ପୁରୀ/ ସତ୍ୟବାଦୀ (ଭିଓଭି): ଗହ୍ମା ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ କାଳିଆ ବଳିଆ ପିନ୍ଧିଛନ୍ତି ରାଖି । ଭଉଣୀ ସୁଭଦ୍ରା ଦେବୀ ପିନ୍ଧାଇଛନ୍ତି ଦୁଇ ଭାଇଙ୍କୁ ରାଖି । ଚିତାଲାଗି ଅମାବାସ୍ୟା ପରଠୁ ଦୋଳମଣ୍ଡପ ସାହି ସ୍ଥିତ ପାଟରା ବିଷୋୟୀ ସେବକ ସନ୍ତୋଷ ପାତ୍ର ଓ ତାଙ୍କ ପୁତ୍ର ପ୍ରଶାନ୍ତ କୁମାର ପାତ୍ର ରାଖି ପ୍ରସ୍ତୁତିରେ ନିମଗ୍ନ ଥିଲେ। ଶ୍ରୀ ଜଗନ୍ନାଥ ମହାପ୍ରଭୁ ଦୁଇଟି ଓ ବଡଭାଇ ଶ୍ରୀବଳଭଦ୍ର ଦୁଇଟି ଲେଖାଏଁ ରାଖି ପିନ୍ଧିଲେ। ହାତରେ ଦୂଇଟି ଗୁଆମାଳ ପରିଧାନ କଲେ। ବାସୁଙ୍ଗା ପାଟରେ ପ୍ରାକୃତିକ ରଙ୍ଗ ହଳଦିଆ,ନେଳି,ଓ ବାଇଗଣି ରଙ୍ଗରେ ରଙ୍ଗିନ କରିବା ପରେ ମାପ ଅନୁଯାଇ ଗୋଲେଇ କରାଯାଇଥିଲା। କାଠ ପାନିଆରେ ସାଇଜ କରି ପାଞ୍ଚ ଥାକିଆ ଗୋଲେଇ କରାଯାଇଥିଲା। ୫୪ଟି ଲେଖାଏଁ ଗୁଆରେ ୪ଟି ଗୁଆମାଳ ପ୍ରସ୍ତୁତ ହୋଇଛି । ମହାପ୍ରଭୁ ରାଖି ପରିଧାନ କରି ପୂର୍ଣ୍ଣିମାରେ ଭକ୍ତଙ୍କୁ ଦର୍ଶନ ଦେବେ । ମହାପ୍ରଭୁଙ୍କ ସେବାରେ ପବିତ୍ରତା ନିଷ୍ଠା ଓ ଶ୍ରଦ୍ଧାର ସହ ରାଖି ତିଆରି କରି ନିଜକୁ ଧନ୍ୟ ମନେ କରିଛନ୍ତି ।
