିଧାନ ଓ ଗଣତନ୍ତ୍ର ଉପରେ ସିଧାସଳଖ ଆକ୍ରମଣ ଥିଲା । ନିଜ ଶାସନ କ୍ଷମତାକୁ ବାନ୍ଧି ରଖିବାର ସ୍ୱାର୍ଥ ସାଧନ ଉଦ୍ଦେଶ୍ୟରେ ଦେଶରେ ଏମର୍ଜେନ୍ସି ଲାଗୁ କରିଦିଆଯାଇଥିଲା । ଯେଉଁଥି ପାଇଁ ଦେଶବାସୀଙ୍କୁ ଘୋର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ଜରୁରୀକାଳୀନ ପରିସ୍ଥିତି ଲଗାଇ ତତ୍କାଳୀନ କଂଗ୍ରେସ ସରକାର ଦେଶର ଗଣତନ୍ତ୍ରର ଆତ୍ମାକୁ ମୂକ କରି ଦେଇଥିଲେ । ବିନା ଦୋଷରେ ଲକ୍ଷ ଲକ୍ଷ ଲୋକଙ୍କୁ ଜେଲରେ ରଖାଯାଇଥିଲା ଏବଂ ଗଣମାଧ୍ୟମର ସ୍ୱରକୁ ମଧ୍ୟ ଚାପି ଦିଆଯାଇଥିଲା । ମୋଟାମୋଟି ୧୯୭୫ ଜୁନ୍ ୨୫ ଦେଶର ସମ୍ବିଧାନ ଓ ଗଣତନ୍ତ୍ର ଉପରେ ଆକ୍ରମଣ ସମଗ୍ର ଦେଶପାଇଁ ଏକ କଳାଦିନ ଥିଲା । ଏହାକୁ ସବୁଦିନ ପାଇଁ ସ୍ମୃତିରେ ସାଉଁଟି ଧରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ତାରିଖକୁ (ଜୁନ୍ ୨୫) ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ । ଶାହ ନିଜ ପୋଷ୍ଟରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ନେଇଥିବା ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ଲକ୍ଷ ଲକ୍ଷ ଲୋକଙ୍କ ସଂଘର୍ଷକୁ ସମ୍ମାନ ଦେବା, ଯେଉଁମାନେ ଏକଛତ୍ରବାଦୀ ସରକାରଙ୍କ ଅଗଣିତ ନିର୍ଯାତନା ଏବଂ ଅତ୍ୟାଚାରର ସମ୍ମୁଖୀନ ହୋଇ ଗଣତନ୍ତ୍ରକୁ ପୁନରୁଦ୍ଧାର କରିବା ପାଇଁ ସଂଗ୍ରାମ କରିଥିଲେ । ଗଣତନ୍ତ୍ରର ସୁରକ୍ଷା ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ଅମର ଜ୍ୟୋତିକୁ ପ୍ରତ୍ୟେକ ଭାରତୀୟଙ୍କ ଭିତରେ ବଞ୍ଚାଇ ରଖିବା ପାଇଁ ‘ସମ୍ବିଧାନ ହତ୍ୟା ଦିବସ’ କାର୍ଯ୍ୟ କରିବ, ଯାହାଫଳରେ ଭବିଷ୍ୟତରେ କଂଗ୍ରେସ ପରି କୌଣସି ଏକଛତ୍ରବାଦୀ ମାନସିକତା ଏହାର ପୁନରାବୃତ୍ତି କରିପାରିବ ନାହିଁ । ସମ୍ବିଧାନ ହତ୍ୟା ଦିବସ ପ୍ରତ୍ୟେକ ଭାରତୀୟଙ୍କ ଭିତରେ ଥିବା ଲୋକତନ୍ତ୍ରର ସୁରକ୍ଷା ଓ ବ୍ୟକ୍ତିଗତ ସ୍ୱତନ୍ତ୍ରତାର ଅମର ଜ୍ୟୋତିକୁ ଜୀବିତ ରଖିବାରେ କାମ କରିବ । ପ୍ରକାଶ, ବିଜେପି ସମ୍ବିଧାନକୁ ବଦଳାଇବାକୁ ଚେଷ୍ଟା କରୁଥିବା କଂଗ୍ରେସ ଓ ବିରୋଧୀ ଦଳଗୁଡ଼ିକ ବାରମ୍ବାର ଅଭିଯୋଗ କରିଆସୁଥିବା ବେଳେ ବିଜେପି ଏବେ ଏହାକୁ କାଉଣ୍ଟର କରିବା ପାଇଁ ସମ୍ବିଧାନ ହତ୍ୟା ଦିବସ ପାଳନ କରିବାକୁ ଘୋଷଣା କରିଛି । ବିରୋଧୀ ଏପରି ଘୋଷଣାକୁ ବିରୋଧ କରିଛନ୍ତି । ଏବେ ଦେଶରେ ଅଘୋଷିତ ଏମର୍ଜେନ୍ସି ଲାଗୁ ହୋଇଥିବା ସେମାନେ କହିଛନ୍ତି । କଂଗ୍ରେସ ମହାସଚିବ ଜୟରାମ ରମେଶ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରିବା ସହ ତୀବ୍ର ସମାଲୋଚନା କରିଛନ୍ତି । ଜୟରାମ କହିଛନ୍ତି, ଜୁନ୍ ୪କୁ ଦେଶବାସୀ ଓ ଦେଶର ଇତିହାସ ସବୁଦିନ ପାଇଁ ମୋଦୀ ମୁକ୍ତି ଦିବସ ଭାବେ ସ୍ମରଣ କରିବେ ।

Post Views: 116
Share199Tweet125Send
Voice of Victims

Voice of Victims

Recent Posts

  • ଭାରତୀୟ ରେଳର ବଡ଼ ଉପହାର: ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା
  • ବଢ଼ିବନି ବିଧାୟକଙ୍କ ଦରମା, ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ
  • ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର, ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ
  • ଭୁବନେଶ୍ୱର-କଟକରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ସହ କୁଆପଥର ବୃଷ୍ଟି
  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In