• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କ୍ଷମା ମାଗିଲେ ଅଜିତ ପାଓ୍ବାର

by Voice of Victims
August 13, 2024
in ଦେଶ ବିଦେଶ, ମୁଖ୍ୟ ଖବର
କ୍ଷମା ମାଗିଲେ ଅଜିତ ପାଓ୍ବାର

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏକ ଜନ ସମ୍ମାନ ଯାତ୍ରାରେ ସର୍ବସମ୍ମୁଖରେ ଭୁଲ୍‌ ମାଗିଛନ୍ତି। ସଭାରେ ସେ କହିଛନ୍ତି, ମୋର ଭୁଲ୍‌ ହୋଇଯାଇଛି। ମୋର ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ ଥିଲା। ଡେପୁଟି ସିଏମ ଅଜିତ ପାୱାର ବର୍ତ୍ତମାନ ରାଜ୍ୟରେ ଜନ ସମ୍ମାନ ଯାତ୍ରା କରୁଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ଲୋକ ସଭା ନିର୍ବାଚନରେ ସେ ଏକ ବଡ ଭୁଲ କରିଛନ୍ତି ଏବଂ ବର୍ତ୍ତମାନ ଏହାକୁ ନେଇ ଅନୁତାପ କରୁଛନ୍ତି। ଅଜିତ ପାୱାର କହିଛନ୍ତି ଯେ, ଲୋକ ସଭା ନିର୍ବାଚନରେ ସେ ତାଙ୍କ ସ୍ତ୍ରୀ ସୁନିତ୍ରା ପାଓ୍ବାରଙ୍କୁ ମଇଦାନରେ ଓହ୍ଲାଇ ବଡ଼ ଭୁଲ କରିଦେଇଛନ୍ତି। ଭଉଣୀ ସୁପ୍ରିୟା ସୁଲେଙ୍କ ବିପକ୍ଷରେ ତାଙ୍କୁ ଟିକେଟ୍‌ ଦେବା ବଡ଼ ଭୁଲ। ପ୍ରକାଶ ଯେ, ଦେଶରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ଅଜିତ ପାୱାରଙ୍କ ସ୍ତ୍ରୀ ସୁନିତ୍ରା ପାୱାର ବାରମତୀ ଆସନରୁ ସୁପ୍ରିୟା ସୁଲେଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଯେଉଁଥିରେ ସୁନିତ୍ରା ପାଓ୍ବାରଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଶରଦ ପାୱାରଙ୍କ ଦଳ ଜାତୀୟତାବାଦୀ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱାରଙ୍କ ଝିଅ ତଥା ଏମପି ସୁପ୍ରିୟା ସୁଲେ ଗତ ତିନିଥର ସମାନ ଆସନରୁ ଏମପି ଅଛନ୍ତି। ତେବେ ସୁପ୍ରିୟା ସୁଲେଙ୍କ ଠାରୁ ହାରିବା ପରେ ସୁନେତ୍ରା ପରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି। ଗତ ବର୍ଷ ଜୁଲାଇରେ ଅଜିତ ପାୱାର ଏବଂ ଶରଦ ପାୱାରଙ୍କ ମଧ୍ୟରେ ମତଭେଦ ହୋଇଥିଲା, ଯାହା ପରେ ଦଳ ଦୁଇଭାଗ ହୋଇ ଯାଇଥିଲା। ଅଜିତ ପାୱାର ତାଙ୍କ ବିଧାୟକଙ୍କ ସହ ଭାଜପା ମେଣ୍ଟରେ ଯୋଗ ଦେଇଥିଲେ।

Post Views: 29
Share198Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In