• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ପ୍ରଭୁଙ୍କ ଇଚ୍ଛାରେ ଖୋଲିଲା ରତ୍ନଭଣ୍ଡାର

by Voice of Victims
July 14, 2024
in ମୁଖ୍ୟ ଖବର, ରାଜ୍ୟ
ପ୍ରଭୁଙ୍କ ଇଚ୍ଛାରେ ଖୋଲିଲା ରତ୍ନଭଣ୍ଡାର

ଭୁବନେଶ୍ୱର: ଦୀର୍ଘ ୪୬ ବର୍ଷର ପ୍ରତୀକ୍ଷାର ଅନ୍ତ ହେଲା। ଆଜି ଖୋଲିଲା ରତ୍ନଭଣ୍ଡାର।  ଧାର୍ୟ୍ୟ ଶୁଭ ମୁହୂର୍ତ୍ତ  ଅନୁଯାୟୀ ରତ୍ନଭଣ୍ଡାର ଦିନ ୧ଟା ୨୮ ମିନିଟ ରେ ଖୋଲାଯାଇଛି । ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲାଯାଇଥିବା ସୂଚନା ମିଳିଛି ।ବାହାର ରତ୍ନଭଣ୍ଡାର ପରେ ଭିତର ରତ୍ନଭଣ୍ଡାର ଖୋଲାଯିବ । ତେବେ ପ୍ରଭୁଙ୍କ ଇଚ୍ଛାରେ ଖୋଲିଲା ରତ୍ନଭଣ୍ଡାର ଖୋଲିଥିବା ସିଏମଓ ପକ୍ଷରୁ ଟ୍ୱିଟ କରାଯାଇଛି ।  ଉକ୍ତ ଟ୍ୱିଟରେ ଉଲ୍ଲେଖ କରାଯାଇଛି ଯେ ମହାପ୍ରଭୁଙ୍କ ଇଚ୍ଛରାରେ ଦୀର୍ଘ ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲିଛି । ତୁମ ଇଚ୍ଛରେ ପ୍ରଥମେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଗଲା । ଏ ମହାନ କାର୍ଯ୍ୟ ସଫଳ ହେବ ବୋଲି ମୋର ଦୃଢ଼ ବିଶ୍ୱାସ । ଆଜି ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ରେ ଖୋଲାଗଲା ରତ୍ନଭଣ୍ଡାର। ପ୍ରଥମେ ବାହାର ରତ୍ନ ଭଣ୍ଡାର ଖୋଲାଯାଇଥିବା ସୂଚନା। ଭିତର ରତ୍ନ ଭଣ୍ଡାର ତାଲା ଖୋଲିବାକୁ ଉଦ୍ୟମ ଆରମ୍ଭ ହୋଇଥିବା ସୂଚନା ମିଳିଛି।  ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି ୧୧ ଜଣ ସଦସ୍ୟ। ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ସଦସ୍ୟ ଡାକ୍ତର ସିବିକେ ମହାନ୍ତି, ଗଜପତି ମହାରାଜାଙ୍କ ପ୍ରତିନିଧି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏଏସ୍ଆଇ ଅଧୀକ୍ଷକ ଡିବି ଗଡ଼ନାୟକ, ରତ୍ନଭଣ୍ଡାର ସବ୍ କମିଟି ସଦସ୍ୟ, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ଉ କରଣ ଓ  ଦେଉଳ କରଣ ପ୍ରମୁଖ ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି। 

Post Views: 34
Share199Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In