• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସାମ୍ନାକୁ ଆସିଲା କିମ୍ ଜୋଙ୍ଗ୍‌ଙ୍କ ଆଉ ଏକ ନରସଂହାରର ନଗ୍ନଚିତ୍ର: ୩୦ ସ୍କୁଲ ଛୁଆଙ୍କୁ ଗୁଳିକରି ହତ୍ୟା କଲା ସେନା

by Voice of Victims
July 13, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ସାମ୍ନାକୁ ଆସିଲା କିମ୍ ଜୋଙ୍ଗ୍‌ଙ୍କ ଆଉ ଏକ ନରସଂହାରର ନଗ୍ନଚିତ୍ର: ୩୦ ସ୍କୁଲ ଛୁଆଙ୍କୁ ଗୁଳିକରି ହତ୍ୟା କଲା ସେନା

ପୋଙ୍ଗୟାଙ୍ଗ୍‌: ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଆଉ ଏକ ନରସଂହାରର ନଗ୍ନଚିତ୍ର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ଉନ୍‌ଙ୍କ ନିର୍ଦ୍ଦେଶରେ ଉତ୍ତରକୋରିଆ ସେନା ପ୍ରାୟ ୩୦ଜଣ ସ୍କୁଲପଢ଼ା ପିଲାଙ୍କୁ ସର୍ବସାଧାରଣରେ ଠିଆକରି ଗୁଳି କରି ହତ୍ୟା କରିଛି । ପିଲାମାନେ ଦକ୍ଷିଣ କୋରିଆର ଏକ ଡ୍ରାମା ଦେଖିବା ଭଳି ସାମାନ୍ୟ ଭୁଲ୍ କରିଥିଲେ, ଯେଉଁଥିପାଇଁ ସେମାନଙ୍କୁ କିମ୍ ଜୋଙ୍ଗ୍ ଉନ୍ ହତ୍ୟାକରିବାକୁ ନିର୍ଦ୍ଦେଶ ଦେଇଥିଲେ । ଦକ୍ଷିଣ କୋରିଆ ନ୍ୟୁଜ୍ ଏଜେନ୍ସି ଆଉଟଲେଟ୍ ଚୋସୁନ୍ ଟିଭି ଏବଂ କୋରିଆ ଜୋଙ୍ଗ୍ ଆଙ୍ଗ୍ ଡେଲି ଅନୁଯାୟୀ ଗତ ସପ୍ତାହରେ ୩୦ ମାଧ୍ୟମିକ ବିଦ୍ୟାଳୟର ପିଲାଙ୍କୁ ସର୍ବସାଧାରଣରେ ହତ୍ୟା କରାଯାଇଛି । ଏସବୁ କିମ୍ ଜୋଙ୍ଗ୍ ଉନ୍‌ଙ୍କ ନିର୍ଦ୍ଦେଶରେ ହିଁ କରାଯାଇଛି । ସବୁଠୁ ବଡ଼ କଥା ହେଉଛି କିମ୍ ଜୋଙ୍ଗ୍ ଏପ୍ରକାର ହତ୍ୟା ନିର୍ଦ୍ଦେଶ ଦେବା ଏବଂ ତାଙ୍କ ସେନା ୩୦ ଛାତ୍ରଛାତ୍ରୀଙ୍କୁ ଗୁଳିକରି ହତ୍ୟା କରିବା ଘଟଣା ଉତ୍ତରକୋରିଆ ଗଣମାଧ୍ୟମରେ ମଧ୍ୟ ପ୍ରକାଶିତ କରାଯାଇନାହିଁ । ଅନ୍ୟପକ୍ଷେ ଦକ୍ଷିଣ କୋରିଆର ଅଧିକାରୀମାନେ ଏହି ରିପୋର୍ଟ ଉପରେ କୌଣସି ମନ୍ତବ୍ୟ ଦେଇନଥିଲେ ମଧ୍ୟ ଦକ୍ଷିଣ କୋରିଆ ମନ୍ତ୍ରଣାଳୟର ଜଣେ ଅଧିକାରୀ ସ୍ଥାନୀୟ ସାମ୍ବାଦିକମାନଙ୍କୁ ଏସମ୍ପର୍କରେ ସୂଚନା ଦେବା ପରେ ଏସମ୍ପର୍କରେ ସୂଚନା ବାହାରକୁ ଆସିପାରିଛି । ତେବେ ଉତ୍ତରକୋରିଆ ଶାସକଙ୍କ ଏପ୍ରକାର ଅମାନବୀୟ ଆଚରଣ ଓ ନିଷ୍ଠୁରତା