• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସମସ୍ୟା ରାଜ୍ୟ

ଉଚ୍ଚମାଧ୍ୟମିକ ଶିକ୍ଷାପରିଷଦର ଜାତୀୟ ସେବା ଯୋଜନା ଦ୍ବାରା ବାହୁଡ଼ା ଯାତ୍ରା ସେବା ଶିବିର

by Voice of Victims
July 17, 2024
in ରାଜ୍ୟ
ଉଚ୍ଚମାଧ୍ୟମିକ ଶିକ୍ଷାପରିଷଦର ଜାତୀୟ ସେବା ଯୋଜନା ଦ୍ବାରା ବାହୁଡ଼ା ଯାତ୍ରା ସେବା ଶିବିର

ଭୁବନେଶ୍ବର(ଭିଓଭି): ବିଶ୍ଵପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ସମୟରେ ଉଚ୍ଚମାଧ୍ୟମିକ ଶିକ୍ଷାପରିଷଦର ଜାତୀୟ ସେବା ଯୋଜନା ଦ୍ଵାରା ତ୍ରିଦିବସୀୟ ସେଚ୍ଛାସେବୀ ସେବା ଶିବିର ଶ୍ରୀଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟ,ପୁରୀ ଠାରେ ଆରମ୍ଭ ହୋଇଯାଇଅଛି । ଏହି ଶିବିର ୧୫.୦୭.୨୦୨୪ ଠାରୁ ୧୭.୦୭.୨୦୨୪ ପର୍ଯ୍ୟନ୍ତ ଚାଲିଥିଲା। ପୁରୀ ଜିଲ୍ଲାର ୧୦ଟି ଉଚ୍ଚମାଧ୍ୟମିକ ବିଦ୍ୟାଲୟର ୧୧୦ ଜଣ ଜାତୀୟ ସେବା ଯୋଜନା ର ସେଚ୍ଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀ ମାନେ ଯୋଗ ଦେଇଛନ୍ତି । ମୁଖ୍ୟଅତିଥି ଭାବରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସମିତିର ସମ୍ପାଦକ ତଥା ସଂସ୍କୃତି ଗବେଷକ ଶ୍ରୀଯୁକ୍ତ ଅରବିନ୍ଦ କୁମାର ଶତପଥୀ, ଶିବିର କୁ ଉଦ୍‌ଘାଟନ କରିବା ସହିତ ସେବାର ମହନୀୟତା ବିଷୟ ରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ହରପ୍ରିୟା ଦାଶ, ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଆଦର୍ଶସେବା କର୍ମ କରିବାପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଉଚ୍ଚମାଧ୍ୟମିକ ଶିକ୍ଷାପରିଷଦର ଜାତୀୟ ସେବା ଯୋଜନାର ସଂଯୋଜକ ଡ଼. ବିଶ୍ଵମୋହନ ଜେନା ଶିବିରର ଆଭିମୁଖ୍ୟ ବିଷୟରେ ସୂଚନା ପ୍ରଦାନ କାରିଥିଲେ। ଜାତୀୟ ସେବା ଯୋଜନା ପ୍ରଶିକ୍ଷଣ କେନ୍ଦ୍ରର ସହ ସଂଯୋଜକ ଶ୍ରୀଯୁକ୍ତ ନୀରଦବରଣ ଖୁଣ୍ଟିଆ, ଛାତ୍ର ଛାତ୍ରୀ ମାନେ ସେବା ପ୍ରଦାନ କରିବା ସମୟରେ ମନଯୋଗ ସହକାରେ ସେବା କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ । ମହାବିଦ୍ୟାଳୟର ବରୀଷ୍ଠ ପ୍ରାଧ୍ୟାପକ ଡ଼. ରବିଶଙ୍କର ମିଶ୍ର, ଏହି ଶିବିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ତ୍ରିଦିବସୀୟ ସେବା ଶିବିରରେ ଶୁଦ୍ଧ ଜଳ ବିତରଣ, ଓ.ଆର୍.ଏସ୍. ବିତରଣ, ମାନବ ଶୃଙ୍ଖଳା କାର୍ଯ୍ୟକର୍ମ, ସମୂଦ୍ର ଓ ପବିତ୍ର ପୁଷ୍କରଣୀ ସଫେଇ, ମୁକ୍ତ ରନ୍ଧନ ଖାଦ୍ୟ ବିତରଣ, ରଥଖଳା-ବଡ ଦାଣ୍ଡ ସଫେଇ, ତଥା ନିଖୋଜ ବ୍ୟକ୍ତିଙ୍କୁ ସଠିକ୍ ପରାମର୍ଶ ପ୍ରଦାନ ଇତ୍ୟାଦି ବିଭିନ୍ନ କାର୍ଯ୍ୟକର୍ମ କରିବା ନିମନ୍ତେ ସେଚ୍ଛାସେବୀ ଓ ସେଚ୍ଛାସେବିନୀ ମାନଙ୍କୁ ପରାମର୍ଶ ଦିଆଯାଇଅଛି ।

Post Views: 28
Share208Tweet130Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In