• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଡାକ ମାଧ୍ୟମରେ ପ୍ରଦାନ କରାଗଲା ରାଷ୍ଟ୍ରପତିଙ୍କ ଆଟ ହୋମ ପାର୍ଟି ର ନିମନ୍ତ୍ରଣ ପତ୍ର

by Voice of Victims
August 6, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଡାକ ମାଧ୍ୟମରେ ପ୍ରଦାନ କରାଗଲା ରାଷ୍ଟ୍ରପତିଙ୍କ ଆଟ ହୋମ ପାର୍ଟି ର ନିମନ୍ତ୍ରଣ ପତ୍ର

ନୂଆଦିଲ୍ଲୀ: ୨୦୨୪ ମସିହା ସ୍ଵାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ମର୍ଯ୍ୟାଦାପୂର୍ଣ୍ଣ “ଏଟ୍ ହୋମ୍ ରିସେପସନ୍” ବା ” ଆବାସରେ ଅଭ୍ୟର୍ଥନା” କାର୍ଯ୍ୟକ୍ରମର ନିମନ୍ତ୍ରଣପତ୍ର ଯତ୍ନର ସହ ବିତରଣ କରିବ ଓଡ଼ିଶା ଡାକ ପରିମଣ୍ଡଳ। ଏହି ମର୍ଯ୍ୟାଦାପୂର୍ଣ୍ଣ କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୧୫, ୨୦୨୪ ତାରିଖରେ ଆୟୋଜନ ପାଇଁ ସ୍ଥିରୀକୃତ ହୋଇଛି। ଏହିସବୁ ନିମନ୍ତ୍ରଣ ପତ୍ର ଗୁଡ଼ିକର ସର୍ବୋଚ୍ଚ ଗୁରୁତ୍ଵକୁ ଉପଲବ୍ଧି କରି ସଠିକ୍ ଓ ସଯତ୍ନ ବିତରଣକୁ ସୁନିଶ୍ଚିତ କରିବାକୁ ଓଡ଼ିଶା ଡାକ ପରିମଣ୍ଡଳ ପ୍ରତିବଦ୍ଧ ଅଟେ। ଏଥିପାଇଁ ଉତ୍ସର୍ଗୀକୃତ ଦଳ ଏହି ମର୍ଯ୍ୟାଦାଜନକ କାର୍ଯ୍ୟକୁ ସମ୍ପନ୍ନ କରିବା ପାଈଁ ସ୍ଵତନ୍ତ୍ର ଭାବେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ପ୍ରତିଟି ନିମନ୍ତ୍ରଣ ପତ୍ରକୁ ଠିକଣାଧାରୀ/ ପ୍ରାପ୍ତେଷୁଙ୍କ ନିକଟରେ ଅକ୍ଷୁର୍ଣ୍ଣ ଓ ସମୟ ସୀମା ଭିତରେ ପହଞ୍ଚେଇବାକୁ ସୁନିଶ୍ଚିତ କରାଇବା ପାଇଁ ଡାକ ବିଭାଗ ପ୍ରତିଶୃତି ପ୍ରଦାନ କରିଛି। ପ୍ରଥମ ଥର ପାଇଁ ବିଭିନ୍ନ କ୍ଷେତ୍ରରେ ସଫଳତମ ବ୍ୟକ୍ତି ବିଶେଷ ଏପରିକି ସାଧାରଣ ନାଗରିକ, ଯେଉଁ ମାନେ ନିଜସ୍ୱ କ୍ଷେତ୍ରରେ ଅସାଧାରଣ ଅବଦାନ ଦେଇଛନ୍ତି, ସେମାନଙ୍କୁ ମଧ୍ୟ ନିମନ୍ତ୍ରଣ କରା ଯାଇଅଛି। ଏହା ମଧ୍ୟରେ ସାମିଲ ଅଛନ୍ତି ଡାକ୍ତର, ଆୟୁଷ ଚିକିତ୍ସା ଅଧ୍ୟବସାୟୀ, କୃଷି ବିଶେଷଜ୍ଞ, ଶକ୍ତି ସଂରକ୍ଷଣ ଚାମ୍ପିୟନ୍/ ବିଜେତା ଏବଂ ବିଭିନ୍ନ ସରକାରୀ ଯୋଜନା ଯେପରିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱନିଧି ଯୋଜନା, ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା  ଓ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ହିତାଧିକାରୀ। ଏହି ଉଲ୍ଲେଖନୀୟ ବ୍ୟକ୍ତି ବିଶେଷ ମାନେ ଅତୁଳନୀୟ ଏବଂ ଉତ୍ସର୍ଗୀକୃତ ସେବା ପ୍ରଦାନ କରିଛନ୍ତି ଏବଂ ଏହି ମର୍ଯ୍ୟାଦାପୂର୍ଣ୍ଣ କାର୍ଯ୍ୟକ୍ରମରେ ସେମାନେ ସାମିଲ ହେବା ବିଷୟ ଦେଶର ସେମାନଙ୍କ ପ୍ରତି ରହିଥିବା କୃତଜ୍ଞତା ଓ ସ୍ଵୀକୃତିକୁ ରେଖାଙ୍କିତ କରିବ। ପ୍ରତ୍ୟେକ ନିମନ୍ତ୍ରଣକୁ ଯଥୋଚିତ ସମ୍ମାନ ଓ ସଶ୍ରମ ସହିତ ନିୟନ୍ତ୍ରଣ କରି ଏହି ସମ୍ମାନକୁ ପହଞ୍ଚାଇବାରେ ଓଡ଼ିଶା ଡାକ ପରିମଣ୍ଡଳ ନିଷ୍ପତି କରିଛି।

Post Views: 34
Share198Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In