• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ: ଏଏସ୍‌ଆଇ ସୁଡ଼ଙ୍ଗ ଅଛି କି ନାହିଁ ଯାଞ୍ଚ କରିବ

by Voice of Victims
July 29, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ: ଏଏସ୍‌ଆଇ ସୁଡ଼ଙ୍ଗ ଅଛି କି ନାହିଁ ଯାଞ୍ଚ କରିବ

ଭୁବନେଶ୍ବର : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି ଓ ଲେଜର୍ ସ୍କାନିଂ କିଭଳି କରାଯାଇପାରିବ ସେନେଇ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି ପୂର୍ବରୁ ରତ୍ନଭଣ୍ଡାର ଭିତରେ ସୁଡ଼ଙ୍ଗ ଅଛି କି ନାହିଁ ତାହା ଏଏସ୍‌ଆଇ ଅତ୍ୟାଧୁନିକ ପଦ୍ଧତିରେ ଯାଞ୍ଚକରିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି । ଏନେଇ ସରକାର ତାଙ୍କ ଏସ୍ ଓପିରେ ସଂଶୋଧନ କରିବା ପାଇଁ ପରିଚାଳନା କମିଟିକୁ ପ୍ରସ୍ତାବ ଦିଆଯିବ ବୋଲି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ପ୍ରକାଶ କରିଥିଲେ । ପରିଚାଳନା କମିଟି ଏନେଇ ନିଷ୍ପତ୍ତି ନେବା ପରେ ସରକାରଙ୍କୁ ଅବଗତ କରାଇବା ପରେ ସରକାର ଯାହା ଏସ୍‌ଓପି ଆଣିବେ ସେ ଅନୁଯାୟୀ ସବୁ କାର୍ଯ୍ୟହେବ ବୋଲି ନିଷ୍ପତ୍ତି ହୋଇଛି । ରତ୍ନଭଣ୍ଡାରର ମରାମତି କାର୍ଯ୍ୟ କେବେ ହେବ ସେନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା କମିଟି ଅଧ୍ୟକ୍ଷ କହିଥିଲେ । ତେବେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ପୂର୍ବରୁ ରତ୍ନଭଣ୍ଡାର ଭିତରେ ଖାଲିଥିବା ସିନ୍ଦୁକ ଏବଂ ଆଲମିରାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ । ଏହା ପରେ ରତ୍ନଭଣ୍ଡାର ଭିତରେ ଆଉ କିଛି ଲୁକ୍କାୟିତ ରତ୍ନ ଅଛି କି ନାହିଁ ଏବଂ ସୁଡ଼ଙ୍ଗ ରହିଛି କି ନାହିଁ ତାହା ଏଏସ୍‌ଆଇ ପକ୍ଷରୁ ଅତ୍ୟାଧୁନିକ ପଦ୍ଧତିରେ ଯାଞ୍ଚ କରିବା ପାଇଁ ରତ୍ନଭଣ୍ଡାର ତଦାରଖ କମିଟି ପକ୍ଷରୁ ସରକାରଙ୍କୁ ପରାମର୍ଶ ଦିଆଯାଇଛି । ଏହି ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ । ତେବେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବା ପରେ ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହେବ । ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସହ ଉପସ୍ଥିତ ଥିଲେ ଅନ୍ୟ କମିଟି ସଦସ୍ୟ ଓ ଏଏସ୍‌ଆଇ ବୈଷୟିକ କମିଟି ସଦସ୍ୟ । ଜଷ୍ଟିସ୍ ବିଶ୍ୱନାଥ ରଥ ନିଜର ପ୍ରତିକ୍ରିୟାରେ କହିଥିଲେ ଯେ ଆଜି ରତ୍ନଭଣ୍ଡାର ଅଳଙ୍କାର ଗଣତି ନେଇ କୌଣସି ଆଲୋଚନା ହୋଇନାହିଁ । ବରଂ ଆଜି ରତ୍ନଭଣ୍ଡାର ମରାମତି ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ଯେପରି