ପୁରୀ (ଭିଓଭି): ତାଳ ବଣିଆ ଥାନା ନିକଟ ବିନୋବା ନଗରରେ “ଆଚାର୍ଯ୍ୟ ବିନୋବା ଭାବେ ଯୁବକସଂଘ”, ବିନୋବା ନଗର ଅଙ୍ଗନବାଡି କେନ୍ଦ୍ର ଏବଂ ବିନୋବା ନଗର ମହିଳା ସମିତି ଆନୁକୁଲ୍ୟରେ ୭୮ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏଥିରେ ପୁରୀ ମ୍ୟୁନିସିପାଲିଟି ୩୧ ନମ୍ବର ୱାର୍ଡ କାଉନସିଲର ସତ୍ୟଭାମା ସାହୁ ମୁଖ୍ୟ ଅତିଥ ଭାବେ ଯୋଗ ଦେଇ ପତାକା ଉତୋଳନ କରିଥିଲେ। ପୂର୍ବ ଦିନରୁ ସଂଘର ସଦସ୍ୟ ମାନେ ସମଗ୍ର ବିନୋବା ନଗର ଅଂଚଳକୁ ସଫେଇ କରି ବ୍ଲିଚିଂ ପାଉଡର ପକାଇ ପରିଷ୍କାର ପରିଚ୍ଛନ୍ନ କରିଥିଲେ। ପତାକା ଉତୋଳନ ପରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ବିନୋବା ନଗର ଥାନା ଭାରପ୍ରାପ୍ତ ଅଧିକାରୀ ଭୁବନାନନ୍ଦ ମହାରଣା ସମ୍ମାନୀୟ ଅତିଥିଭାବେ ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଅନ୍ୟତମ ସମ୍ମାନୀୟ ଅତିଥିଭାବେ ଡା. ଋଶ୍ମି ରଂଜନ ମହାରଥା ଯୋଗ ଦେଇଥିଲେ। ଅତିଥିମାନେ ବକ୍ତୃତା ପ୍ରସଙ୍ଗରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ମହାନ ବ୍ୟକ୍ତିତ୍ୱ ମାନଙ୍କର ବୀରତ୍ୱ ବଖାଣିବା ସହିତ ସାଂପ୍ରତିକ ପରିସ୍ଥିତିରେ ଜୀବନ ରକ୍ଷା ପାଇଁ ବୃକ୍ଷ ରୋପଣର ଗୁରୁତ୍ୱ ଆଲୋଚନା କରିଥିଲେ। ଏବର୍ଷ ସ୍ୱାଧୀନତା ଦିବସ ର ବାର୍ତା “ବୃକ୍ଷ ହିଁ ଜୀବନ” ବୋଲି ସଂଗଠନର ସଭାପତି ଘୋଷଣା କରିଥିଲେ। ମହିଳା ସମିତି ସଭାନେତ୍ରୀ ସତ୍ୟଭାମା ବାରିକ, ଆଚାର୍ଯ୍ୟ ବିନୋବା ଭାବେ ଯୁବକ ସଂଘର ସଭାପତି ଗୋପାଳକୃଷ୍ଣ ପଣ୍ଡା, ସଂପାଦକ ଜିତେନ୍ଦ୍ର ମହାପାତ୍ର ଏବଂ ବିନୋବା ନଗରର ଯୁବ ସଂଗଠକ ଶ୍ୟାମା ପ୍ରସାଦ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ରବିନ୍ଦ୍ର ସେନାପତି, ଜଗନ୍ନାଥ ମହାରଣା ସମେତ ସଂଗଠନର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

