ସତ୍ୟବାଦୀ (ଭିଓଭି): ଘରପୋଡି ଠାରୁ ବିପତ୍ତି ନାହିଁ। ନିମିଷରେ ସବୁ କିଛି ଜଳି ପୋଡ଼ି ପାଉଁଶ ହୋଇଯାଏ । ହସଖୁସିରେ ଚଳୁଥିବା ପରିବାର ବାସ୍ତୁହରା ହୋଇପଡେ। ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ର ଆଳିସ ପଞ୍ଚାୟତର ଆଳିସ ଗ୍ରାମରେ ଗତ କାଲି ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ବାରଟି ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ଭଏସ୍ ଅଫ୍ ଭିକ୍ଟିମ ତରଫରୁ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଘରପୋଡି ର କରୁଣ ଦୃଶ୍ୟ ଦେଖିବାକୁ ମିଳିଥିଲା। ଖବର ସଂଗ୍ରହ ବେଳେ ସତ୍ୟବାଦୀର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ବ୍ୟକ୍ତିଗତ ଭାବରେ ନିଜର ସମର୍ଥକ ମାନଙ୍କ ସହିତ ସେଠାରେ ପହଞ୍ଚି ପିଡୀତ ମାନଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିବା ସହ ସହାୟତାର ହାତ ବଢ଼ାଇଥିଲେ। ତାଙ୍କ ପ୍ରଚେଷ୍ଟାରେ ଓଡ଼ିଶା ରେଡକ୍ରସ ସୋସାଇଟ ତରଫରୁ ଅତ୍ୟାବଶ୍ୟକ ସାମଗ୍ରୀ ପିଡୀତ ମାନଙ୍କୁ ପ୍ରଦାନ କରା ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ ପଣ୍ଡା, ୩୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ନାରାୟଣ ରାଉତରାୟ, ଆଳିସ ପିଏସ୍ ମେମ୍ବର ବିପିନ୍ କୁମାର ବେହେରା, ସୁକଳ ପିଏସ୍ ମେମ୍ବର ବସନ୍ତ ବିଶ୍ବାଳ, ବିଜେଡି ମେଡିଆ ସେଲ ର ସଂଯୋଜକ ତୁଷାର ରଞ୍ଜନ ନାୟକ, ସୁବାଷ ପ୍ରଧାନ, ପୂର୍ବତନ ଦୁଗଲ ସରପଞ୍ଚ ପ୍ରକାଶ ଖଟେଇ, ଭିକାରୀ ପରିଡ଼ା, ଯୋଗେନ୍ଦ୍ର ଖଟେଇ ପ୍ରଭୃତି ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ। କଂଗ୍ରେସ ବିଶ୍ବାଳ, ଗୁଣନିଧି ବିଶ୍ବାଳ, ସତ୍ୟଭାମା ବିଶ୍ବାଳ, ଗଗନ ବିଶ୍ବାଳ, ନବକିଶୋର ବିଶ୍ବାଳ, ମହେନ୍ଦ୍ର ପଣ୍ଡା, ପଠାନୀ ପଣ୍ଡା, ଗୋଲକ ପଣ୍ଡା, ଅଲେଖ ପଣ୍ଡା, ରମେଶ ପଣ୍ଡା, ଅମିନ ପଣ୍ଡା, ଚନ୍ଦ୍ରମଣି ସାହୁ ପ୍ରଭୃତିଙ୍କର ଘର ପୋଡି ଯାଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡିଯାଇଥିବା ବେଳେ ଏହି ଅଗ୍ନିକାଣ୍ଡରେ ଚନ୍ଦ୍ରମଣି ସାହୁଙ୍କର ପିଠି ଗୁରୁତର ଭାବରେ ପୋଡିଯାଇଛି।