ଶ୍ରୀମନ୍ଦିର ଢାଞ୍ଚା ଉପରେ କୌଣସି ପ୍ରଶ୍ନବାଚୀ ସୃଷ୍ଟି ନହେବ, ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ବିଭ୍ରାଟ ସୃଷ୍ଟି ନହେବ ଏବଂ ଦର୍ଶନାର୍ଥୀଙ୍କ ଦର୍ଶନରେ କୌଣସି ସମସ୍ୟା ନହେବ, ସେସବୁକୁ ଦୃଷ୍ଟିରେ ରଖି କିପରି ରତ୍ନଭଣ୍ଡାର ଭିତରର ମରାମତି କାମ ହେବ ଏହା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଅତ୍ୟାଧୁନିକ ଉପକରଣ ବ୍ୟବହାର କରାଯାଇ ଦୀର୍ଘ ସମୟ ପାଇଁ ମରାମତି କାମ କରାଯିବ । ଭଣ୍ଡାର ବାହାର ଓ ଭିତର ଭଣ୍ଡାର ମରାମତିରେ ସବୁଠୁ ଉତ୍କୃଷ୍ଟ ଓ ଉପାଦେୟ ଉପକରଣ ବ୍ୟବହାର କରାଯିବ । ତେବେ ଏନେଇ ଏଏସ୍‌ଆଇ ଟେକ୍ନିକାଲ କମିଟି ମେମ୍ବର୍ସ ସରକାରଙ୍କ ସହ ଆଲୋଚନା କରିବା ପରେ କାମକୁ ତ୍ୱରାନ୍ୱିତ କରାଯିବ । ଅନ୍ୟପଟେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସମସ୍ତ ଉପାଦେୟ ତଥ୍ୟ ସମୟକ୍ରମେ ପ୍ରକାଶ କରାଯିବ । ଏନେଇ କୌଣସି ସନ୍ଦେହଜନକ ଖବର ପ୍ରସାରଣ ନକରିବାକୁ ଗଣମାଧ୍ୟମକୁ ନିବେଦନ କରିଥିଲେ ଜଷ୍ଟିସ୍ ରଥ । ସୂଚନାଯୋଗ୍ୟ, ଗତ ଜୁଲାଇ ୧୪ ରେ ପ୍ରଥମେ ରତ୍ନଭଣ୍ଡାର ତଦାରଖ କମିଟିର ସଦସ୍ୟମାନେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଥିଲେ । ସେହିପରି ଗତ ୧୮ତାରିଖରେ ମଧ୍ୟ ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ରତ୍ନ ଅଳଙ୍କାରଗୁଡ଼ିକୁ କଢ଼ାଯାଇ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍ କରାଯାଇଥିବା ଚାଙ୍ଗଡ଼ା ଓ ଖଟ ଶେଯ ଘରେ ରଖାଯାଇଛି । ତେବେ ରତ୍ନଭଣ୍ଡାର ତଳେ ଅନେକ ଗୁପ୍ତ କୋଠରୀ ଥିବାବେଳେ ଆହୁରି ଧନ ରତ୍ନ ଥିବା ସେବାୟତମାନେ ଦାବି କରିବା ସହ ଏହାର ଯାଞ୍ଚ କରିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ । ଏଣୁ ଏହି ସନ୍ଦେହକୁ ଦୂରକରିବା ପାଇଁ ପ୍ରଥମେ ରତ୍ନ ଭଣ୍ଡାରର ଲେଜର୍ ସ୍କାନିଂ ସହ ଅନ୍ୟାନ୍ୟ ଅତ୍ୟାଧୁନିକ ପଦ୍ଧତିରେ ପରୀକ୍ଷା ନିରୀକ୍ଷା କରାଯାଇ ସୁଡ଼ଙ୍ଗ ଏବଂ କୋଠରୀର ଅନୁସନ୍ଧାନ କରାଯିବ । ଏହି ଅନୁସନ୍ଧାନ କାର୍ଯ୍ୟ ଶେଷ ହେବା ପରେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ ହେବ । ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ଦୀର୍ଘ ବର୍ଷ ହେବ ଭକ୍ତ, ସେବାୟତ ଓ ଜଗନ୍ନାଥ ପ୍ରେମୀମାନେ ଦାବି କରିଆସୁଥିଲେ । ଏବେ ସରକାରଙ୍କର ଏସ୍‌ଓପି ଅନୁଯାୟୀ ରତ୍ନଭଣ୍ଡାର ଖୋଲାଯାଇଥିବା ବେଳେ ଆଗାମୀ ଦିନରେ ଏହାର ମରାମତି ସହ ଗଣତି ମଣତି ମଧ୍ୟ କରାଯିବ ବୋଲି ଆଶା କରାଯାଉଛି ।

Post Views: 27
Share199Tweet124Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In