• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସୂଚନା ଅଧିକାର କର୍ମୀଙ୍କୁ ବ୍ଲକ୍ ପରିସରରେ ମରଣାନ୍ତକ ଆକ୍ରମଣ

by Voice of Victims
August 17, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସୂଚନା ଅଧିକାର କର୍ମୀଙ୍କୁ ବ୍ଲକ୍ ପରିସରରେ ମରଣାନ୍ତକ ଆକ୍ରମଣ

ଗୋପ(ଭିଓଭି): ପଂଚାୟତରେ ହୋଇଥିବା ବିଭିନ୍ନ ଆର୍ôଥକ ଦୁର୍ନୀତି ସଂପର୍କରେ ସୂଚନା ନେବାକୁ ଆସିଥିବା ସୂଚନା ଅଧିକାର କର୍ମୀଙ୍କୁ ବ୍ଲକ୍ ପରିସରରେ ସରପଂଚଙ୍କ ସ୍ୱାମୀ ଏବଂ ଦେଢ଼ଶୁର ମାଡ ମାରି ଲହୁ ଲୁହାଣ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଗୋପ ବ୍ଲକ୍ ବଡ଼ଗାଁ ପଂଚାୟତରେ ବ୍ୟାପକ ଆର୍ôଥକ ଦୁର୍ନୀତିର ପର୍ଦାଫାସ୍ କରିବାକୁ ଭୂଆଁ ଗ୍ରାମର ପୂର୍ବତନ ୱାର୍ଡମେମ୍ବର ତଥା ବର୍ତମାନ ବଡଗାଁ ପଂଚାୟତ ବିଜେପି ସଭାପତି ସୁଦାମ ଚରଣ ସାହୁ ଗତ କିଛିଦିନ ତଳେ ସୂଚନା ଅଧିକାର ବଳରେ କିଛି ତଥ୍ୟ ମାଗିଥିଲେ। ସେଥିପାଇଁ ବଡଗାଁ ପଂଚାୟତର ସରପଂଚ ଶୁଭଦ୍ରା ପ୍ରଧାନଙ୍କ ସ୍ୱାମୀ ହର୍ଷବର୍ଦ୍ଧନ ପାଇକରାୟ ଏବଂ ଦେଢ଼ଶୁର ମେରୁନୁ ପାଇକରାୟ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଗତକାଲି ବଡଗାଁ ପଂଚାୟତ ସମ୍ପର୍କିତ ଏକ ଆର ଟି ଆଇ ତଥ୍ୟ ପାଇଁ ସୁଦାମ ସାହୁ ଏବଂ ଶ୍ରୀଧର ସାମନ୍ତରାୟଙ୍କୁ ଗୋପ ବ୍ଲକ୍ ବିଡିଓ ଛବିରାଣୀ ସାହୁ ବ୍ଲକ୍ କୁ ଡକାଇଥିବା ବେଳେ ହର୍ଷବର୍ଦ୍ଧନ ଏବଂ ମେରୁନୁ ସେଠାରେ ପହଁଚି ବ୍ଲକ ପରିସର ମଧ୍ୟରେ ସୁଦାମ ସାହୁଙ୍କୁ ମାଡ ମାରି ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ଲହୁ ଲୁହାଣ କରିଛନ୍ତି। ପାଟିତୁଣ୍ଡ ଶୁଣି ସେଠାରେ ଅନ୍ୟ ଲୋକମାନେ ପହଁଚି ଯିବାରୁ ଆକ୍ରମଣକାରୀ ଦୁଇଜଣ ସେଠାରୁ ଖସି ପଳାଇଥିଲେ। ଘଟଣା ପରେ ସୁଦାମ ଗୋପ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହୋଇ ଗତକାଲି ସନ୍ଧ୍ୟାରେ ଗୋପ ଥାନାରେ ଏତଲା ଦେଇଥିଲେ ମଧ୍ୟ ଆଜି ଖବର ଲେଖା ହେବା ପର୍ଯ୍ୟନ୍ତ ଥାନା ତରଫରୁ କୌଣସି ପଦକ୍ଷେପ ନିଆଯାଇ ଥିବାର ଜଣାପଡି ନାହିଁ। ଟେଲିଫୋନ ଯୋଗେ ଥାନା ସହ ଯୋଗାଯୋଗ କରାଯିବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ସମ୍ଭବ ହୋଇନାହିଁ। ଖବର ନେବାରେ ଜଣା ଯାଇଛି ଯେ, ସୁଦାମ ସାହୁ ସୂଚନା ଅଧିକାର ବଳରେ ବଡଗାଁ ପଂଚାୟତ ରେ ହୋଇଥିବା ଆର୍ଥିକ ଅନିୟମିତତା ସଂପର୍କିତ କିଛି ତଥ୍ୟ ଜାଣିବାକୁ ଚାହିଁଥିଲେ। କୌଣସି ଚାପର ବଶବର୍ତି ହୋଇ ଗୋପ ବ୍ଲକ ସୂଚନା ଅଧିକାରୀ ଏବଂ ବଡଗାଁ ପଂଚାୟତ ସୂଚନା ଅଧିକାରୀ ଜାଣିଶୁଣି ଏହି ତଥ୍ୟ ତାଙ୍କୁ ପ୍ରଦାନ କରି ନଥିଲେ। ତେଣୁ ମାନ୍ୟବର ଓଡିଶା ସୂଚନା କମିଶନ ଏହି ମାମଲାର ବିଚାର କରି ସୂଚନା ଅଧିକାରୀ ଦୁଇ ଜଣଙ୍କୁ କୋଡିଏ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଥିଲେ। ସେଥିପାଇଁ ବଡଗାଁ ପଂଚାୟତ ସରପଂଚ ଶୁଭଦ୍ରା ପ୍ରଧାନଙ୍କ ସ୍ୱାମୀ ହର୍ଷବର୍ଦ୍ଧନ ପାଇକରାୟ ଏବଂ ଦେଢ଼ଶୁର ମେରୁନୁ ପାଇକରାୟ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇ ଆସୁଥିଲେ। ସୁଦାମ ସାହୁ ବର୍ତମାନ ବଡଗାଁ ପଂଚାୟତ ବିଜେପି କ଼ମିଟି ସଭାପତି ଅଛନ୍ତି।

Post Views: 47
Share204Tweet128Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In