ଅଢ଼ଙ୍ଗଗଡ଼: ପୂର୍ବ ବର୍ଷ ପରି ଏଥର ସ୍ୱାଧୀନତା ଦିବସ ଅବସରରେ ଅଢ଼ଙ୍ଗଗଡ଼ ନିବାସୀ ସ୍ୱର୍ଗତ ସୁଶୀଲ କୁମାର ରାୟଙ୍କ ସ୍ମୃତିରେ ‘ସୁଶୀଲ ସ୍ମାରକୀ ଆୱାର୍ଡ’ ଚଳିତବର୍ଷ ସର୍ବାଧିକ ନମ୍ବର ରଖିଥିବା ଅଢ଼ଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶେଷବର୍ଷର ଛାତ୍ରୀ ସୁଶ୍ରୀ ଆଫ୍ରିନ୍ ପରୱିନଙ୍କୁ ପ୍ରଦାନ କରାଯାଇଥିଲା। ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସୌମ୍ୟଶ୍ରୀ ରାୟଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ସନ୍ତୋଷ କୁମାର ରାୟ ମେଧାବୀ ଛାତ୍ରୀଙ୍କୁ ଟ୍ରଫି ପ୍ରଦାନ ପୂର୍ବକ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ।
