• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଆଜି ଖୋଲିବ ଭିତର ରତ୍ନଭଣ୍ଡାର: ସିଂହଦ୍ୱାର ବ୍ୟତୀତ ୩ ଦ୍ୱାର ବନ୍ଦ ରହିବ

by Voice of Victims
July 17, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଆଜି ଖୋଲିବ ଭିତର ରତ୍ନଭଣ୍ଡାର: ସିଂହଦ୍ୱାର ବ୍ୟତୀତ ୩ ଦ୍ୱାର ବନ୍ଦ ରହିବ

ଭୁବନେଶ୍ୱର: ଗୁରୁବାର ପୁଣି ଥରେ ଖୋଲିବ ଭିତର ରତ୍ନଭଣ୍ଡାର । ଶୁଭ ମୁହୂର୍ତ୍ତ ସକାଳ ୯ଟା୫୧ରୁ ୧୨ଟା୧୫ ମଧ୍ୟରେ ଟ୍ରେଜେରୀରୁ ନୂଆ ଚାବି ଆଣି ଭିତର ରତ୍ନଭଣ୍ଡାର ଖୋଲାଯିବ । ପୂର୍ବ ଏସ୍‌ଓପିକୁ ଅନୁପାଳନ କରାଯିବ । ତଥା ସନ୍ଧ୍ୟା ସୁଦ୍ଧା ହିଁ ଭିତର ରତ୍ନଭଣ୍ଡାରରୁ ସମସ୍ତ ରତ୍ନ ଅଳଙ୍କାର ସୁରକ୍ଷିତ ଭାବେ ଅସ୍ଥାୟୀ ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଛି । ଗତ ୧୪ତାରିଖ ଦିନ ୧୧ ଜଣିଆ କମିଟି ଦ୍ୱାରା ପ୍ରଥମେ ଚଳନ୍ତି ଓ ବାହାର ରତ୍ନଭଣ୍ଡାର ଖୋଲାଯାଇ ସମସ୍ତ ଅଳଙ୍କାର ଚାଙ୍ଗଡ଼ା ଘର ଓ ଫୁଲ ଶେଜଘରକୁ ସ୍ଥାନାନ୍ତର କରାଯାଇଥିଲା । ଆସନ୍ତାକାଲି ୧୧ ଜଣିଆ ଅଧିକୃତ କମିଟି ଭିତରକୁ ଯିବ । କମିଟିର କୌଣସି ସଦସ୍ୟ ଧାତୁ ପଦାର୍ଥ କିମ୍ବା ସୁନା ଜିନିଷପତ୍ର ପିନ୍ଧି ଯିବେ ନାହିଁ । ଭିତର ରତ୍ନଭଣ୍ଡାର ସିନ୍ଦୁକ ଓ ଆଲମିରାରୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ନୂତନ ସିନ୍ଦୁକ ଓ ଆଲମିରାକୁ ରତ୍ନ ଅଳଙ୍କାର ସ୍ଥାନନ୍ତର ହେବ । ଅସ୍ଥାୟୀ ଭିତର ଓ ବାହାର ରତ୍ନଭଣ୍ଡାରରେ ନୂତନ ତାଲା ଓ ଚାବି ପକାଯାଇଛି । ରତ୍ନ ଅଳଙ୍କାର ସ୍ଥାନନ୍ତର ପରେ ଅସ୍ଥାୟୀ ଭିତର ଓ ବାହାର ରତ୍ୱଭଣ୍ଡାରରେ ପୁଣି ତାଲା ଓ ଚାବି ପକାଯିବ । ତଥା ଭିତର ରତ୍ନଭଣ୍ଡାରରେ ଥୂବା ସିନ୍ଦୁକ ଓ ଆଲମିରାକୁ ମ୍ୟୁଜିୟମ୍‌ରେ ରଖାଯିବ । ଆସନ୍ତାକାଲି ପ୍ରଥମେ ବାହାର ରତ୍ନଭଣ୍ଡାର ଚାବି ଖୋଲାଯିବ । ତାପରେ ଟ୍ରେଜେରୀରୁ ନୂଆ ଚାବି ଅଣାଯାଇ ଭିତର ରତ୍ନଭଣ୍ଡାର ଖୋଲାଯାଇ ରତ୍ନଅଳଙ୍କାର ସ୍ଥାନାନ୍ତର ହେବ । ସ୍ନେକ ହେଲ୍ପ ଲାଇନ, ଓଡ୍ରାଫ , ସ୍ୱେଚ୍ଛାସେବୀ, ଡାକ୍ତରୀ ଟିମ, ମାଜିଷ୍ଟ୍ରେଟ , ବୈଷୟିକ ଟିମ ମୁତୟନ ହେବେ । ଚାଙ୍ଗଡ଼ା ଘର ଓ ଫୁଲ ଶେଜ ଘରେ ଅସ୍ଥାୟୀ ଭିତର ରତ୍ନଭଣ୍ଡାର ଓ ଭିତର ରତ୍ନଭଣ୍ଡାର ଷ୍ଟ୍ରଙ୍ଗ ରୁମ କରାଯାଇଛି । ଅସ୍ଥାୟୀ ଭିତର ରତ୍ନଭଣ୍ଡାରରେ ସିସିଟିଭି କ୍ୟାମେରା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ଏସଓପି ଅନୁଯାୟୀ କରାଯାଇଛି । ଭିତର ରତ୍ନଭଣ୍ଡାରରୁ ସମସ୍ତ ରତ୍ନଅଳଙ୍କାର ସ୍ଥାନାନ୍ତର ପରେ ହିଁ ଏଏସଆଇ କୁ ମରାମତି ପାଇଁ ଅନୁମତି ଦିଆଯିବ । ପରେ ରତ୍ନଭଣ୍ଡାର ରତ୍ନଅଳଙ୍କାର ଗଣତି ମଣତି ପାଇଁ ପ୍ରତିଦିନ ଟ୍ରେଜେରୀରୁ ଜଉମୁଦରେ ଥୂବା ଚାବି ପ୍ରତିଦିନ ଅଣାଯିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଥିଲେ । ତେବେ ଭିତର ରତ୍ୱଭଣ୍ଡାରରେ କେତୋଟି ସିନ୍ଦୁକ ଓ ଆଲମିରା ରହିଛି, କାନ୍ଥ ପର୍ଶ୍ୱକୁ ଥିବା ସିନ୍ଦୁକ ଓ ଆଲମିରା ପଛ ପଟେ ଆଉ କୋଠରୀ ରହିଛି ନାଁ ନାହିଁ, ତଥା ଗୋଟିଏ ଦିନରେ ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନନ୍ତର ସମ୍ଭବ ପର କି ନୁହେଁ ତାହା ଆସନ୍ତାକାଲି ହିଁ ସ୍ପଷ୍ଟ ହେବ । ରତ୍ନଭଣ୍ଡାର ଖୋଲିବା ବେଳେ ସାମୟିକ କଟକଣା ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ପ୍ରଦାନ କରିଛନ୍ତି । ସକାଳ ୮ଟାରୁ ସିଂହଦ୍ୱାରକୁ ଛାଡ଼ି ବାକି ଦ୍ୱାର ବନ୍ଦ ରହିବ । ଯେଉଁମାନେ ସେବା ଓ ପୂଜା ପାଇଁ ଅଧିକୃତ ସେମାନଙ୍କୁ ଛଡ଼ାଯିବ । ଅର୍ଥାତ ସାଧାରଣ ଭକ୍ତଙ୍କ ପ୍ରବେଶ ନେଇ କଟକଣା ରହିବ । ଆଶା କରାଯାଉଛି ଯେ ଆସନ୍ତାକାଲି ରତ୍ନଭଣ୍ଡାରରୁ ରତ୍ନ ସ୍ଥାନାନ୍ତର ପ୍ରକ୍ରିୟା କରାଯିବ । ଅନ୍ୟପଟେ ରତ୍ନଭଣ୍ଡାର ସଂପର୍କରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ ରତ୍ନଭଣ୍ଡାର ମରାମତି କେତେ ଦିନ ଲାଗିବ ଏଏସ୍‌ଆଇ ନିର୍ଦ୍ଧାରଣ କରିବ । ଏଏସ୍‌ଆଇ ଦ୍ୱାରା ମରାମତି ସରିବା ପରେ ଅଳଙ୍କାର ଭିତର ଭଣ୍ଡାରକୁ ନିଆଯିବ । ରତ୍ନ ଅଳଙ୍କାର ଗଣତି ମଣତି ପାଇଁ ୩୦-୪୦ ଦିନ ସମୟ ଲାଗିବ ।

Post Views: 26
Share198Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In