ଅଢ଼ଙ୍ଗଗଡ଼: ପୂର୍ବବର୍ଷ ଭଳି ଏଥର ସ୍ୱାଧୀନତା ଦିବସ ଅବସରରେ ଅଢ଼ଙ୍ଗଗଡ଼ ନିବାସୀ ସ୍ୱର୍ଗତ ସୁଶୀଲ କୁମାର ରାୟଙ୍କ ସ୍ମୃତିରେ ‘ସୁଶୀଲ ସ୍ମାରକୀ ଆୱାର୍ଡ’ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଅଢ଼ଙ୍ଗଗଡ଼ ଉଚ୍ଚବାଳିକା ବିଦ୍ୟାଳୟରେ ସର୍ବାଧିକ ନମ୍ବର ରଖି ଥିବା ଛାତ୍ରୀ ସୁଶ୍ରୀ ଈଶ୍ୱରୀ ପ୍ରିୟଦର୍ଶିନୀ ଜେନାଙ୍କୁ ପ୍ରଦାନ କରାଯାଇଥିଲା। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାର୍ଥୀଙ୍କ ଗହଣରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ନବକିଶୋର ପରିଜା ମେଧାବୀ ଛାତ୍ରୀଙ୍କୁ ଏହି ଆୱାର୍ଡରେ ସମ୍ମାନିତ କରିବା ସହ ତାଙ୍କର ଦିଗନ୍ତବିସ୍ତାରୀ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
