• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

୧୦ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

by Voice of Victims
August 26, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
୧୦ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଜନ୍ମାଷ୍ଟମୀର ପବିତ୍ର ଅବସରରେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ବନମାଳିପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନୂତନ ଭବନ ଏବଂ ଛାତ୍ରୀନିବାସର ଉଦଘାଟନ ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ସଡ଼କପଥଭିତ୍ତିକ ୯୪.୮୩ କୋଟି ଟଙ୍କା ଅର୍ଥାତ୍ ପାଖାପାଖି ୧୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଆଠମଲ୍ଲିକ ବିଧାନସଭାକୁ ପାଖାପାଖି ୧୦୦ କୋଟି ଟଙ୍କାର ଜନ୍ମାଷ୍ଟମୀ ଉପହାର ମିଳିଛି। ଲୋକାର୍ପିତ ଓ ଶିଳାନ୍ୟାସ ହୋଇଥିବା ସବୁ ପ୍ରକଳ୍ପଗୁଡ଼ିକ ଦ୍ୱାରା ଛାତ୍ରଛାତ୍ରୀ ଓ ଜନସାଧାରଣମାନେ ବିଶେଷ ଉପକୃତ ହେବେ ବୋଲି ସେ କହିଛନ୍ତି। ଜନ୍ମାଷ୍ଟମୀର ଅଭିନନ୍ଦନ ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରଣୀତ ଜାତୀୟ ଶିକ୍ଷା ନୀତି ଆମର ଶିକ୍ଷାକୁ ରୁଟେଡ୍ ସହ ବିଶ୍ୱର ଆବଶ୍ୟକତା ପୂରଣ କରିବା ଏବଂ ନୂଆପିଢିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଇବା ଉପରେ ପ୍ରାଥମିକତା ଦେଉଅଛି। ଏହି ପରିପ୍ରେକ୍ଷୀରେ ବନମାଳିପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ଠାରୁ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁଯାୟୀ ପାଠପଢା ଆରମ୍ଭ ହେଉଥିବା ଜାଣି ମୁଁ ଅତ୍ୟନ୍ତ ଆନନ୍ଦିତ। ଏହାବ୍ୟତିତ ଓଡ଼ିଶାରେ ପିଏମ ଶ୍ରୀ ଯୋଜନା ବା ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ ଯୋଜନାରେ ଓଡ଼ିଶାର ପ୍ରତ୍ୟେକ ବ୍ଲକ ଏବଂ ପୌରାଞ୍ଚଳରେ ଦୁଇଟି ଲେଖାଏଁ ସ୍କୁଲକୁ ପିଏମ ଶ୍ରୀସ୍କୁଲରେ ବିକଶିତ କରାଯିବ। ଓଡ଼ିଶାରେ ପ୍ରାୟ ୮୦୦ଟି ସ୍କୁଲ ପିଏମ ଶ୍ରୀ ସ୍କୁଲରେ ବିକଶିତ ହେବାର ଯୋଜନା ରହିଛି । ଆଠମଲ୍ଲିକ ସବଡିଭିଜନରେ ଥିବା ମୌଳିକ ପରମ୍ପରାକୁ ଆଗକୁ ନେବାରେ ଏହି ବିଦ୍ୟାଳୟ ବଡ ଯୋଗଦାନ ରଖିବ । ଜିଲ୍ଲାର ସବୁ ବିଭାଗକୁ ଏକାଠି କରି ଆଠମଲ୍ଲିକର ସବୁ ଗାଁରେ ଚାଷଜମିରେ ଜଳସେଚନ ସହ ଚାଷ କାର୍ଯ୍ୟକୁ ବଢାଇବା ପାଇଁ ଯୋଜନା କରିବାକୁ ଜିଲ୍ଲାପାଳକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଅପାର ସମ୍ଭାବନାରେ ପରିପୂର୍ଣ୍ଣ ତଥା ଚଷାଚାଷୀର ଅଞ୍ଚଳ ଆଠମଲ୍ଲିକ । ଏହି ଅଞ୍ଚଳରେ ଚାଷ କାର୍ଯ୍ୟକୁ ବଢାଇବା ସହ ମାଆ ଭଉଣୀ ମାନଙ୍କ ଦକ୍ଷତା ବଢାଇବା ପାଇଁ ପଡିବ । ଆଠମଲ୍ଲିକ ସବଡିଭିଜିନକୁ ଆଦର୍ଶ ସବଡିଭିଜନ ଭାବେ ତିଆରି କରିବା ପାଇଁ ଆମକୁ ସାମୂହିକ ଦାୟିତ୍ୱ ନେବା ପାଇଁ ହେବ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ସଂଚାର ବ୍ୟବସ୍ଥା ସହ ମହିଳା ସଶକ୍ତିକରଣ ଏବଂ ରୋଜଗାର ଆମ ପ୍ରାଥମିକତାରେ ରହିବା ଉଚିତ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ଏକ କଲ୍ୟାଣକାରୀ ସରକାର ଓ ରାଜ୍ୟରେ ମୋହନଚରଣ ମାଝୀଙ୍କ ନେତୃତ୍ୱରେ ଏକ ଲୋକପ୍ରିୟ ଶାସନ ଗଠନ ହୋଇପାରିଛି ।  