ସମ୍ପର୍କରେ ଜାଣିବା ପରେ ସମଗ୍ର ବିଶ୍ୱରେ ଉତ୍ତରକୋରିଆ ଏବଂ ଶାସକ କିମ୍‌ଙ୍କୁ ଛି ଛାକର କରାଯାଉଛି । ସୂଚନାଯୋଗ୍ୟ, ଉତ୍ତରକୋରିଆରେ ପ୍ରଥମ ଥର ପାଇଁ ଏଭଳି ମୃତ୍ୟୁ ଦଣ୍ଡ ଦିଆଯାଇନାହିଁ । ଉତ୍ତରକୋରିଆ ଏହାର ନାଗରିକମାନଙ୍କୁ ଦକ୍ଷିଣ କୋରିଆ, ଆମେରିକା ଏବଂ ଜାପାନର ଗଣମାଧ୍ୟମ, ଫିଲ୍ମ କିମ୍ବା ଅନ୍ୟ କୌଣସି ଚିତ୍ତବିନୋଦନ ଭିଡିଓ ଦେଖିବା ଓ ଶୁଣିବା ଉପରେ କଟକଣା ଲାଗୁକରିଛି । ଏଥିରେ ଖିଲାପି ହେଲେ ମୃତ୍ୟୁଦଣ୍ଡ ନିଶ୍ଚିତ କରାଯାଇଛି । ସୂଚନାଯୋଗ୍ୟ, ଜାତିସଂଘର ମହାସଚିବଙ୍କ ଦ୍ୱାରା ୨୦୨୨ ମସିହାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କାଙ୍ଗୱୋନ୍ ପ୍ରଦେଶରେ ଜଣେ ବ୍ୟକ୍ତି ଦକ୍ଷିଣ କୋରିଆରୁ ଆସିଥିବା ଡିଜିଟାଲ୍ ସାମଗ୍ରୀ ବିକ୍ରୟ କରୁଥିବା ଦେଖାଯିବା ପରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ୨୦୨୪ର ପ୍ରାରମ୍ଭରେ ଏକ ଭିଡିଓ ରିଲିଜ୍ ହୋଇଥିଲା ଯେଉଁଥିରେ ୨ ନାବାଳକଙ୍କୁ କେ-ପପ୍ ଭିଡିଓ ଦେଖିବା ଯୋଗୁ ୧୨ ବର୍ଷ କଠିନ ଜେଲ୍ ଦଣ୍ଡାଦେଶ କରାଯାଇଥିଲା । ପ୍ରକାଶ, ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଘୋର ଶତ୍ରୁତା ରହିଛି ଏବଂ ଯୁଦ୍ଧ ପରି ପରିସ୍ଥିତି ସବୁବେଳେ ଜାରି ରହିଛି ।

Post Views: 49
Share199Tweet124Send
Voice of Victims

Voice of Victims

Recent Posts

  • ଭାରତୀୟ ରେଳର ବଡ଼ ଉପହାର: ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା
  • ବଢ଼ିବନି ବିଧାୟକଙ୍କ ଦରମା, ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ
  • ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର, ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ
  • ଭୁବନେଶ୍ୱର-କଟକରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ସହ କୁଆପଥର ବୃଷ୍ଟି
  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In