ରଣପୁର (ଭିଓଭି) : ପୋଖରୀରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତ ବାଳକର ନାମ ସୂର୍ଯ୍ୟ କାନ୍ତ ବେହେରା, ବୟସ ୮ ବର୍ଷ । ତାଙ୍କ ବାପାଙ୍କ ନାମ ସୁରେଶ ବେହେରା । ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା କୁକୁଡ଼ା ଝରି ଗ୍ରାମରେ । ନାବାଳକ ଜଣକ ଶୌଚ ହେବା ପାଇଁ ଗାଁ ପୋଖରୀକୁ ଯାଇଥିବା ବେଳେ ବର୍ଷା ଯୋଗୁଁ ଗୋଡ଼ ଖସି ଯାଇଥିଲା ବୋଲି ଅନୁମାନ କରାଯାଉଛି । ଫଳରେ ନାବାଳକ ଜଣଙ୍କ ଗଭୀର ଜଳ ମଧ୍ୟକୁ ଚାଲି ଯାଇଥିଲେ । ପରେ ସ୍ଥାନୀୟ ଲୋକେ ନାବାଳକକୁ ପୋଖରୀ ମଧ୍ୟରୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ନାବାଳକର ମୃତ୍ୟୁ ହୋଇଯାଇଥିଲା।