ଇତିମଧ୍ୟରେ ରାଜ୍ୟରେ ବିଜେପି ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ‘ସୁଭଦ୍ରା ଯୋଜନା’ରେ ମହିଳା ହିତାଧିକାରୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ତଥା ମୋଟ ୫ ବର୍ଷରେ ସିଧାସଳଖ ବ୍ୟାଙ୍କ୍ ଖାତାକୁ ୫୦, ୦୦୦ ଟଙ୍କା ପ୍ରଦାନ କରାଯିବ ।  ଏହି ନିଷ୍ପତି ଦ୍ୱାରା ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ମା’ ଭଉଣୀମାନେ ଉପକୃତ ହେବେ । ମାଆ ମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ଦିଗରେ ଏହି  ଯୋଜନା ଓଡ଼ିଶାରେ ସବୁଠୁ ବଡ ଯୋଜନା ହେବ ।  ଆଠମଲ୍ଲିକର ମାତୃଶକ୍ତିଙ୍କୁ ଲକ୍ଷପତି ଦିଦି ବନାଯିବ । ବିଜେପି ସରକାରରେ ଚାଷୀମାନଙ୍କ ଠାରୁ ଧାନ କ୍ୱିଣ୍ଟାଲ ପିଛା ଏମଏସପି ୩୧୦୦ ଟଙ୍କାରେ କିଣାଯିବ । ୧୯୩୬ରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ଏବଂ ୨୦୪୭ରେ ଦେଶ ସ୍ୱାଧୀନତାକୁ ୧୦୦ ବର୍ଷ ମଧ୍ୟରେ ଅମୃତ କାଳେ ଗରିବ, ଚାଷୀ, ମହିଳା, ଯୁବକ, ଆଦିବାସୀଙ୍କ ଜୀବନରେ ଆହୁରି ଉନ୍ନତି ଆଣିବା ପାଇଁ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଉଲ୍ଲେଖନୀୟ ଯେ, ପ୍ରାୟ ୯ କୋଟି ଟଙ୍କା ବ୍ୟୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବନମାଳିପୁରର ନୂତନ ଭବନ ଓ ୩.୨ କୋଟି ଟଙ୍କା ବ୍ୟୟରେ ଛାତ୍ରୀ ନିବାସର ଲୋକାର୍ପଣ ହୋଇଛି । ପ୍ରାୟ ୩.୨ କୋଟି ଟଙ୍କା ବ୍ୟୟରେ ରାଣିଆକଟା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସ କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ ହୋଇଛି । ପ୍ରାୟ ୬.୯୧ କୋଟି ଟଙ୍କା ବ୍ୟୟରେ ଆଠମଲ୍ଲିକ ଏସଡିଏଚରେ ୫୦ ଶଯ୍ୟା ବିଶିଷ୍ଟ ଆଇପିଡ଼ି ଏବଂ ଓପିଡି କମ୍ପଲେକ୍ସର ଉଦଘାଟନ ହୋଇଥିବା ବେଳେ ପ୍ରାୟ ୯.୮୧ କୋଟି ଟଙ୍କା ବ୍ୟୟରେ ଅନୁଗୋଳ ଜିଲ୍ଲା ଧଡରପାଳ ନଳା ଉପରେ ବ୍ରିଜ୍ ଓ ପ୍ରାୟ ୧.୧୪ କୋଟି ଟଙ୍କା ବ୍ୟୟରେ ଓରେଡାରୁ କଦଳିଗଡ଼ ପର୍ଯ୍ୟନ୍ତ ରାସ୍ତାକାମର ଉଦଘାଟନ ହୋଇଛି । ଏହାବ୍ୟତିତ ୧୩.୫୩ କୋଟି ଟଙ୍କା ବ୍ୟୟରେ କଇନ୍ତରାଗଡ଼ – ଦୋରୁହା ରୋଡରେ ଥିବା ଓଲାଠ ନଳା ଉପରେ ହାଇଲେଭେଲ୍ ବ୍ରିଜ୍, ୧୦.୫୯ କୋଟି ଟଙ୍କା ବ୍ୟୟରେ କୁଟେଶ୍ୱର ନଳା ଉପରେ ହାଇଲେଭେଲ ବ୍ରିଜର ଶଳାନ୍ୟାସ ହୋଇଛି ।  ସେହିପରି ବଇଣ୍ଡା କିଆକଟା ରାସ୍ତାରେ କନ୍ଧପଡା ନଳା ଉପରେ ପ୍ରାୟ ୧୧ କୋଟି ଟଙ୍କା ବ୍ୟୟରେ ହାଇଲେଭେଲ ବ୍ରିଜ୍ ଓ  ୨୬.୭ କୋଟି  ଟଙ୍କା ବ୍ୟୟରେ ଠାକୁରଗଡ଼ ରାଣିଆକଟା ରୋଡର ସମ୍ପ୍ରସାରଣ କରିବା ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏହି ଲୋକାର୍ପଣ ଓ ଶିଳାନ୍ୟାସ ଉତ୍ସବରେ ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଆଠମଲ୍ଲିକ, ଛେଣ୍ଡିପଦା ଓ ଅନୁଗୋଳ ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ।

Post Views: 32
Share199Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In