• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ୱାୟନାଡ଼ରେ ଭୂସ୍ଖଳନ, ୧୦୬ ମୃତ

by Voice of Victims
July 30, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ୱାୟନାଡ଼ରେ ଭୂସ୍ଖଳନ, ୧୦୬ ମୃତ

ୱାୟନାଡ: ଲଗାଣ ବର୍ଷା ଓ ତଦ୍‌ଜନିତ ଭୂସ୍ଖଳନ କେରଳରେ ମହାପ୍ରଳୟଙ୍କରୀ ପରିସ୍ଥିତି ସୃଷ୍ଟି କରିଛି । ଗତକାଲି ରାତିରେ ତିନି ଥର ଭୂସ୍ଖଳନ ହୋଇଛି । ପ୍ରଥମ ଭୂସ୍ଖଳନ ରାତି ୨ଟାରେ ହୋଇଥିବା ବେଳେ ପରବର୍ତ୍ତୀ ଭୂସ୍ଖଳନ ଭୋର ସାଢ଼େ ୪ଟା ଓ ପରେ ଆଉ ଏକ ଭୂସ୍ଖଳନ ଆଜି ସକାଳେ ହୋଇଥିବା ସୂଚନା ମିଳିଛି । ଭୂସ୍ଖଳନ ବେଳେ ଲୋକମାନେ ନିଜ ନିଜ ଘରେ ଶୋଇଥିବାରୁ ମୃତାହତଙ୍କ ସଂଖ୍ୟା ଅଧିକ ହୋଇଛି । ଗତକାଲି ୱାୟନାଡ଼ ଅଞ୍ଚଳରେ ୪୦୯ ମିମି ବର୍ଷା ଯୋଗୁ ପାଖ ପାହାଡ଼ରୁ ମାଟି ଅତଡ଼ା ଖସିବା ସହିତ ପଥର ଖଣ୍ଡମାନ ମଧ୍ୟ ଖସି ଆସିଛି । ଫଳରେ ଘରଦ୍ୱାର ଓ ରାସ୍ତାଘାଟ ପୋତି ହୋଇପଡ଼ିଛି । ବର୍ତ୍ତମାନ ସୁଦ୍ଧା କେରଳର ୱାୟନାଡ ଜିଲ୍ଳାରେ ଘଟିଥିବା ଭୂସ୍ଖଳନ ଯୋଗୁ ପ୍ରାୟ ୧୦୬ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ସେହିପରି ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭୂସ୍ଖଳନ ସମୟରେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଲୋକ (୧୦୦ରୁ ଊର୍ଦ୍ଧ୍ୱ ପରିବାର) ଏକସଙ୍ଗେ ମାଟିତଳେ ପୋତି ହୋଇଯାଇଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ସୁତରାଂ ଆହୁରି ଅନେକ ଲୋକ ପୋତି ହୋଇ ରହିଥିବା ସନ୍ଦେହରେ ଏବେବି ଉଦ୍ଧାର ପ୍ରକ୍ରିୟା ଜୋରସୋରରେ ଜାରି ରହିଛି । ଅନ୍ୟପକ୍ଷରେ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଏସବୁ ମଧ୍ୟରେ ଲଗାଣ ବର୍ଷା କାରଣରୁ ଉଦ୍ଧାର ପ୍ରକ୍ରିୟା ମଧ୍ୟ ସାମାନ୍ୟ ମନ୍ଥର ଗତିରେ ତ୍ୱରାନ୍ୱିତ କରାଯାଇପାରୁଛି । ତଥାପି ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଲୋକଙ୍କ ଉଦ୍ଧାର ପାଇଁ ନିୟମିତ ଭାବେ ଚେଷ୍ଟା ଜାରି ରଖିଛନ୍ତି । ରିପୋର୍ଟ ଅନୁସାରେ ମାଟିତଳୁ ଉଦ୍ଧାର ହୋଇଥିବା ମୃତଦେହଙ୍କ ମଧ୍ୟରେ କିଛି ଶିଶୁ ଏବଂ ମହିଳାଙ୍କ ଶବ ମଧ୍ୟ ସାମିଲ ରହିଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (କେଏସ୍‌ଡିଏମ୍‌ଏ) କହିଛି, ଗୋଟିଏ ପରେ ଗୋଟିଏ କରି ନିୟମିତ ବ୍ୟବଧାନରେ ପ୍ରାୟ ତିନୋଟି ସ୍ଥାନ (ମୋପ୍ପାଡି, ମୁବାଡକାଇ ଏବଂ ଚୁରାଲ ମାଲା ପାହାଡିଆ ଅଞ୍ଚଳ)ରେ ଭୂସ୍ଖଳନ ହୋଇଥିଲା । ଏହାଦ୍ୱାରା ରାସ୍ତା-ଘାଟ, ଘର-ଦ୍ୱାର ସବୁ ଧୋଇ ହୋଇଯାଇଛି । ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ମୁବାଡକାଇ ଅଞ୍ଚଳରେ ପ୍ରଥମ ଭୂସ୍ଖଳନ ହୋଇଥିଲା । ଏହାପରେ ଭୋର ସମୟରେ ଏହି ଜିଲ୍ଲାର ଅନ୍ୟ ଦୁଇଟି ସ୍ଥାନ ମୋପ୍ପାଡି ଏବଂ ଚୁରାଲ ମାଲା ଅଞ୍ଚଳରେ ଆଉ ଦୁଇଟି ଭୂସ୍ଖଳନ ହୋଇଥିଲା । ଫଳରେ ଏସବୁ ଅଞ୍ଚଳରେ ଅନେକ ଘର-ଦ୍ୱାର ତଥା ରାସ୍ତାଘାଟ ସବୁ ଧୋଇଯାଇ ବାହ୍ୟ ଅଞ୍ଚଳରୁ ବିଛିନ୍ନ ହୋଇଯାଇଛି । ଶହ ଶହ ଘରେ ମାଟିରେ ମିଶିଯାଇଛି । ଅନେକ ଗାଡ଼ି ଭାସିଯାଇଛି କିମ୍ବା ପୋତି ହୋଇଯାଇଛି । ରାସ୍ତାଘାଟ ଭାଙ୍ଗିଯାଇ ସେଠାରେ ନାଳ ସୃଷ୍ଟି ହୋଇଛି । ମୁଣ୍ଡୁକାଇ, ଚୁରାଲମାଳ, ଆତ୍ତାମାଳ ଓ ନୁଲୁପୁଝା, ଯାହା ଦିନେ ପର୍ଯ୍ୟଟକଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ଆଜି ତାହା ଛାରଖାର ହୋଇଯାଇଛି । ପ୍ରତିଦିନ ଏହି ଅଞ୍ଚଳକୁ ଶହ ଶହ ଦର୍ଶକ ଆସୁଥିଲେ । ଭୂସ୍ଖଳନ ବେଳେ ସେଠାରେ ମଧ୍ୟ ଅନେକ ପର୍ଯ୍ୟଟକ ବିଭିନ୍ନ ହୋଟେଲରେ ଥିଲେ । ଏବେ ସେମାନଙ୍କର ପତ୍ତା ମିଳୁନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌ଙ୍କ ସହ କଥା ହୋଇଛନ୍ତି । ଗଭୀର ଦୁଃଖ ତଥା ଶୋକ ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାର ପାଇଁ ୨ଲକ୍ଷ ଲେଖାଏ ଏବଂ ଆହତଙ୍କୁ ୫୦ହଜାର ଲେଖାଏ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ପ୍ରକୃତିର ଏହି କରାଳ ବିତ୍ପତ୍ତି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ମୋଦୀ, ପିନାରାଇଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ, ବିଜେପି ସଭାପତି ଜେପି ନଡ୍ଡାଙ୍କ ସହ ଏବଂ କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀଙ୍କ ସହ କଥା କହିଛନ୍ତି । ଅନ୍ୟପକ୍ଷେ କେରଳ ସରକାର ରାଜ୍ୟବ୍ୟାପୀ ୨ଦିନିଆ ଶୋକ ଘୋଷଣା କରିଛନ୍ତି । ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଅଗ୍ନିଶମ ବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନ୍‌ଡିଆରଏଫ) ଦଳ ନିୟୋଜିତ ହୋଇଛନ୍ତି । ଏନ୍‌ଡିଆରଏଫ୍‌ର ଏକ ଅତିରିକ୍ତ ଦଳଙ୍କୁ ୱାୟନାଡ ପଠାଯାଇଛି । ବାୟୁସେନାର ଦୁଇଟି ହେଲିକପ୍ଟର ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି । ୩୦୦ ଯବାନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ସେନାର ସନ୍ଧାନୀ କୁକୁରଙ୍କୁ ମଧ୍ୟ କାର୍ଯ୍ୟରେ ନିୟୋଜିତ କରାଯାଇଛି । ସେହିପରି ରାଜ୍ୟ ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ସହାୟତା ଯୋଗାଇଦେବା ପାଇଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଥିବା କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି । ପରିସ୍ଥିତିର ମୁକାବିଲା କରିବା ପାଇଁ ରାଜ୍ୟର ଭିଥିରୀ, କାଲାପାଟ୍ଟା, ମେପ୍ପାଡି ଏବଂ ମନନ୍ତୱାଡି ହସ୍ପିଟାଲ ସମେତ ସମସ୍ତ ହସ୍ପିଟାଲ ପ୍ରସ୍ତୁତ ଅଛି । ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ଡ୍ୟୁଟିରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Post Views: 30
Tags: Landslide in Wayanad
Share198Tweet124Send
Voice of Victims

Voice of Victims

Recent Posts

  • ଭାରତୀୟ ରେଳର ବଡ଼ ଉପହାର: ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା
  • ବଢ଼ିବନି ବିଧାୟକଙ୍କ ଦରମା, ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ
  • ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର, ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ
  • ଭୁବନେଶ୍ୱର-କଟକରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ସହ କୁଆପଥର ବୃଷ୍ଟି
  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In