ରଣପୁର (ଭିଓଭି) : ଟାଙ୍ଗୀ ଚାନ୍ଦପୁର ପୁରୁଣା ୧୬ ନମ୍ବର ଜାତୀୟ ରାଜପଥ ଦୁଇ ଲେନ ବିଶିଷ୍ଟ ହୋଇଥିବା ଯୋଗୁଁ ସଦା ସର୍ବଦା ଲୋକ ମାନଙ୍କର ପ୍ରବଳ ଭିଡ଼ ହୋଇଥାଏ । ଉଠା ଦୋକାନି ମାନଙ୍କ ଯୋଗୁଁ ରାସ୍ତା ସଦା ବେଳେ ଜାମ ରହୁଛି । ଲୋକେ ମାନେ ଯା’ଆସ କରିବାରେ ଅକଥନୀୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଜରୁରୀ କାଳୀନ ଯାନ ୧୦୮ ଆମ୍ବୁଲାନ୍ସ ସହ ଅଗ୍ନିଶମ ଗାଡି ଏହି ରାସ୍ତା ଅତିକ୍ରମ କରିବାକୁ ବହୁ ସମୟ ଲାଗୁଛି । ତେଣୁ ବିଭିନ୍ନ ସମୟରେ ଧନ୍ୟ ଜୀବନ କ୍ଷତିଗ୍ରସ୍ତ ହେବାର ମଧ୍ୟ ନଜିର ରହିଛି । ତେଣୁ ଏହି ଦୁଇ ଲେନ ରାସ୍ତାକୁ ଚାରି ଲେନ ରାସ୍ତାରେ ପରିଣତ କରିବା ପାଇଁ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ । କନ୍ଧନୟାଗଡ଼ ବାଇପାସ ଠାରୁ ଟାଙ୍ଗୀ ବାଇପାସ ପର୍ଯ୍ୟନ୍ତ ସହର ମଧ୍ୟ ଦେଇଛି ଯାଇଥିବା ୪ କିଲୋମିଟର ରାସ୍ତାକୁ ୪ ଲେନ ବିଶିଷ୍ଟ ରାସ୍ତାରେ ପରିଣତ କରିବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଅବସରରେ ନୂତନ ରାସ୍ତା ନିର୍ମାଣ ପାଇଁ ଆଜି ଟାଙ୍ଗୀ ସ୍ଥିତ ଦୁର୍ଗା ଚରଣ ଚିଲିକା ମହାବିଦ୍ୟାଳୟ ନିକଟରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏଥିପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ, ପୁରୀ ସାଂସଦ ଡା. ସମ୍ବିତ ପାତ୍ର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ପ୍ରମୁଖ ଚମ୍ପାଗଡ଼ଠାରୁ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରାରେ ବାହାରି ଟାଙ୍ଗୀ ପର୍ଯ୍ୟନ୍ତ ଆସିଥିଲେ । ଏହା ପରେ ଅତିଥିମାନେ ଅନୁଷ୍ଠିତ ଭିତ୍ତିପ୍ରସ୍ତର ଉତ୍ସବରେ ଯୋଗଦେଇ ନଡ଼ିଆ ବାଡେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଦଳୀୟ କର୍ମୀ ଓ ବୁଦ୍ଧିଜୀବୀମାନେ ଅତିଥିମାନଙ୍କୁ ପୁଷ୍ପଗୁଛ ଉତ୍ତରୀୟ ଦେଇ ସଭା ମଞ୍ଚ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ଏହା ପରେ ଟାଙ୍ଗୀ କଲେଜ ପଡିଆରେ ଅନୁଷ୍ଠିତ ଜନସଭାକୁ ଅତିଥିମାନେ ଯୋଗଦେଇ ଉଦବୋଧନ ଦେଇଥିଲେ । ଦୁଇ ଜିଲ୍ଲାର ସହ ସହ ଜନତା ଏହି ଉନ୍ନୟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ଚିନ୍ମୟ କୁମାର ପୃଷ୍ଟି, ନିର୍ବାଚନ ମଣ୍ଡଳୀ ସଂଯୋଜକ ପରେଶ ମିଶ୍ର, ଚାନ୍ଦପୁର ମଣ୍ଡଳ ସଭାପତି ସୁବର୍ଣ ସିଂ, ମଣ୍ଡଳ ସଭାପତି ନିର୍ମଳ ମତ୍ତଗଜ ସିଂ, ପୂର୍ବତନ ସରପଞ୍ଚ ବେଣୁଧର ରଣା, ଯୁବନେତା ପ୍ରଦୀପ ସେନାପତି, ପ୍ରମୋଦ କୁମାର ସାହୁ, ଅମୁଲ୍ୟ କୁମାର ସାହୁ, ଗୋପାଳ ନାୟକ, ସୌଭାଗ୍ୟ ଛୋଟରାୟ, ଗୌତମ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

