• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଆଇଆଇଟି ମାଡ୍ରାସ୍‌

by Voice of Victims
August 12, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଆଇଆଇଟି ମାଡ୍ରାସ୍‌

ଭୁବନେଶ୍ୱର : ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ପୁଣି ଥରେ ଆଇଆଇଟି ମାଡ୍ରାସ ବିବେଚିତ ହୋଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୋମବାର ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱର୍କ(ଏନଆଇଆର୍‌ଏଫ୍‌)-୨୦୨୪ ଘୋଷଣା କରାଯାଇଛି। ଉଭୟ ସାମଗ୍ରିକ(ଓଭରଅଲ୍‌) ଏବଂ ଇଞ୍ଜିନିୟରିଂ ବର୍ଗରେ ଆଇଆଇଟି ମାଡ୍ରାସ ୧ ନମ୍ବରରେ ରହିଛି। ଆଇଆଇଟି ମାଡ୍ରାସ କ୍ରମାଗତ ଭାବେ ଷଷ୍ଠ ଥର ପାଇଁ ସାମଗ୍ରିକ ଏବଂ ଅଷ୍ଟମ ଥର ପାଇଁ ଇଞ୍ଜିନିୟରିଂ କ୍ଷେତ୍ରରେ ଏନଆଇଆର୍‌ଏଫ୍ ମାନ୍ୟତାରେ ଶୀର୍ଷରେ ରହିଛି। ଦ୍ୱିତୀୟ ସ୍ଥାନରେ ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ, ତୃତୀୟ ସ୍ଥାନରେ ଆଇଆଇଟି ବମ୍ବେ, ଚତୁର୍ଥ ସ୍ଥାନରେ ଆଇଆଇଟି ଦିଲ୍ଲୀ ରହିଛି। ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଦଶମ ସ୍ଥାନରେ ରହିଛି। ତେବେ ଶ୍ରେଷ୍ଠ ୧୦୦ ସାମଗ୍ରିକ ବର୍ଗରେ ଓଡ଼ିଶାର କୌଣସି ସରକାରୀ ଶିକ୍ଷାନୁଷ୍ଠାନ ସ୍ଥାନ ପାଇ ନ ଥିବା ଦେଖାଯାଇଛି। ଏହି ବର୍ଗରେ ଓଡ଼ିଶାର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ୨୪ତମ ସ୍ଥାନରେ ଥିବା ବେଳେ କିଟ୍ ବିଶ୍ୱବିଦ୍ୟାଳୟ ୨୮ତମ ଓ ଏନ୍‌ଆଇଟି ରାଉରକେଲା ୩୪ତମ ସ୍ଥାନରେ ରହିଛି। ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ବର୍ଗରେ ବେଙ୍ଗାଲୁରୁର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ସାଇନ୍ସ ୧ ନମ୍ବରରେ ଥିବା ବେଳେ ଜେଏନୟୁ ଦ୍ୱିତୀୟ ନମ୍ବରରେ ରହିଛି। ବିଶ୍ୱବିଦ୍ୟାଳୟ ବର୍ଗର ୩ୟ ସ୍ଥାନରେ କ୍ରମାଗତ ତୃତୀୟ ଥର ପାଇଁ ଜାମିଆ ମିଲିଆ ଇସଲାମିଆ ରହିଛି। ବିଶ୍ୱବିଦ୍ୟାଳୟ ବର୍ଗରେ ବି ଶ୍ରେଷ୍ଠ ୧୦୦ ଭିତରେ ଓଡ଼ିଶାର କୌଣସି ସରକାରୀ ଶିକ୍ଷାନୁଷ୍ଠାନ ସ୍ଥାନ ପାଇ ନାହିଁ। ଏଥିରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ୧୪ ଏବଂ କିଟ୍ ବିଶ୍ୱବିଦ୍ୟାଳୟ ୧୫ତମ ସ୍ଥାନରେ ରହିଛନ୍ତି। ତେବେ ଷ୍ଟେଟ୍ ପବ୍ଲିକ ୟୁନିଭରସିଟି କ୍ୟାଟାଗୋରୀରେ ଚେନ୍ନାଇ ସ୍ଥିତ ଆନ୍ନା ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନରେ ଥିବା ବେଳେ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟ ୪୨ତମ ସ୍ଥାନରେ ରହିଛି। ସେହିଭଳି ଦେଶର ଶ୍ରେଷ୍ଠ ୧୦୦ କଲେଜ ଭିତରେ ଓଡ଼ିଶାର ଗୋଟିଏ ବି କଲେଜ ସ୍ଥାନ ପାଇନାହିଁ। ଅନ୍ୟପଟେ ଗବେଷଣା ଶିକ୍ଷାନୁଷ୍ଠାନ ବର୍ଗରେ ବେଙ୍ଗାଲୁରୁର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ସାଇନ୍ସ ୧ ନମ୍ବରରେ ଥିବା ବେଳେ ଓଡ଼ିଶାର ଏନ୍‌ଆଇଟି ରାଉରକେଲା ୩୦, କିଟ୍ ୪୬, ଶିକ୍ଷା ଓ ଅନୁସନ୍ଧାନ ୫୦ତମ ସ୍ଥାନରେ ରହିଛନ୍ତି। ଇଞ୍ଜିନିୟରିଂ ବର୍ଗରେ ଆଇଆଇଟି ମାଡ୍ରାସ ପ୍ରଥମରେ ଥିବା ବେଳେ ଓଡ଼ିଶାର ଏନ୍‌ଆଇଟି ରାଉରକେଲା ୧୯, ଶିକ୍ଷା ଓ ଅନୁସନ୍ଧାନ ୨୬, କିଟ୍ ୩୭, ଆଇଆଇଟି ଭୁବନେଶ୍ୱର ୫୪ ଏବଂ ସି.