• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଶେଷ ହେଲା ପ୍ରୟୋଗ ତାଲିମ

by Voice of Victims
August 28, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଶେଷ ହେଲା ପ୍ରୟୋଗ ତାଲିମ

ରଣପୁର (ଭିଓଭି) : ଛାତ୍ରଛାତ୍ରୀମାନଙ୍କ ଶିକ୍ଷାର ଉନ୍ନତି ତଥା ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷା ବିଭାଗ ସବୁବେଳେ ପ୍ରୟାସ କରି ଚାଲିଛି । ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ‘ପ୍ରୟୋଗ’ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପିଲାମାନଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଦକ୍ଷତା ବୃଦ୍ଧି କରିବା ଏହି ତାଲିମ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ୍ୟ । ଏଥିରେ ବିଭିନ୍ନ ଶିକ୍ଷଣ ଫଳାଫଳ, ଶିକ୍ଷାର ଲକ୍ଷ୍ୟ, ଗଣିତ ଶିକ୍ଷାଦାନର ବିଭିନ୍ନ ଉପକରଣ ବ୍ୟବହାର ଆଦି ସମ୍ବନ୍ଧରେରେ ତାଲିମ ପ୍ରଦାନ କରାଯାଇଥିଲା ।

ମଝିଆଖଣ୍ଡ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ତାଲିମ ଶିବିରକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ମାନସ କୁମାର ପଟ୍ଟନାୟକ, ଅଶୋକ ସାମନ୍ତରାୟ, ସୁଶୀଲ କୁମାର ରଣା, ବିଶ୍ୱଭୂଷଣ ବେହେରା, ଦିନବନ୍ଧୁ ଜେନା ପ୍ରମୁଖ ତାଲିମ ପ୍ରଦାନ କରିଥିଲେ । ଏହି ଶିବିରରେ ରଣପୁର, ଗୌରାଙ୍ଗପୁର, ଦର୍ପନାରାୟଣପୁର, ଡମସାହି, ନରସିଂହପୁର, କାଣ୍ଡପଡା କ୍ଲଷ୍ଟରର ପ୍ରାୟ ୬୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ଶିବିରରେ ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ । ଏହି ଶିବିର ତିନି ଧରି ଚାଲିଥିଲା । ସେହିଭଳି ଗୋପାଳପୁର ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ତାଲିମ ଶିବିରରେ ପ୍ରଶାନ୍ତ କୁମାର ପ୍ରଧାନ, ସୁଧାକର ମିଶ୍ର, କୈଳାଶ ଚନ୍ଦ୍ର ମାଝୀ, ସୁଶାନ୍ତ କୁମାର ପ୍ରଧାନ, ପ୍ରମୋଦ ମଲ୍ଲିକ ତାଲିମ ପ୍ରଦାନ କରିଥିବା ବେଳେ ଚାନ୍ଦପୁର, କେରେଣ୍ଡାଟାଙ୍ଗୀ, ରାଜଜଙ୍କିଆ, ଝାଡ଼ପଡା, ଗୋପାଳପୁର, ମଝିଆଖଣ୍ଡ କ୍ଲଷ୍ଟରର ଶିକ୍ଷକଶିକ୍ଷୟତ୍ରୀମାନେ ତାଲିମ ଗ୍ରହଣ କରିଥିଲେ ।

ସେହିଭଳି କୁଳାସର ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ତାଲିମ ଶିବିରରେ ରସାନନ୍ଦ ବେହୁରା, ପବିତ୍ର ମୋହନ ସାମନ୍ତରାୟ, ରାମ ଚନ୍ଦ୍ର ବେହେରା, ସୁବାଷ ମହାପାତ୍ର, ସଞ୍ଜୟ କୁମାର ବରାଡ଼ ପ୍ରମୁଖ ତାଲିମ ପ୍ରଦାନ କରିଥିବା ବେଳେ ରାଜସୁନାଖଳା, କାସନ୍ଦା, କୁଳାସର, ଖଇରପଲ୍ଲୀ, ବ୍ରଜରାଜପୁର, ସରଙ୍ଗାଧରପୁର କ୍ଲଷ୍ଟରର ଶିକ୍ଷକଶିକ୍ଷୟତ୍ରୀମାନେ ତାଲିମ ଗ୍ରହଣ କରିଥିଲେ । ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ରସାନନ୍ଦ ପ୍ରଧାନ, ଶାନ୍ତିଲତା ଦେଇ ଏହି ତାଲିମ ଶିବିରକୁ ପରିଦର୍ଶନ କରି ପର୍ଯ୍ୟବେକ୍ଷଣ କରିବା ସହିତ ତାଲିମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ ।

Post Views: 47
Share202Tweet127Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In