• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଓଡ଼ିଶା – ଓଡ଼ିଆ, ସାନ୍ତାଳି ଓ କୋଶଳୀ ଭାଷା

by Voice of Victims
December 3, 2023
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଓଡ଼ିଶା – ଓଡ଼ିଆ, ସାନ୍ତାଳି ଓ କୋଶଳୀ ଭାଷା

ତେଇଶି ବର୍ଷ ଶାସନ କରି ମଧ୍ୟ ଆମ ମୁଖ୍ୟମନ୍ତ୍ରୀ ମନରୁ ପଦେ ବି ଓଡ଼ିଆ କୁହନ୍ତି ନାହିଁ । ଓଡ଼ିଆ ନକହିବାର କାରଣ ସେ ଓଡ଼ିଶାର ସାଧାରଣ ଲୋକଙ୍କ ସହ ପ୍ରାୟ କଣ ଆଦୌ ମିଶନ୍ତି ନାହିଁ । ବିଧାନସଭାର ୧୪୭ ବିଧାୟକ ଭିନ୍ନ ଭିନ୍ନ ସ୍ଥାନରୁ ନିର୍ବାଚିତ ହୋଇ ଆସିଥିବାରୁ ଏବଂ ସାଧାରଣ ଜୀବନରେ ନିଜ ଅଞ୍ଚଳର ଲୋକଙ୍କ ସହିତ ମିଶୁଥିବାରୁ ଓଡ଼ିଆ ସହିତ ସ୍ଥାନୀୟ ଭାଷାରେ ମଧ୍ୟ ଦଖଲ ରଖିଛନ୍ତି । ତହିଁର ଏକ ଝଲକ ଗତ ସ୍ୱଳ୍ପ ଦିନର ବିଧାନସଭାରେ ଦେଖିବାକୁ ମିଳିଥିଲା । ଅଞ୍ଚଳ ପ୍ରେମ କି ଶସ୍ତା ରାଜନୀତି ବୁଝାପଡୁନି, କିନ୍ତୁ ନିଜର ରାଜନୈତିକ ଜୀବନର ସାୟାହ୍ନରେ ପହଞ୍ଚିସାରିଥିବା ନରସିଂହ ମିଶ୍ର ବିଧାନସଭାରେ କୋଶଳୀ ଭାଷାରେ ପ୍ରଶ୍ନ ପଚାରି କ’ଣ ପ୍ରତିପାଦିତ କରିବାକୁ ଚେଷ୍ଟା କଲେ ତାହା ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ । କିନ୍ତୁ ଆଗକୁ ନିଜର ଲମ୍ବା ରାଜନୈତିକ ଜୀବନ ରହିଥିବା ସତ୍ତ୍ୱେ ପୂର୍ବତନ ମନ୍ତ୍ରୀ ତଥା ଯୁବ ବିଧାୟକ ରୋହିତ ପୂଜାରୀ ଯେ କାହିଁକି କୋଶଳୀ ଭାଷାରେ ସୀମିତ ରହିବାକୁ ଚାହିଁଲେ ସେକଥା ବି ସେ ନିଜେ ଜାଣିଥିବେ । ଅନ୍ୟତମ ଆଶ୍ଚର୍ଯ୍ୟତମ କଥାଟି ହେଉଛି ଉପକୂଳ ଓଡ଼ିଶାର ଟାଣୁଆ ନେତା ଓ ମନ୍ତ୍ରୀ ପ୍ରତାପ ଦେବ କୋଶଳୀ ଭାଷାରେ ବିଧାନସଭାରେ ଉତ୍ତର ରଖିବା । ଅନୁବାଦକ ନାହାନ୍ତି କହି ବାଚସ୍ପତି ମହୋଦୟା ଯଦି ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ବାରଣ କରିନଥାନ୍ତେ ତେବେ ବିଧାନସଭା ରେ ସେଦିନ କୋଶଳୀ ସହିତ ସାନ୍ତାଳି ଭାଷାର ପ୍ରୟୋଗ ଜମିଥାନ୍ତା ।
“ଆପଣମାନେ ଖୁସି ତ? ମୁଁ ବି ବହୁତ ଖୁସି’ ଏଇ ଦୁଇପଦ ଓଡ଼ିଆ ବ୍ୟତୀତ ଆଉ କିଛି ଓଡ଼ିଆରେ ମନରୁ କହୁନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯଦି ଓଡ଼ିଶାବାସୀ ଏତେ ଭଲ ପାଉଛନ୍ତି, ତେବେ ଅଞ୍ଚଳ ଓ ଭାଷା ଭିତ୍ତିରେ ଓଡ଼ିଶାକୁ ଭାଗ କରିବାର କ’ଣ ଆବଶ୍ୟକତା ଥାଇପାରେ । ଅନ୍ୟପଟରେ ମୁଖ୍ୟମନ୍ତ୍ରୀଙ୍କଠୁ ବୟସରେ ବହୁତ ସାନ ଏବେକାର ଚର୍ଚ୍ଚିତ ଚେହେରା ଭି. କେ. ପାଣ୍ଡିୟାନ ବାବୁ ଭଲ ଓଡ଼ିଆ କୁହନ୍ତି । ସାଧାରଣ ଲୋକଙ୍କ ସହ ମିଶନ୍ତି ଓ ଅଭିଯୋଗ ଶୁଣି ସମାଧାନ କରିବାକୁ ଚେଷ୍ଟା ବି କରନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓଡ଼ିଆ ନ ହୋଇ ବି ଭଲ ଓଡ଼ିଆ କହିପାରନ୍ତି । ଉଭୟ ସାଧାରଣ ଲୋକଙ୍କ ମନକୁ ଜିତିବା ପାଇଁ ବିଭିନ୍ନ କୈାଶଳ ବି ଆପଣାଇଥାନ୍ତି । ଏଥିରେ ଅସ୍ୱାଭାବିକତା ବି ନାହିଁ । ଆମର ଜନପ୍ରିୟ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଜନ୍ମ ହୋଇ ଓଡ଼ିଆ କୁହନ୍ତି ନାହିଁ । ଭି. କେ. ପାଣ୍ଡିୟାନ ଓଡ଼ିଶାର ଜ୍ୱାଇଁ ଓ ଅପରାଜିତା ଷଡ଼ଙ୍ଗୀ ଓଡିଶାର ବୋହୂ ହୋଇ ମଧ୍ୟ ଓଡ଼ିଆ କୁହନ୍ତି । ତେଣୁ ଭାଷାଗତ ଦୃଷ୍ଟିରୁ ଦେଖିଲେ କିଏ ଅଣଓଡ଼ିଆ? ମୁଖ୍ୟମନ୍ତ୍ରୀ ନା ପାଣ୍ଡିୟାନ ନା ଅପରାଜିତା? ଆଜି ରାଜ୍ୟର ଅଧିକାଂଶ ସାମ୍ବାଦିକ ଓ ତଥାକଥିତ ବୁଦ୍ଧିଜୀବୀମାନେ ଜାତୀୟତାବାଦ ଚିନ୍ତାରେ ଉବୁଟୁବୁ ହେଉଛନ୍ତି । କେହି କାହାରିକୁ ଏଥିରୁ ବାରଣ ବି କରିପାରିବେନି । ଜାତୀୟତାବାଦ ପାଇଁ ହିଁ ମୁଖ୍ୟମନ୍ତ୍ରୀ ମନରୁ ଓଡ଼ିଆ ନ କହିବାକୁ କେହି ଧରୁ ନାହାନ୍ତି କି ବିରୋଧରେ କହୁନାହାନ୍ତି । ଯଦି ଅଣଓଡ଼ିଆମାନେ ଭଲ ଓ ସୁନ୍ଦର ଓଡିଆ କହି ଓଡିଶାବାସୀଙ୍କର ନେତୃତ୍ୱ ନେବାପାଇଁ ସମର୍ଥ ହୋଇପାରୁଛନ୍ତି ତେବେ ଆମେ ଓଡିଆମାନେ ଓଡ଼ିଆ ନକହି କୋଶଳୀ, ସାନ୍ତାଳି କିମ୍ବା ଆଦିବାସୀ ଭାଷା ଜାଣିଛୁ ବୋଲି ବାହାଦୁରି ଦେଖାଇ ବିଧାନସଭାରେ କହିବାର କ’ଣ ପ୍ରୟୋଜନ । ପ୍ରଥମେ ଓଡ଼ିଶା ତାପରେ ଆଉ ସବୁକିଛି । ଜୟ ଜଗନ୍ନାଥ ମହାପ୍ରଭୁ ।


କୈଳାସ ଚନ୍ଦ୍ର ଶତପଥୀ
ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ-୨

Post Views: 352
Tags: Odisha - Odia
Share207Tweet129Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In