ରଣପୁର (ଭିଓଭି) : ବର୍ତ୍ତମାନ ବିଭିନ୍ନ ସମାଜସେବୀ ବିଭିନ୍ନ ଉପାୟରେ ଲୋକମାନଙ୍କୁ ସାହାଯ୍ୟ କରିବାର ଦେଖିବାକୁ ମିଳିଥାଏ । ଆଜି ରଣପୁର ଅଞ୍ଚଳର ଜଣେ ଯୁବ ସମାଜସେବୀ ଲୋକମାନଙ୍କୁ ଭିନ୍ନ ଉପାୟରେ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି । ଯୁବ ସମାଜ ସେବୀ ଜଣଙ୍କ ହେଉଛନ୍ତି ରଣପୁର ସନ୍ତୋଷ ମହାପାତ୍ରଙ୍କ ପୁଅ ସତ୍ୟ ସାହିଲ ମହାପାତ୍ର । ସେ ଭିନ୍ନ ତରିକାରେ ଏବେ ଲୋକମାନଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି । ସେ ଗରିବ ଅସହାୟ ପରିବାର ଝିଅ ବିବାହ ନିମନ୍ତେ ଆର୍ଥିକ ସହାୟତା ରାଶି ପ୍ରଦାନ କରୁଛନ୍ତି, ଯାହା ଫଳରେ ବିବାହ କାର୍ଯ୍ୟ ସମ୍ପନ୍ନ କରିବାରେ ଝିଅ ଘରର ପରିବାର ଲୋକେ ସମର୍ଥ ହେଇ ପାରୁଛନ୍ତି। ଆଜି ସେ ରଣପୁର ବ୍ଲକ ବନ୍ଧମୁଣ୍ଡା ପଞ୍ଚାୟତର ଏକ ଗରିବ ପରିବାରର ଝିଅ ବିବାହ କାର୍ଯ୍ୟ ନିମନ୍ତେ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । ଝିଅର ପରିବାର ଲୋକେ ଖୁବ କଷ୍ଟରେ ଗୁଜୁରାଟ ମେଣ୍ଟାଉ ଥିବା ବେଳେ ବିବାହ କାର୍ଯ୍ୟ ବୋଝ ଉପରେ ଲଳିତା ବିଡା ଭଳି ।ସେଥିରେ ସେମାନେ ଦୁଃଖ କଷ୍ଟ କରି ଚଳି ଝିଅର ବିବାହ କରାଉଛନ୍ତି । ପରିବାରର ଅଭାବ ଅସୁବିଧା ସମ୍ପର୍କରେ ଖବର ପାଇ ଯୁବ ସମାଜସେବୀ ସାହିଲ ତାଙ୍କ ଘରେ ପହଂଚି ପରିବାର ଲୋକଙ୍କୁ ୨୦ ହଜାର ଟଙ୍କା ଆର୍ଥିକ ରାଶି ସହାୟତା ପ୍ରଦାନ କରିଛନ୍ତି । ସୂଚନା ଥାଉ କି ଏହା ପୂର୍ବରୁ ମଧ୍ୟ ଆଉ ଏକ ପରିବାରର ଝିଅ ବିବାହ କାର୍ଯ୍ୟ ନିମନ୍ତେ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ ।
