• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସ୍ୱୟଂ ସହାୟିକା ଗ୍ରୁପ ମାଧ୍ୟମରେ ଶିଶୁଙ୍କୁ ପୋଷାକ ବଣ୍ଟନ ନିଷ୍ପତ୍ତିକୁ ବିରୋଧ କରି ସମନ୍ବିତ ଶିଶୁ ମଙ୍ଗଳଅଫିସି ସମ୍ମୁଖରେ ଅଙ୍ଗନବାଡି କର୍ମୀଙ୍କ ଗଣଧାରଣା ଓ ପ୍ରତିବାଦ

by Voice of Victims
August 12, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସ୍ୱୟଂ ସହାୟିକା ଗ୍ରୁପ ମାଧ୍ୟମରେ ଶିଶୁଙ୍କୁ ପୋଷାକ ବଣ୍ଟନ ନିଷ୍ପତ୍ତିକୁ ବିରୋଧ କରି ସମନ୍ବିତ ଶିଶୁ ମଙ୍ଗଳଅଫିସି ସମ୍ମୁଖରେ ଅଙ୍ଗନବାଡି କର୍ମୀଙ୍କ ଗଣଧାରଣା ଓ ପ୍ରତିବାଦ

ରଣପୁର (ଭିଓଭି): ରଣପୁର ବ୍ଳକ ପରିସର ସମନ୍ବିତ ଶିଶୁ ମଙ୍ଗଳ ଅଧିକାରୀଣୀ (CDPO) ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଣପୁର ବ୍ଳକ ଅଙ୍ଗନବାଡି କର୍ମୀ ଙ୍କ ତରଫରୁ ଏକ ଧାରଣା ଓ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଏହି କି, ସରକାର ଅଙ୍ଗନବାଡି ବା’ ପ୍ରାକ ବିଦ୍ୟାଳୟର ଶିଶୁମାନଙ୍କୁ ସମ୍ପୃକ୍ତ ଅଙ୍ଗନବାଡି କେନ୍ଦ୍ରର କର୍ମୀଙ୍କ ଜରିଆରେ ପୋଷାକ ବିତରଣ କାର୍ଯ୍ୟ ଶୃଙ୍ଖଳାର ସହ କରୁଥିଲାବେଳେ ଗତବର୍ଷ ଏକ ମହିଳା ଗୋଷ୍ଠୀ ଜରୀୟାରେ ବେପରୁଆ ଭାବରେ ମାପ ବିହୀନ, ଚିରା ଫଟା ଓ ବଜାରରୁ ମିଳୁଥିବା ନିମ୍ନମାନର ରେଡିମେଡି ପୋଷାକ ଯୋଗୁଁ ପୋଷାକ ବିତରଣରେ ବିଶୃଙ୍ଖଳା ହେବା ସହ ନାନାଦି ସମସ୍ୟା ସୃଷ୍ଟି ହେବାରୁ ଏହା ବିଫଳ ହୋଇ ଥିଲା। ଫଳରେ ଉକ୍ତ ନିଷ୍ପତ୍ତି ପ୍ରତ୍ୟାହାର ହେବା ସହ ପୂର୍ବଭଳି ଅଙ୍ଗନବାଡି କର୍ମୀମାନେ ଶୃଙ୍ଖଳାର ସହ ପୋଷାକ ବିତରଣ କରି ଆସୁଥିଲେ। ଏହା ସତ୍ବେ ପ୍ରଶାସନ ଅଙ୍ଗନବାଡି କର୍ମୀଙ୍କ ଅଜ୍ଞାତରେ ଚଳିତ ବର୍ଷ ମଧ୍ୟ ଠଣାପଲ୍ଲୀର ନୀଳାଞ୍ଚଳ ସ୍ୱୟଂ ସହାୟିକା ଗ୍ରୁପକୁ ପୁନର୍ବାର ପୋଷାକ ବିତରଣ କରିବାକୁ ନିର୍ଦ୍ଦେଶ ଦେଇ ରଣପୁର ଅଞ୍ଚଳରେ ହୀନ ଉଦ୍ଦ୍ୟମ କରିଥିବାରୁ ଏହାକୁ ତୁରନ୍ତ ବାତିଲ୍ କରିବାକୁ ଗତ ୫ ଅଗଷ୍ଟ ରେ ଶିଶୁ ଅଧିକାରୀଣୀଙ୍କୁ ସଂଘ ତରଫରୁ ଲିଖିତ ଅଭିଯୋଗ କରାଯାଇଥିଲା। ଏଥିପ୍ରତି ପ୍ରଶାସନର ନିଷ୍କ୍ରିୟତା ଯୋଗୁଁ ଆଜି ଏହାର ପ୍ରତିବାଦ କରି ଅଙ୍ଗନବାଡି କର୍ମୀମାନେ ଗଣ ଧାରଣା ଦେବାକୁ ବାଧ୍ୟ ହୋଇଥିଲେ ବୋଲି ସଂଗଠନ ତରଫରୁ କୁହାଯାଇଛି। ପୂର୍ବପରି ଅଙ୍ଗନବାଡି କେନ୍ଦ୍ରଗୁଡ଼ିକରେ ଅଶାନ୍ତ ନ ହେବା ପାଇଁ SHG ଜରିଆରେ ପୋଷାକ ବିତରଣ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି। ଅଙ୍ଗନବାଡି କର୍ମୀ ଶିଶୁମାନଙ୍କର ମା’ ଭଳି ସବୁ କାର୍ଯ୍ୟ କରୁଥିବାରୁ ଓ ପ୍ରତି କାର୍ଯ୍ୟ ପାଇଁ ସେ ଦାୟୀ ଥିବାରୁ ଉନ୍ନତମାନର ସୁଷମ ପୋଷାକ ବିତରଣ ଓ ଶୃଙ୍ଖଳା ପରିଚଳନା ପାଇଁ ଅଙ୍ଗନବାଡି କର୍ମୀଙ୍କୁ ଦାୟିତ୍ଵ ଦେବାକୁ ସଂଗଠନ ତରଫରୁ ଦାବି କରାଯାଇଛି। ଏହି କ୍ଷେତ୍ରରେ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ତୁରନ୍ତ ହସ୍ତକ୍ଷେପ ପାଇଁ ଏକ ଦାବିପତ୍ର ପ୍ରତିନିଧି ମଣ୍ଡଳୀ ଜରିଆରେ ଦେଉଥିଲା ବେଳେ ରଣପୁର ସିଡିପିଓ ,ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ନୟାଗଡ଼ ସହ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କଲେ ଭବିଷ୍ୟତ ରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଗଠନ ତରଫରୁ ଚେତାବନୀ ଦିଆଯାଇଛି । ରଣପୁର ବ୍ଳକ ଅଙ୍ଗନବାଡ଼ି ସଂଘ ତରଫରୁ ସଙ୍ଗଠିତ ନ୍ୟାୟୋଚିତ ଆନ୍ଦୋଳନକୁ ସିଟୁର ରାଜ୍ୟ ସମ୍ପାଦକ ସୁରେଶ ସ୍ଵାଇଁ ସମର୍ଥନ କରିଥିଲାବେଳେ ଅଙ୍ଗନବାଡି କର୍ମୀ ରମ୍ଭାବତୀ ପ୍ରଧାନ, ପୁଷ୍ପାଞ୍ଜଳି ସାହୁ, ରାଜଲକ୍ଷ୍ମୀ ସାମନ୍ତରାୟ, ମିନତି ଦେଇ, ସୁଜାତା ସେନାପତି, ମାନସୀ ଭଞ୍ଜ, ତିଳୋତ୍ତମା ପ୍ରତିହାରୀ, ଗୀତାଞ୍ଜଳି ରାଉତ, ମମତା ମଞ୍ଜରି ଦେଈ ଓ ବୀଣାପାଣି ନାୟକ ପ୍ରମ୍ମୁଖ ନେତୃତ୍ୱ ନେଇଥିଲେ।

Post Views: 31
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In