ଭି. ରମଣ ଗ୍ଲୋବାଲ ବିଶବ୍ୱିଦ୍ୟାଳୟ ୯୬ତମ ସ୍ଥାନରେ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ବର୍ଗରେ ପ୍ରଥମଥର ପାଇଁ ଶ୍ରେଷ୍ଠ ୧୦ ଶିକ୍ଷାନୁଷ୍ଠାନ ଭିତରେ ଆଇଆଇଟି ବାରାଣସୀ ସ୍ଥାନ ପାଇଛି। ଏହି ଶିକ୍ଷାନୁଷ୍ଠାନ ଇଞ୍ଜିନିୟରିଂ ବର୍ଗ ରାଙ୍କିଙ୍ଗର ୧୦ ନମ୍ବର ସ୍ଥାନରେ ରହିଛି। ସେହିପରି ଶ୍ରେଷ୍ଠ ୧୦୦ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ଭିତରେ ଓଡ଼ିଶାର ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟ ୪୩ତମ ସ୍ଥାନରେ ଥିବା ବେଳେ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେ ସମ୍ବଲପୁର ୫୦, ଭୁବନେଶ୍ୱରର ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍ ୬୧, ଶିକ୍ଷା ଓ ଅନୁସନ୍ଧାନ ୬୨ ଏବଂ କିଟ୍ ୬୭ତମ ସ୍ଥାନରେ ରହିଛି। ସେପଟେ ଫାର୍ମାମୀ ଶିକ୍ଷାନୁଷ୍ଠାନ ବର୍ଗରେ ଶ୍ରେଷ୍ଠ ୧୦ ଭିତରେ ଓଡ଼ିଶାର କୌଣସି ଶିକ୍ଷାନୁଷ୍ଠାନ ସ୍ଥାନ ପାଇ ନ ଥିବା ଦେଖାଯାଇଛି। ତେବେ ଶ୍ରେଷ୍ଠ ୧୦ ଆର୍କିଟେକ୍‌ଚର ଆଣ୍ଡ ପ୍ଲାନିଙ୍ଗ ଶିକ୍ଷାନୁଷ୍ଠାନ ଭିତରେ ଏନ୍‌ଆଇଟି ରାଉରକେଲା ନବମ ସ୍ଥାନରେ ରହିଛି। ଏହାର ଶ୍ରେଷ୍ଟ ୪୦ ଶିକ୍ଷାନୁଷ୍ଠାନ ତାଲିକା ପ୍ରକାଶ ପାଇଛି। କିନ୍ତୁ ଏଥିରେ ଓଡ଼ିଶାର ଆଉ କୌଣସି ଶିକ୍ଷାନୁଷ୍ଠାନ ସ୍ଥାନ ପାଇନାହିଁ। ଆଇନ ଶିକ୍ଷାନୁଷ୍ଠାନ ଭିତରେ ଓଡ଼ିଶାର ଶିକ୍ଷା ଓ ଅନୁସନ୍ଧାନ ନବମ ସ୍ଥାନରେ ଥିବା ବେଳେ କିଟ୍ ୧୧, କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ୨୬ତମ ସ୍ଥାନରେ ରହିଛନ୍ତି। ସେହିଭଳି ଶ୍ରେଷ୍ଠ ୫୦ ଡାକ୍ତରୀ କଲେଜ ଭିତରେ ଏମ୍‌ସ ଦିଲ୍ଲୀ ପ୍ରଥମ ସ୍ଥାନରେ ଥିବା ବେଳେ ଓଡ଼ିଶାର ଏମ୍‌ସ ଭୁବନେଶ୍ୱର ୧୫, ଶିକ୍ଷା ଓ ଅନୁସନ୍ଧାନ ୨୧, କିଟ୍ ୨୫ତମ ସ୍ଥାନରେ ରହିଛି। ସେହିଭଳି ଶ୍ରେଷ୍ଠ ୪୦ ଡେଣ୍ଟାଲ ଇନ୍‌ଷ୍ଟିଚ୍ୟୁଟ୍ ଭିତରେ ଓଡ଼ିଶାର ଶିକ୍ଷା ଓ ଅନୁସନ୍ଧାନ ନବମ ସ୍ଥାନରେ ଥିବା ବେଳେ କିଟ୍ ୨୨ତମ ସ୍ଥାନରେ ରହିଛି। ଏଗ୍ରିକଲ୍‌ଚର ଆଣ୍ଡ ଆଲାଏଡ୍ ସେକ୍ଟର ବର୍ଗରେ ଶ୍ରେଷ୍ଠ ୪୦ ଶିକ୍ଷାନୁଷ୍ଠାନ ଭିତରେ ଓଡ଼ିଶାର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ୧୫ତମ ସ୍ଥାନ ହାସଲ କରିଛି। ଏହି ସଂସ୍କରଣରେ ୩ଟି ନୂଆ ବର୍ଗ ମୁକ୍ତ ବିଶ୍ୱବିଦ୍ୟାଳୟ, ଦକ୍ଷତା ବିଶ୍ୱବିଦ୍ୟାଳୟ ଓ ସରକାରୀ ଅନୁଦାନ ବିଶ୍ୱବିଦ୍ୟାଳୟକୁ ସାମିଲ କରାଯାଇଛି।

Post Views: 28
Share198Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In