ରଣପୁର (ଭିଓଭି) : ରଣପୁର ଜଙ୍ଗଲ ବିଭାଗ ଦ୍ୱାରା ବେଆଇନ ଶାଗୁଆନ କାଠ ଜବତ ହୋଇଥିବା ଜଣାପଡିଛି । ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଜଙ୍ଗଲ ବିଭାଗ ଚଢ଼ାଉ କରିଥିଲେ । ଖବର ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇବା ପରେ ଫରେଷ୍ଟର ରଂଜିତ ବେହେରା ଟିମ ସହ ଘଟଣା ସ୍ଥଳରେ ପହଂଚିଥିଲେ । ଖବର ଅନୁଯାୟୀ ରଣପୁର ବ୍ଲକ ସୁର୍କାବାଡି ଗ୍ରାମର ଗାଁ ମୁଣ୍ଡ କୋଠଘର ପାଖାପାଖି ଏକ ଜାଗାରେ ଶାଗୁଆନ କାଠ ଗଦା ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଖବର ପାଇବା ପରେ ଫରେଷ୍ଟର ସେଠାରେ ପହଂଚି କାଠ ଜବତ କରିଥିଲେ । ଏହି କାଠ କାହାର ବୋଲି ଜଣାପଡି ନାହିଁ | ଏହି କାଠର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି ।

