• About Us
  • Contact Us
Tuesday, August 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ସରିଲା ପହଣ୍ଡି, ରଥରେ ୩ ଠାକୁର

by Voice of Victims
July 15, 2024
in ମୁଖ୍ୟ ଖବର, ରାଜ୍ୟ
ସରିଲା ପହଣ୍ଡି, ରଥରେ ୩ ଠାକୁର

ଭୁବନେଶ୍ବର: ଆଜି ପବିତ୍ର ବାହୁଡ଼ା ଯାତ୍ରା। ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାବାହୁ। ନୀତି ନିର୍ଘଣ୍ଟ ଅନୁଯାୟୀ ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡିରେ ଆସି ଦର୍ପଦଳନ ରଥରେ ବିଜେ କରିଥିଲେ। ପରେ ମା’ ସୁଭଦ୍ରା ଶୂନ୍ୟ ପହଣ୍ଡିରେ ଆସି ରଥରେ ବିରଜମାନ କରିଥିଲେ। ପରେ ବଡ଼ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଥିତ୍ଲା। ସେ ଝୁଲି ଝୁଲି ତାଳଧ୍ୱଜ ରଥରେ ବିରାଜମାନ କରିଥିଲେ। ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଭାଇ ଭଉଣୀଙ୍କ ପରେ କାଳିଆ ସାଆନ୍ତ ଝୁଲି ଝୁଲି ପହଣ୍ଡିରେ ଆସି ରଥରେ ବିରାଜମାନ କରିଛନ୍ତି। ଅନ୍ୟପକ୍ଷେ ୨ଟା ୩୦ରୁ ୩ଟା ୩୦ ପର୍ୟ୍ୟନ୍ତ ଛେରାପହଁରା ହେବାକୁ ଥିବା ବେଳେ ପରେ ଚାରମାଳ ଫିଟା ଯିବ। ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଘୋଡାଲାଗି ହେବାପରେ ୪ଟାରୁ ରଥଟଣା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୧୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଆମ୍ବୁଲାନ୍ସ ଯିବା ପାଇଁ ଗ୍ରୀନ କରିଡର ବ୍ୟବସ୍ଥା ହୋଇଛି। ଏପରିକି ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

Post Views: 45
Tags: Sarila Pahandi
Share199Tweet124Send
Voice of Victims

Voice of Victims

Recent Posts

  • ରୋଟାରି କ୍ଲବ କଟକ କ୍ୟାଣ୍ଟନମେଣ୍ଟର ୭ମ ଅଧିଷ୍ଠାନ ଦିବସ, ୨୫ ନୂତନ ସଦସ୍ୟଙ୍କୁ ସାମିଲ, ସମାଜସେବାରେ ବହୁମୁଖୀ କାର୍ଯ୍ୟକ୍ରମ
  • 1984 ମସିହା ISc ବ୍ୟାଚର ବନ୍ଧୁ ମିଳନ
  • ବାଲେଶ୍ବରବାସୀଙ୍କ ପାଇଁ ଖୁସିର ଖବର, ଡପ୍ଲର ରାଡାରର କାର୍ଯ୍ୟ ଶେଷ ପର୍ଯ୍ୟାୟରେ
  • କ୍ରାନ୍ତି ଦିବସରେ ରଣପୁରରେ ଦେଶପ୍ରେମର ମହାସମାଗମ; ୧୨୦ ମିଟର ତ୍ରିରଙ୍ଗା ସହ ଗୁଞ୍ଜିଲା ‘ଭାରତ ମାତା କୀ ଜୟ’ ଧ୍ୱନି
  • ୧୩ରେ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In