• About Us
  • Contact Us
Saturday, March 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବିଜ୍ଞପ୍ତି ପ୍ରକାଶ: ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ଜେଲ

by Voice of Victims
August 17, 2024
in ଦେଶ ବିଦେଶ, ମୁଖ୍ୟ ଖବର
ବିଜ୍ଞପ୍ତି ପ୍ରକାଶ: ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ଜେଲ

ନୂଆଦିଲ୍ଲୀ:ଯଦି ସରକାରୀ ଡାକ୍ତରଖାନାର ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀଙ୍କୁ କେହି ଶାରୀରିକ ଆଘାତ ଦେବାକୁ ଚେଷ୍ଟା କରେ କି ଆଘାତ ଦିଏ, ସେ କ୍ଷେତ୍ରରେ ଆକ୍ରମଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବ ପୁଲିସ।  କେନ୍ଦ୍ର ସ୍ୱାସ୍ଥ୍ୟ କଲ୍ୟାଣ ମନ୍ତ୍ରାଳୟ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଅନୁଯାୟୀ, ଦେଶରେ ଥିବା ସରକାରୀ ଡାକ୍ତରଖାନା ଗୁଡିକରେ ଦିନକୁ ଦିନ କାର୍ୟ୍ୟରତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଛି। ସେମାନଙ୍କ ଉପରେ ହେଉଥିବା ଆକ୍ରମଣ ଯୋଗୁ ସେମାନେ ମଧ୍ୟ ଆହତ ହେଉଛନ୍ତି। ଅନେକ ସମୟରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ ପାଟିତୁଣ୍ଡ କରିବା ଠାରୁ ଆରମ୍ଭ କରି ମାଡପିଟ ଓ ଗଣ୍ଡଗୋଳ ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି ଏଣିକି କାର୍ୟ୍ୟ କ୍ଷେତ୍ରରେ ଏଭଳି ପରିସ୍ଥିତି ଉପୁଜିଲେ, ସମ୍ପୃକ୍ତ ହସ୍ପିଟାଲର ମୁଖ୍ୟ ୬ ଘଣ୍ଟା ମଧ୍ୟରେ ନିକଟସ୍ଥ ପୁଲିସ ଷ୍ଟେସନରେ ଏତଲା ଦାୟର କରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ କିମ୍ବା ନିର୍ଦ୍ଦେଶକ, ସମସ୍ତ ଏମସ ଏବଂ କେନ୍ଦ୍ର ସରକାରଙ୍କ ଅଧିନସ୍ତ ସମସ୍ତ ହସ୍ପିଟାଲ ଓ ପ୍ରତିଷ୍ଠାନକୁ ଅବଗତ କରାଯାଇଛି।

Post Views: 26
Share198Tweet124Send
Voice of Victims

Voice of Victims

Recent Posts

  • ବାୟୁସେନାର ସୁଖୋଇ-୩୦ ବିମାନ କ୍ରାସ୍, ୨ ପାଇଲଟଙ୍କ ମୃତ୍ୟୁ
  • ବାଟବଣା କଲା ଅନଲାଇନ ମ୍ୟାପ: ପଶିଗଲା ଟ୍ରଲର, ଚୁରମାର ହୋଇଗଲା ଘର
  • ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସରେ ରେଳଯାତ୍ରୀ ମୃତ, କାରଣ ଅସ୍ପଷ୍ଟ
  • CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ଅମିତ ଶାହ, କହିଲେ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲ ମୁକ୍ତ ଲକ୍ଷ୍ୟ
  • କଲେଜ ଛାତ୍ରୀଙ୍କୁ ମରଣତ୍ମକ ଆକ୍ରମଣ, ପରୀକ୍ଷା ଦେବାକୁ ଯାଉଥିବା ସମୟରେ ବ୍ଲେଡରେ ଆକ୍ରମଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In