ସତ୍ୟବାଦୀ (ଦୁର୍ଗେଶ ପ୍ରସାଦ ମିଶ୍ର): ସତ୍ୟବାଦୀ ରେ ଟାଟାପାଓ୍ବାର ଦ୍ବାରା ପରିଚାଳିତ ବିଦ୍ୟୁତ୍ ବିଭାଗର ଅଘୋଷିତ ଓ ମନଇଚ୍ଛା ବିଦ୍ୟୁତ କାଟ ବିରୁଦ୍ଧରେ ପ୍ରବଳ ଜନ ଅସନ୍ତୋଷ ଦେଖିବାକୁ ମିଳୁଛି। ଗତ କାଲି ରାତି ପ୍ରାୟ ୧୧ଟା ସମୟରେ ହଠାତ୍ ପାଓ୍ବାରକଟ୍ ହୋଇଥିଲା ସାରା ସତ୍ୟବାଦୀ ବ୍ଲକରେ ଦୀର୍ଘ ସମୟ ଧରି କରେଣ୍ଟ ନଆସିବାରୁ କିଛି ଲୋକ ଏହାର କାରଣ ଜାଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଭାଗ ଅଧିନରେ ଥିବା ଯନ୍ତ୍ରୀ ବା କର୍ମଚାରୀମାନେ କେହି ଫୋନ ଉଠାଇ ନଥିଲେ,ଏହା ଫଳରେ ସାକ୍ଷୀଗୋପାଳ ବଜାରର ଜୟପୁର, କାଞ୍ଜିଆ, ଅହମଦ ପୁର, କାଦୁଆ ଓ ଅନ୍ୟ ନିକଟସ୍ଥ ଗ୍ରାମ ମାନଙ୍କରୁ ଲୋକ ମାନେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟକୁ ଘେରାଉ କରିଥିଲେ ମଧ୍ୟ ସେଠାରେ କେବଳ ଜଣେ ଦୁଇଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଛାଡିଦେଲେ ଆଉ କେହି ଉପସ୍ଥିତ ନଥିଲେ। ଏହା ଲୋକ ମାନଙ୍କ ଦୋଷକୁ ବହୁଗୁଣିତ କରିଥିଲା ଏବଂ ଲୋକମାନେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ସତ୍ୟବାଦୀ ଥାନା ଅଧିକାରୀ ଶ୍ରୀ ଉମେଶ ଚନ୍ଦ୍ର ସାହୁ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣା ସମ୍ପର୍କରେବିଭାଗ ସହ ଯୋଗାଯୋଗ କରିଥିଲେ। ପରେ ରାତି ପ୍ରାୟ ତିନିଟା ସମୟରେ କରେଣ୍ଟ ଆସିଥିଲା। ଶେଷ ଖବର ଲେଖିବା ପୂର୍ବରୁ ଯାହା ଖବର ମିଳିଛି, ଲୋକମାନେ ଏସ୍ଡିଓଙ୍କ ବିରୁଦ୍ଧରେ ଥାନାରେ ଏତାଲା ଦେଇଛନ୍ତି।
