• About Us
  • Contact Us
Tuesday, August 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଜଳୁଛି ବାଂଲାଦେଶ: ଦେଶବ୍ୟାପୀ କର୍ଫ୍ୟୁ

by Voice of Victims
August 5, 2024
in ଦେଶ ବିଦେଶ, ମୁଖ୍ୟ ଖବର
ଜଳୁଛି ବାଂଲାଦେଶ: ଦେଶବ୍ୟାପୀ କର୍ଫ୍ୟୁ

ନୂଆଦିଲ୍ଲୀ: ବାଂଲାଦେଶରେ ରବିବାର ପୁଣି ଥରେ ହିଂସା ଆରମ୍ଭ ହୋଇଛି। ଏହି ହିଂସାରେ ୯8 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ପ୍ରାୟ ସପ୍ତାହେ ତଳେ ଦେଶରେ ସଂରକ୍ଷଣ ବିରୋଧୀ ହିଂସାରେ ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ବାଂଲାଦେଶ ସୁପ୍ରିମକୋର୍ଟ ସଂରକ୍ଷଣ ସୀମାକୁ ହ୍ରାସ କରିବା ପରେ ହିଂସା ଥମି ଥିଲା। ଏବେ ଏହି ସଂରକ୍ଷଣ ପ୍ରସଙ୍ଗକୁ ଆଧାର କରି ରବିବାର ବିରୋଧୀ ଦଳଗୁଡିକ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ହଜାର ହଜାର ସଂଖ୍ୟାରେ ହିଂସାକାରୀ ରାସ୍ତାକୁ ଓହ୍ଲାଇ ଗାଡି ମୋଟର ପୋଡାଜଳା କରିଛନ୍ତି। ହିଂସାକାରୀଙ୍କୁ ନିୟନ୍ତ୍ରଣ କରିବାକୁ ପୁଲିସ ଲୁହବୁହା ଗ୍ୟାସ ସହିତ ଗୁଳିମାଡ କରିଥିଲା। ଫଳରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଦେଶବ୍ୟାପୀ ହୋଇଥିବା ସଂଘର୍ଷରେ ୧୪ଜଣ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ରାଜଧାନୀ ଢାକା ସମେତ ବେଗ୍ରା, ପାବନା, ରଙ୍ଗପୁର, ମୁଗୁରା ଓ କୋମିଲାରେ ହିଂସାକାଣ୍ଡ ଘଟିଛି। ହିଂସାକୁ ଦେଖି ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ରବିବାର ସନ୍ଧ୍ୟା ୬ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ କର୍ଫ୍ୟୁ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ​‌ହସିନା କହିଛନ୍ତି ଯେ ଦେଶରେ ଏବେ ଯେଉଁ ବିକ୍ଷୋଭ ଆରମ୍ଭ ହୋଇଛି ତାହା ଛାତ୍ର ଆନ୍ଦୋଳନ ନୁହେଁ। ଆତଙ୍କବାଦୀମାନେ ଏହି ହିଂସା ଆରମ୍ଭ କରିଛନ୍ତି। ତେଣୁ ହିଂସାକୁ ଦୃଢ ହସ୍ତରେ ଦମନ କରିବାକୁ ସେ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ବିକ୍ଷୋଭ ନାମରେ ଦେଶରେ ଅରାଜକତା ସୃଷ୍ଟି କରିବାକୁ ଯୋଜନା କରାଯାଇଛି। ହିଂସାକୁ ନିୟନ୍ତ୍ରଣ ଲାଗି ଆବଶ୍ୟକ ପଦକ୍ଷେପ ନେବା ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ସୁରକ୍ଷା କମିଟିର ଜରୁରୀ ବୈଠକ କରିଛନ୍ତି। ଏହା ସହିତ ଦେଶବାସୀଙ୍କୁ ମଧ୍ୟ ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ଆହ୍ବାନ ଦେଇଛନ୍ତି। ହିଂସାକାରୀମାନେ ଶାସକ ଆୱାମୀ ଲିଗ୍‌ର ୪ଜଣ କର୍ମୀଙ୍କୁ ହତ୍ୟା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ଯେଉଁ ହିଂସା ଆରମ୍ଭ ହୋଇଛି ତାହା ଶାସକ ଓ ବିରୋଧୀ ଦଳ ମଧ୍ୟରେ ହିଂସା।

Post Views: 45
Share198Tweet124Send
Voice of Victims

Voice of Victims

Recent Posts

  • ରୋଟାରି କ୍ଲବ କଟକ କ୍ୟାଣ୍ଟନମେଣ୍ଟର ୭ମ ଅଧିଷ୍ଠାନ ଦିବସ, ୨୫ ନୂତନ ସଦସ୍ୟଙ୍କୁ ସାମିଲ, ସମାଜସେବାରେ ବହୁମୁଖୀ କାର୍ଯ୍ୟକ୍ରମ
  • 1984 ମସିହା ISc ବ୍ୟାଚର ବନ୍ଧୁ ମିଳନ
  • ବାଲେଶ୍ବରବାସୀଙ୍କ ପାଇଁ ଖୁସିର ଖବର, ଡପ୍ଲର ରାଡାରର କାର୍ଯ୍ୟ ଶେଷ ପର୍ଯ୍ୟାୟରେ
  • କ୍ରାନ୍ତି ଦିବସରେ ରଣପୁରରେ ଦେଶପ୍ରେମର ମହାସମାଗମ; ୧୨୦ ମିଟର ତ୍ରିରଙ୍ଗା ସହ ଗୁଞ୍ଜିଲା ‘ଭାରତ ମାତା କୀ ଜୟ’ ଧ୍ୱନି
  • ୧୩ରେ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In