ସତ୍ୟବାଦୀ (ଭିଓଭି): ଆସନ୍ତା ନଭେମ୍ବର ୦୩ ତାରିଖ ରେ ସତ୍ୟବାଦୀ ପାଲା ଗାୟକ ମଣ୍ଡଳର ୭ମ ବାର୍ଷିକ ସମ୍ମିଳନୀ ଅଳଗୁମର ପ୍ରସିଦ୍ଧ ଜାଗେଶ୍ଵରୀ ଦେବୀଙ୍କ ପୀଠରେ ଆୟୋଜିତ ହେବ। ପ୍ରସିଦ୍ଧ ହରିସହଦେବ ପୀଠରେ ଆଜି ଅନୁଷ୍ଠିତ ଏକ ସାଂଗଠନିକ ବୈଠକରେ ସଂଖ୍ୟାଧିକ ସଭ୍ୟଙ୍କ ଆଗ୍ରହ କ୍ରମେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକରେ ମଣ୍ଡଳ ଉପଦେଷ୍ଟା ଦେବୀପ୍ରସାଦ ମହାପାତ୍ର, ସଭାପତି ବିଶ୍ଵନାଥ ବିଶ୍ଵାଳ, ଉପସଭାପତି ଲିଙ୍ଗରାଜ ପ୍ରଧାନ, ସଂପାଦକ ରମେଶ ଚନ୍ଦ୍ର ପଲେଇ, ସହ-ସଂପାଦକ ବିଜୟ ଚନ୍ଦ୍ର ସାମନ୍ତରାୟ, କୋଷାଧ୍ୟକ୍ଷ ପ୍ରତାପ ପ୍ରଧାନ,ଗାୟକ ପ୍ରକାଶ ଚନ୍ଦ୍ର ବଡ଼ଜେନା, ପ୍ରଭାକର ବିଶ୍ଵାଳ, ସଦାଶିବ ବରାଳ,ଗାୟିକା ରୂମା ସ୍ଵାଇଁ,ବାୟକ ବଳରାମ ଦାସ,ପାଳିଆ ରବିନାରାୟଣ ବେହେରାଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।ମଣ୍ଡଳ କାର୍ଯ୍ୟରେ ଅଧିକ ଗତିଶୀଳତା ଆଣିବା ପାଇଁ ୫ଜଣ ଗାୟକ,୫ଜଣ ବାୟକ ଓ ୫ ଜଣ ପାଳିଆଙ୍କୁ ନେଇ ଏକ ନୂତନ କାର୍ଯ୍ୟକାରୀ ସମିତି ଚୟନ କରାଯାଇଥିଲା। ଏକ ନୂତନ ଉପଦେଷ୍ଟା ମଣ୍ଡଳୀ ମଧ୍ୟ ଆଲୋଚନା ମାଧ୍ୟମରେ ଚୂଡ଼ାନ୍ତ ହୋଇଥିଲା।
